fbpx
BSKY
BJD MC SKY
BJD YOUTH SKY

ଦଳୀୟ କର୍ମୀଙ୍କୁ ଚାପୁଡ଼ା ମାରିଲେ କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ: ଦେଖନ୍ତୁ ଭାଇରାଲ ଭିଡିଓ

ବେଙ୍ଗାଲୁରୁ: ନିଜର ବିବାଦୀୟ ବ୍ୟବହାର ପାଇଁ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଡି କେ ଶିବକୁମାର । ତେବେ ଏଥର ନିଜର ଜଣେ ଦଳୀୟ କର୍ମୀଙ୍କୁ ଚାପୁଡା ମାରିଛନ୍ତି ଶିବକୁମାର । କର୍ମୀ ଜଣଙ୍କୁ ଶିବକୁମାରଙ୍କ କାନ୍ଧରେ ହାତ ରଖୁଥିବା ବେଳେ ଶିବକୁମାର ଚାପୁଡା ମାରିଥିଲେ । ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଶିବକୁମାରଙ୍କୁ ସମାଲୋଚନାର ଶରବ୍ୟ ହେବାକୁ ପଡିଛି ।

ଶୁକ୍ରବାର ଦିନ ଅସୁସ୍ଥ ଥିବା ଜଣେ କଂଗ୍ରେସ ସାଂସଦଙ୍କୁ ଭେଟିବାକୁ ଯାଉଥିବା ସମୟରେ ଏହି ଘଟଣା ଘଟିଥିଲା । ମାଣ୍ଡ୍ୟାରୁ କଂଗ୍ରେସ ନେତା ଶିବକୁମାର ହସ୍ପିଟାଲ ଯାଉଥିବା ସମୟରେ ପଛରେ ରହିଥିବା କର୍ମୀ ଜଣକ ତାଙ୍କ କାନ୍ଧରେ ହାତ ରଖିବାକୁ ଚେଷ୍ଟା କରିଥିଲେ । ଏଥିରେ ଉତକ୍ଷିପ୍ତ ଶିବକୁମାର କର୍ମୀଙ୍କୁ ଚାପୁଡା ମାରିଥିଲେ । ଏହା ସହିତ ଏଭଳି ସ୍ଥାନରେ ଏମିତି ଆଚରଣ ଗ୍ରହଣୀୟ ନୁହେଁ ବୋଲି ଶିବକୁମାର କହିଥିବା ଶୁଣିବାକୁ ମିଳିଛି । ତୁମକୁ ମୁଁ ସ୍ୱାଧୀନତା ଦେଇଛି, ଏହାର ଅର୍ଥ ନୁହେଁ ଯେ ତୁମେ ମୋ କାନ୍ଧରେ ହାତ ରଖିବ ।

ଭିଡିଓଟି ଭାଇରାଲ ହେବା ପରେ ଶିବକୁମାରଙ୍କୁ ସମାଲୋଚନା କରାଯାଇଥିବା ବେଳେ ବିଜେପି ମୁଖପାତ୍ର ଏସ ପ୍ରକାଶ ଏହାକୁ ସମାଲୋଚନା କରିଛନ୍ତି । ଦଳୀୟ କର୍ମୀଙ୍କ ପ୍ରତି ଏଭଳି ଆଚରଣ ନିନ୍ଦନୀୟ ବୋଲି ପ୍ରକାଶ କହିଛନ୍ତି । ନିୟମିତ ଭାବରେ ଶିବକୁମାରଙ୍କ ଆଚରଣ ଏଭଳି ରହୁଥିବା ବେଳେ ଦଳମୁଖ୍ୟ ଭାବରେ ସର୍ବସାଧାରଣ ସ୍ଥାନରେ ସଞ୍ଜମତା ପ୍ରଦର୍ଶନ କରିବା ଭୁଲି ଯାଇଛନ୍ତି ବୋଲି ପ୍ରକାଶ କହିଛନ୍ତି ।

Get real time updates directly on you device, subscribe now.