fbpx
BJD SKY
BJD SKY

ସାଉଥ ଆଫ୍ରିକା ବିପକ୍ଷରେ ବଡ଼ ଦାୟିତ୍ୱ ନେବେ ବିରାଟ: ଜନ୍ମଦିନରେ ଦେଖାଇବେ ପୁରୁଣା ରୂପ

BJD

କୋଲକାତା: ଆଜି କୋଲକାତା ଇଡେନ୍ ଗାର୍ଡେନ୍ସରେ ଖେଳାଯିବ ଭାରତ-ସାଉଥ ଆଫ୍ରିକା ମହାମୁକାବିଲା । ଏହି ମ୍ୟାଚ ଭାରତ ଏବଂ ବିଶେଷ କରି ବିରାଟ କୋହଲିଙ୍କ ଫ୍ୟାନ୍ସମାନଙ୍କ ପାଇଁ ଖୁବ ସ୍ପେଶାଲ ହେବାକୁ ଯାଉଛି । କାରଣ ଆଜି ବିରାଟଙ୍କ ୩୫ ତମ ଜନ୍ମଦିନ ହୋଇଥିବା ବେଳେ କୋହଲି ଦିନିିଆରେ ସର୍ବାଧିକ ଶତକ ମଧ୍ୟ ହାସଲ କରିପାରନ୍ତି । ଏହାବ୍ୟତୀତ ବର୍ତ୍ତମାନ ମିଳିଥିବା ରିପୋର୍ଟ ଅନୁସାରେ, ଭାରତର ପୂର୍ବତନ ଅଧିନାୟକଙ୍କୁ ଆଜି ପୁରୁଣା ଦାୟିତ୍ୱ ଦେଇପାରନ୍ତି ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ । ଷ୍ଟାର ଅଲରାଉଣ୍ଡର ତଥା ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ ବିରାଟ ଏହି ବଡ଼ ଦାୟିତ୍ୱ ସମ୍ଭାଳିପାରନ୍ତି ।

ଦକ୍ଷିଣ ଆଫ୍ରିକା ଚଳିତ ବିଶ୍ୱକପରେ ଦମଦାର ବ୍ୟାଟିଂର ପ୍ରଦର୍ଶନ ଦେଖାଇଛି । ସେପଟେ ଭାରତୀୟ ବୋଲିଂ ୟୁନିଟ ଜବରଦସ୍ତ ପ୍ରଦର୍ଶନ କରିଥିଲେ ମଧ୍ୟ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସତର୍କ ରହିବାକୁ ପଡ଼ିବ । ସେଥିପାଇଁ ଦଳରେ ୫ ଜଣ ପ୍ରମୁଖ ବୋଲରଙ୍କ ବ୍ୟତୀତ ଜଣେ ଷଷ୍ଠ ବୋଲରଙ୍କ ଆବଶ୍ୟକତା ରହିଛି । ବୁମରାହ, ସିରା ଏବଂ ଶାମୀଙ୍କ ସହ ସ୍ପିନର ଜାଡେଜା-କୁଳଦୀପ ବିଶ୍ୱକପର ସବୁଠାରୁ ଶକ୍ତିଶାଳୀ ବୋଲିଂ ୟୁନିଟ ବୋଲି ନିଜକୁ ପ୍ରମାଣିତ କରିଛନ୍ତି । ଏହାପରେ ମଧ୍ୟ ଦଳରେ ବିକଳ୍ପ ବୋଲର ରଖିବାକୁ ଚାହିଁବେ ଅଧିନାୟକ ରୋହିତ ଶର୍ମା । ତେଣୁ ରବିଚନ୍ଦ୍ରନ ଅଶ୍ୱୀନ ଏହି ବିକଳ୍ପ ହୋଇପାରନ୍ତି । କିନ୍ତୁ ସେ କାହା ସ୍ଥାନରେ ଖେଳିବେ ତାହା ମଧ୍ୟ ଚିନ୍ତାର ବିଷୟ । କାରଣ ଭାରତର ସମସ୍ତ ଖେଳାଳି ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ଭାରତକୁ ବିଜୟୀ କରାଇଛନ୍ତି । ତେଣୁ ଦଳରେ ପରିବର୍ତ୍ତନ ନ କରି ବିରାଟ କୋହଲିଙ୍କୁ ଷଷ୍ଠ ବୋଲର ଦାୟିତ୍ୱ ଦେବାକୁ ଇଚ୍ଛା କରିଛନ୍ତି କୋଚ୍ ରାହୁଲ ଦ୍ରାବିଡ ।

World Cup 2023 [WATCH]: India's Virat Kohli bowls after 6 years during the  clash against Bangladesh | Cricket Times

ହାର୍ଦ୍ଦିକ ପାଣ୍ଡ୍ୟା ଟିମ ଇଣ୍ଡିଆ ପାଇଁ ଷଷ୍ଠ ବୋଲରର ଭୂମିକା ଖୁବ ସୁନ୍ଦର ଭାବରେ ତୁଲାଇଥିଲେ । କିନ୍ତୁ ତାଙ୍କ ଅନୁପସ୍ତିତିରେ ନିଜର ପୁରୁଣା ବୋଲିଂ ଅବତାର ନେଇପାରନ୍ତି ବାର୍ଥ ଡେ’ ବୟ ବିରାଟ । ଏ ନେଇ ପ୍ରେସ କନଫରେନ୍ସିଂରେ ଦ୍ରାବିଡ କହିଛନ୍ତି ଯେ, ପ୍ରକୃତରେ ଭାରତୀୟ ଦଳରେ ବର୍ତ୍ତମାନ ଷଷ୍ଠ ବୋଲର ଭାବରେ କୌଣସି ଖେଳାଳି ଆମ ପାଖରେ ନାହାନ୍ତି । କିନ୍ତୁ ଆମ ପାଖରେ ଜଣେ ଖତରନାକ ଇନ ସ୍ୱିଙ୍ଗ ବୋଲର ଉପସ୍ଥିତ ଅଛନ୍ତି, ବିରାଟ କୋହଲି । ସେଆଜିର ମ୍ୟାଚରେ କିଛି ଓଭର ବୋଲିଂ କରନ୍ତୁ ବୋଲି ଇସାରା କରିଛନ୍ତି କୋଚ୍ ରାହୁଲ ଦ୍ରାବିଡ । ପୂର୍ବରୁ କୋହଲି ଅନେକ ମ୍ୟାଚରେ ବୋଲିଂ କରି ୱିକେଟ ମଧ୍ୟ ଅକ୍ତିଆର କରିଛନ୍ତି । ତେଣୁ ରୋହିତ ଆଜିର ମ୍ୟାଚରେ ବିରାଟଙ୍କୁ ଷଷ୍ଠ ବୋଲର ଭାବରେ ଏହି ଦାୟିତ୍ୱ ଦେଇପାରନ୍ତି ।

Get real time updates directly on you device, subscribe now.