ଧନିଆ ଜେଜେଙ୍କ ପୂରଣ ହେଲା ଶେଷ ଇଚ୍ଛା, ବାଣ-ରୋଷଣୀରେ ମଶାଣି ଗଲା 97 ବର୍ଷୀୟ ବୃଦ୍ଧଙ୍କ ମୃତଦେହ

ଜିଜେ ରୋଷଣୀରେ ମଶାଣି ଗଲେ ଧନିଆ ଜେଜେ । ପୂରଣ ହେଲା ଶେଷ ଇଚ୍ଛା ।

ଭୁବନେଶ୍ବର: ଭଦ୍ରକ ଜିଲ୍ଲା ବସୁଦେବପୁର ବ୍ଲକରୁ ସାମ୍ନାକୁ ଆସିଛି ଏକ କୌତୁହଳ ଘଟଣା । ବାଣ ରୋଷଣୀ ବଜାଇ ମଶାଣି ଗଲା 97 ବର୍ଷୀୟ ବୃଦ୍ଧଙ୍କ ଶବ । ଏହା ଶୁଣିବା ପାଇଁ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ସମ୍ପୁର୍ଣ୍ଣ ସତ୍ୟ ।  ଧନେଶ୍ବର ଭୋଇ ନାମକ ଜଣେ ବୃଦ୍ଧଙ୍କର ଏହି ଶେଷକୃତ୍ୟ କରାଯାଇଛି ।

ବାହାଘର ଶୋଭାଯାତ୍ରା ଭଳି ଗାଁ ଦାଣ୍ଡରେ ପଡୁଥିବା ଶାହାନାଇ । ଦୁଇଦୁଇଟି ବ୍ୟାଣ୍ଡପାର୍ଟିରେ ବାଜୁଥିବା ଦୁଃଖ ଗୀତ । ତାଳ ମିଶାଇ ଡେଇଁ ଡେଇଁ ଚାଲୁଛନ୍ତି ଗା ଲୋକେ ।

ଏହା କୌଣସି ବାହାଘର ଖୁସିରେ ନୁହେଁ ଦୁନିଆ ଛାଡି ଯାଇଥିବା ଲୋକଙ୍କ ପାଇଁ ଏହା ହେଇଛି । ବୃଦ୍ଧଙ୍କ ଶବକୁ ଶୋଭାଯାତ୍ରାରେ ମଶାଣି ନିଆଯାଇଛି ।

ସୂଚନା ଅନୁସାରେ, ମରିବା ପୂର୍ବରୁ ବୃଦ୍ଧଜଣକ କହିଥିଲେ ମୃତ୍ୟୁ ହେଲେ ତାଙ୍କୁ ସ୍ବର୍ଗଦ୍ବାର ନେବେ ନାହିଁ । ବରଂ ଏକ ଗାଡି କରି ଡିଜେ ରୋଷଣୀ ଲଗାଇ 5 ଖଣ୍ଡ ଗାଁ ବୁଲାଇବେ ।

ତେବେ ଧନିଆ ଜେଜେଙ୍କର ମୃତ୍ୟୁପରେ ପରିବାର ଲୋକେ ତାଙ୍କ ଶେଷ ଇଚ୍ଛା ପୂରଣ କରିବା ପାଇଁ ଏଭଳି କରିଥିବା ଜଣାପଡିଛି । ଶନିବାର ତାଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଦୁଇ ପୁଅ ରୋଷଣୀର ଆୟୋୋଜନ କରିଥିଲେ । ଯାହାକି ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ସାଜିଛି ।