କର୍ମଚାରୀଙ୍କୁ ଦୀପାବଳି ଭେଟି, ୯ ଦିନ ପାଇଁ ଛୁଟି ଘୋଷଣା କଲା ଏହି କମ୍ପାନୀ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ପୋଷ୍ଟ

ନୂଆଦିଲ୍ଲୀ: ପାଖେଇ ଆସୁଛି ଆଲେକର ପର୍ବ ଦୀପାବଳି । ଏଥିପାଇଁ ଅନେକ ଇ-କମର୍ସ ପ୍ଲାଟଫର୍ମ, ଅନଲାଇନ୍ ଫୁଡ୍ ଡେଲିଭରି କମ୍ପାନୀ ଇତ୍ୟାଦି ଏହାର ଗ୍ରାହକଙ୍କ ପାଇଁ ବିଭିନ୍ନ ଅଫର ପ୍ରଦାନ କରୁଛନ୍ତି । ଏଥିମଧ୍ୟରେ ବିଶିଷ୍ଟ ଇ- କମର୍ସ ପ୍ଲାଟଫର୍ମ ମୀଶୋ(Meesho) ଏହାର କର୍ମଚାରୀଙ୍କ ପାଇଁ ଦୀପାବଳି ଛୁଟି ଘୋଷଣା କରିଛନ୍ତି । ତାହା ପୁଣି ଦିନେ କିମ୍ବା ଦୁଇ ଦିନ ପାଇଁ ନୁହେଁ ବରଂ ୯ ଦିନ ପାଇଁ ଛୁଟି ଘୋଷଣା କରିଛନ୍ତି । ଏନେଇ କମ୍ପାନୀ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ଶେୟାର କରିଛି । କର୍ମଚାରୀଙ୍କ ପ୍ରତି କମ୍ପାନୀର ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।

ଦୀପାବଳି ପାଇଁ ମୀଶୋ ଏହାର କର୍ମଚାରୀଙ୍କୁ ୯ ଦିନ ପାଇଁ ‘ରିସେଟ୍ ଏବଂ ରିଚାର୍ଜ’ ବ୍ରେକ୍ ଘୋଷଣା କରିଛି । କର୍ମଚାରୀଙ୍କୁ ଦୀପାବଳି ଅବସରରେ ଏତେ ଦିନର ଛୁଟି ପ୍ରଦାନ କରୁଥିବା ମୀଶୋ କମ୍ପାନୀ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି । କମ୍ପାନୀ ଏହାର କର୍ମଚାରୀଙ୍କୁ ଅକ୍ଟୋବର ୨୬ରୁ ନଭେମ୍ବର ୩ ପର୍ଯ୍ୟନ୍ତ ଛୁଟି ପ୍ରଦାନ କରୁଛି । ସୋସିଆଲ ମିଡିଆରେ ଶେୟାର କରାଯାଇଥିବା ପୋଷ୍ଟରେ ଦର୍ଶାଯାଇଛି କି ୯ ଦିନ ପାଇଁ କର୍ମଚାରୀ ଲାପଟପ୍‌, ଇମେଲ, ମିଟିଂ, କଲ୍ କିମ୍ବା କାର୍ଯ୍ୟ ସମ୍ବନ୍ଧୀୟ କିଛି ବି କରିବାରୁ ବଞ୍ଚିତ । ଏହି ବର୍ଷ କରିଥିବା ଉଦ୍ୟମ ଏବଂ ସଫଳ ମେଗା ବ୍ଲକବଷ୍ଟର ବିକ୍ରୟ ପରେ ବର୍ତ୍ତମାନ ଆରାମ କରିବାର ସମୟ । ମଧ୍ୟ ସାମିଲ ରହିଛି । ଆଗାମୀ ବର୍ଷରେ ନୂତନ ଏବଂ ଉର୍ଜ୍ଜାବାନ ପ୍ରାରମ୍ଭ ପାଇଁ ଏହି ବ୍ରେକ୍ ଆମ ମନ ଏବଂ ଶରୀରକୁ ପୁନଃ ରିଚାର୍ଜ କରିବ । ତେବେ ଏହି ପୋଷ୍ଟକୁ ନେଇ ଅନେକ ୟୁଜର କମ୍ପାନୀର ପ୍ରଶଂସା କରିବା ସହ କମେଣ୍ଟ ମଧ୍ୟ କରିଛନ୍ତି ।

Get real time updates directly on you device, subscribe now.