fbpx
BSKY
BJD SHG SKY
BJD MC SKY

ଭାରତରେ ଦ୍ରୁତ ଗତିରେ ବଢୁଛି ଛାଡପତ୍ର ମାମଲା; ଜାଣନ୍ତୁ କାହିଁ କି ବୈବାହିକ ସମ୍ପର୍କରେ ସୃଷ୍ଟି ହେଉଛି ଫାଟ?

ନୂଆଦିଲ୍ଲୀ: ବିଶ୍ୱସ୍ତର ସହିତ ଭାରତରେ ମଧ୍ୟ ସ୍ୱାମୀ ସ୍ତ୍ରୀ ସମ୍ପର୍କରେ ବିଭିନ୍ନ ପ୍ରକାର ସମସ୍ୟା ଦେଖିବାକୁ ମିଳୁଛି । ଫଳରେ ଅନ୍ୟ ଦେଶ ପରି ଭାରତରେ ମଧ୍ୟ ଛାଡପତ୍ର ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ତେବେ ବିଶ୍ୱ ଆକଳନ ତୁଳନାରେ ଭାରତରେ ଛାଡପତ୍ର ମାମଲା କମ୍ ରହିଥିବା ବେଳେ ଏହାର ହାର ପ୍ରାୟ ୧.୧ ପ୍ରତିଶତ ରହିଛି । କିନ୍ତୁ ବିଶ୍ୱରେ ଅଧିକାଂଶ ଛାଡପତ୍ର ମହିଳାଙ୍କ ଦ୍ୱାରା ହେଉଥିବା ବେଳେ ଭାରତରେ କିନ୍ତୁ ଏହା ପୁରୁଷମାନଙ୍କ କ୍ଷେତ୍ରରେ ଅଧିକ ପରିମାଣରେ ଦେଖା ଦେଉଛି । ବର୍ତ୍ତମାନ ଆସନ୍ତୁ ଜାଣିବା ଭାରତରେ ପୁରୁଷମାନେ ଛାଡପତ୍ର ଦେବାର କ’ଣ କାରଣ ରହିଛି?

ତେବେ ମଳିଥିବା ସୂଚନା ଅନୁଯାୟୀ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବିଚ୍ଛେଦ ହେବାର ପ୍ରଥମ କାରଣ ହେଉଛି ସେମାନଙ୍କ ମଧ୍ୟରେ ଥିବା ବିଶ୍ୱାସରସ ଅଭାବ । ଯେଉଁ କାରଣରୁ ପରସ୍ପର ପରସ୍ପରକୁ ସନ୍ଦେହ କରିଥାନ୍ତି । ଫଳରେ ସେମାନଙ୍କ ବୈବାହିକ ଜୀବନରେ ଫାଟ ସୃଷ୍ଟି ହୋଇଥାଏ । ଫଳରେ ଉଭୟ ପରସ୍ପରକୁ ଛାଡପତ୍ର ଦେବାକୁ ବାଧ୍ୟ ହୋଇଥାନ୍ତି । ସେହିପରି ମାନସିକ ଆଚରଣ ମଧ୍ୟ ଛାଡପତ୍ରର ମୁଖ୍ୟ କାରଣ ହୋଇଥାଏ । କାରଣ ଯଦି ଜଣେ ବ୍ୟକ୍ତିର ମାନସିକ ଆଚରଣ ଠିକ୍ ନରୁହେ ଉଭୟଙ୍କ ମଧ୍ୟରେ ମନ ମାଳିନ୍ୟ ସହ କଳହ ମଧ୍ୟ ସୃଷ୍ଟି ହୋଇଥାଏ । ଯାହାକି ସେମାନଙ୍କ ବୈବାହିକ ଜୀବନକୁ ଖରାପ କରିଥାଏ । ଫଳରେ ଛାଡପତ୍ର ପରି ଏକ ଚରମ ନିଷ୍ପତି ନେବାକୁ ପଡିଥାଏ ।

ଏତତ୍ ବ୍ୟତୀତ ଭାରତରେ ଛାଡପତ୍ରର ଅନ୍ୟ ଏକ ପ୍ରନୁଖ କାରଣ ହେଉଛି ମଦ । କାରଣ ଜଣେ ବ୍ୟକ୍ତି ମଦ୍ୟପାନ ପରେ ତାର ହିତାହିତ ଜ୍ଞାନ ହରାଇ ବସିଥାଏ । ଫଳରେ ସେ ତାର ପରିବାର ଏବଂ ସ୍ତ୍ରୀ ବିଷୟରେ କୌଣସି କଥା ଚିନ୍ତା କରେ ନାହିଁ । ଫଳରେ ଉଭୟ ସ୍ୱାମୀ –ସ୍ତ୍ରୀ ଙ୍କ ମଧ୍ୟରେ ମନମାଳିନ୍ୟ ଏବଂ କଳହ ଆଦି ସମସୟା ଦେଖାଗେଇଥାଏ । ଏତିସହିତ ଧିରେ ଧିରେ ସେମାନଙ୍କ ବୈବାହିକ ଜୀବନ ଖରାପ ହୋଇଥାଏ । ଫଳରେ ସେମାନେ ପରସ୍ପର ଠାରୁ ଅଲଗା ହେବାର ନିଷ୍ପତ୍ତି ନେଇଥାନ୍ତି ଏବଂ ଶେଷରେ ଛାଡପତ୍ର ଦେଇଥାନ୍ତି ।

Get real time updates directly on you device, subscribe now.