fbpx
BSKY
BJD MC SKY
BJD YOUTH SKY

କେନ୍ଦ୍ର କର୍ମଚାରୀଙ୍କୁ ଦୀପାବଳି ଭେଟି: ୯% ବଢ଼ିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ : କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଦୀପାବଳି ଭେଟି । ସରକାର ପଞ୍ଚମ ଓ ଷଷ୍ଠ ବେତନ ଆୟୋଗ ଅଧିନରେ ଦରମା ପାଉଥିବା କର୍ମଚାରୀଙ୍କ ମହଙ୍ଗା ଭତ୍ତା ୯% ବୃଦ୍ଧି କରିଛନ୍ତି । ଏହି ବର୍ଦ୍ଧିତ ଭତ୍ତା ଜୁଲାଇ ପହିଲାରୁ ପିଛଲା ଭାବେ ଲାଗୁ କରାଯାଇଛି । ଏହାସହ ୫ମ ବେତନ ଆୟୋଗ ଅଧିନରେ ଦରମା ପାଉଥିବା କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ୧୫%କୁ ବୃଦ୍ଧି କରାଯାଇଛି ।

ଏହି ଭତ୍ତା ମଧ୍ୟ ଜୁଲାଇ ୧ ତାରିଖରୁ ଲାଗୁ କରାଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଯେ, ଜଣେ କର୍ମଚାରୀଙ୍କ ବେସିକ ପେ’ ଆଧାରରେ ମହଙ୍ଗା ଭତ୍ତା ସ୍ଥିର କରାଯାଇଥାଏ । ଯଦି ଜଣେ କେନ୍ଦ୍ରୀୟ କର୍ମଚାରୀଙ୍କ ବେସିକ୍ ପେ’ ୪୩ ହଜାର ଟଙ୍କା ହୁଏ ତେବେ ତାଙ୍କୁ ପୂରୁଣା ଡିଏ (୨୦୩%) ଅଧିନରେ ୮୭,୨୯୦ ଟଙ୍କା ମିଳିବ ।

ଏଥିସହ ଡିଏ ୨୧୨% ହେବା ପରେ ଏହା ୯୧,୧୬୦ ଟଙ୍କାକୁ ବୃଦ୍ଧି ପାଇବ । ଏହାଫଳରେ ସେମାନଙ୍କ ଦରମା ପ୍ରାୟ ୩୮ଶହ ଟଙ୍କା ବୃଦ୍ଧି ପାଇବ ବୋଲି ସୂଚନା ଦିଆଯାଇଛି ।

Get real time updates directly on you device, subscribe now.