fbpx

ଛୋଟ ପିଲାଙ୍କ ସହ ଗିଲିଦଣ୍ଡା ଖେଳିଲେ ଜିଲ୍ଲାପାଳ, ସୋସିଆଲ ମିଡିଆରେ ଜୋରଦାର ଭାଇରାଲ୍ ହେଉଛି ଭିଡିଓ

Advertisement

ଉମରିଆ: ପିଲାଦିନେ ଆପଣ ଗାଁ ଦାଣ୍ଡରେ ସାଙ୍ଗମାନଙ୍କ ସହ ଗିଲି ଦଣ୍ଡା ନିଶ୍ଚୟ ଖେଳିଥିବେ । କିନ୍ତୁ ଜଣେ ଜିଲ୍ଲାପାଳ ଗାଁ ଦାଣ୍ଡରେ ଛୋଟ ପିଲାମାନଙ୍କ ସହ ମିଶି ଗିଲିଦଣ୍ଡା ଖେଳିବା କଥା ଶୁଣିଲେ ଆପଣ ସହଜରେ ବିଶ୍ୱାସ କରିବେ ନାହିଁ । ମଧ୍ୟପ୍ରଦେଶ ଉମରିଆ ଜିଲ୍ଲାରୁ କିନ୍ତୁ ଏଭଳି କିଛି ଚିତ୍ର ସାମ୍ନାକୁ ଆସିଛି ଯେଉଁଥିରେ ଜିଲ୍ଲାର ଡିଏମ୍ ଛୋଟ ପିଲାମାନଙ୍କ ସହ ଗିଲିଦଣ୍ଡା ଖେଳୁଥିବାର ନଜର ଆସିଛନ୍ତି । ଉମରିଆ ଜିଲ୍ଲାପାଳ ବୁଦ୍ଧେଶ କୁମାର ବୈଦ୍ୟଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ୍ ହେବାରେ ଲାଗିଛି । ଜିଲ୍ଲାପାଳ ଆଜି ଚନ୍ଦିଆରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ନିର୍ବାଚନୀ ସଭାସ୍ଥଳ ନୀରିକ୍ଷଣ କରିବାକୁ ଯାଇଥିବା ବେଳେ ଛୋଟ ପିଲାମାନଙ୍କ ସହ ଗିଲିଦଣ୍ଡା ଖେଳିଛନ୍ତି ।

ଜିଲ୍ଲାପାଳଙ୍କ ଏହି ଅବତାର ସାଧାରଣ ଜନତାଙ୍କୁ ବେଶ୍ ପସନ୍ଦ ଆସିଛି । ଆଜି ଜିଲ୍ଲାପାଳ ବୁଦ୍ଧେଶ କୁମାର ବୈଦ୍ୟ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ନିର୍ବାଚନୀ ସଭା ସ୍ଥଳ ନୀରିକ୍ଷଣ କରିବାକୁ ଷ୍ଟାଡିୟମ ପହଞ୍ଚିଥିଲେ । ଏହି ସମୟରେ ସେ ଦେଖିଥିଲେ କିଛି ଛୋଟ ପିଲା ଷ୍ଟାଡିୟମ ପରିସରରେ ଗିଲି ଦଣ୍ଡା ଖେଳୁଛନ୍ତି । ଏହାଦେଖି ଡିଏମ୍ ସେମାନଙ୍କ ପାଖରେ ପହଞ୍ଚି ଯାଇଥିଲେ ଓ ସେମାନଙ୍କ ସହ ଏହା ଖେଳିଥିଲେ । ଜିଲ୍ଲାପାଳ ତାଙ୍କ ସହ ଖେଳିବା ଦେଖି ପିଲାମାନଙ୍କର ଉତ୍ସାହ ବେଶ୍ ବଢିଯାଇଥିଲା ଓ ସେଠାରେ ଉପସ୍ଥିତ ଥିବା ଲୋକମାନେ ବି ଏହାର ଖୁବ୍ ମଜା ନେଇଥିଲେ । କିନ୍ତୁ ଖେଳିବା ସମୟରେ ଜିଲ୍ଲାପାଳ ଗିଲିକୁ ବହୁବାର ହିଟ୍ କରିବାକୁ ଚେଷ୍ଟା କରିଥିଲେ ବି ସଫଳ ହୋଇ ନ ଥିଲେ ।

Get real time updates directly on you device, subscribe now.