fbpx

ନୂତନ ବର୍ଷର ପ୍ରଥମ ଦିନରେ କରନ୍ତୁ ନାହିଁ ଏହି ଭୁଲ; ନଚେତ୍ ବର୍ଷସାରା ଭୋଗିବାରୁ ପଡିବ ଆର୍ଥିକ ସମସ୍ୟା

ବର୍ଷର ପ୍ରଥମ ଦିନକୁ ନେଇ ସମସ୍ତଙ୍କ ମନରେ ଅନେକ ଆଶା ରହିଥାଏ କି ଆଗାମୀ ୩୬୫ ଦିନ ସେମାନଙ୍କ ପାଇଁ ଶୁଭ ଏବଂ ମଙ୍ଗଳମୟ ହେଉ । ତେଣୁ ବର୍ଷର ପ୍ରଥମ ଦିନରେ ଲୋକେ ମନ୍ଦିର ଯାଆନ୍ତି , ଭଲ କାମ କରନ୍ତି ଗରିବ ଲୋକଙ୍କୁ ଦାନ ପୁଣ୍ୟ କରନ୍ତି । ଯାହାଫଳରେ ସେମାନଙ୍କ ବର୍ଷଟି ଭଲରେ କଟିବ ।ଘରେ ସୁଖ ସମୃଦ୍ଧି ବୃଦ୍ଧି ହେବା ସହ ଧନ ଲାଭ ମଧ୍ୟ ହେବ । କିନ୍ତୁ ଲୋକେ ଅଜଣାତରେ ଏପରି କିଛି ଭୁଲ କରିଦିଅନ୍ତି , ଯାହାଫଳରେ ସେମାନଙ୍କୁ ବର୍ଷ ସାରା ଦାରିଦ୍ରତା ଏବଂ ଅର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ତେବେ ବାସ୍ତୁ ଶାସ୍ତ୍ରରେ କିଛି ଏପରି କଥା କୁହାଯାଇଛି , ଯାହା ବର୍ଷର ପ୍ରଥମ ଦିନରେ ଭୁଲରେ କରିବା ଉଚିତ୍ ନୁହେଁ । ବର୍ତ୍ତମାନ ଆସନ୍ତୁ ଜାଣିବା ସେହିସବୁ ନିୟମ ବିଷୟରେ…

ବର୍ଷର ପ୍ରଥମ ଦିନରେ କରନ୍ତୁ ନାହିଁ ଏହି ଭୁଲ୍:

-ବାସ୍ତୁଶାସ୍ତ୍ର ଅନୁସାରେ ପ୍ରତ୍ୟେକ ବ୍ୟକ୍ତି ସାମ୍ନଙ୍କ ମନକୁ ସକରାତ୍ମକ ରଖିବା ଉଚିତ୍ । ତେଣୁ ନୂତନ ବର୍ଷରେ ଭୁଲରେ ବି ମନଦୁଃଖ କରନ୍ତୁ ନାହିଁ କିମ୍ବା କନ୍ଦାକଟା କରନ୍ତୁ ନାହିଁ । ନଚେତ୍ ବର୍ଷସାରା ଆପଣଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ । ତେଣୁ ଏହି ଦିନ ଭଗବାନଙ୍କୁ ସ୍ମରଣ କରିବା ସହ ଜୀବନରେ ହୋଇଥିବା ସବୁ ଭଲକାମ ପାଇଁ ତାଙ୍କୁ ଧନ୍ୟବାଦ ଦିଅନ୍ତୁ ।

-ଶାସ୍ତ୍ର ଅନୁସାରେ ବର୍ଷର ପ୍ରଥମ ଦିନରେ କେବେ ବି ଭୁଲରେ କାହା ନିକଟରୁ ଧାର କରଜ କରନ୍ତୁ ନାହିଁ । ନଚେତ୍ ବର୍ଷସାରା ଆପଣଙ୍କୁ ଆର୍ଥିକ ସମସୟାର ସମ୍ମୁଖୀନ ହେବାକୁ ପଡିବ । ଏଥିସହିତ ପରିବାରରେ ଣଧ୍ୟ ଶନ୍ତି ଦେଖାଦେବ ।

-ବର୍ଷର ପ୍ରଥମ ଦିନରେ କୌଣସି ଜିନିଷ ଭଙ୍ଗା ରୁଜା କରନ୍ତୁ ନାହିଁ । କିମ୍ବା ରାହା ଉପରେ ରାଗନ୍ତୁ ନାହିଁ । ବାସ୍ତୁ ଶାସ୍ତ୍ରରେ କୁହାଯାଇଛି ଯେ ଏପରି କରିବା ଦ୍ୱାରା ଜୀବନରେ ଦୁର୍ଭାଗ୍ୟ ଆସିଥାଏ , ଏବଂ ବୟକ୍ତି ବର୍ଷସାରା କଷ୍ଟ ପାଇଥାଏ । ତଏମୁ ନୂଆବର୍ଷରେ କେବେ ବି କିଛି ଜିନିଷ ଭଙ୍ଗା ରୁଜା କରନ୍ତୁ ନାହିଁ ।

-ବର୍ଷର ପ୍ରଥମ ଦିନରେ କୌଣସି ଧାରୁଆ ଜିନିଷ ଯେପରିକି- ଛୁରୀ, ପନିକି ଆଦି କିଣନ୍ତୁ ନାହିଁ । ନଚେତ୍ ଏହା ଆପଣଙ୍କ ଜୀବନରେ ଏବଂ ଅର୍ଥିକ ସ୍ଥିତି ଉପରେ ଖରାପ ପ୍ରଭାବ ପକାଇଥାଏ ।

-ବର୍ଷର ପ୍ରଥମ ଗିନକେ ଭୁଲରେ ବି ନିଶା ଜାତିୟ ଦ୍ରବ୍ୟ ସେବନ କରନ୍ତୁ ନାହିଁ । ଶାସ୍ତ୍ର ଅନିସାରେ ନିଶା ଦ୍ରବ୍ୟ ସେବନ କରିବା ଦ୍ୱାରା ଜୀବନରେ ନକରାତ୍ମକତା ବୃଦ୍ଧି ପାଇଥାଏ । ଫଳରେ କୌଣସି କର୍ମରେ ସଫଳତା ମିଳିନଥାଏ ।

-ବର୍ଷର ପ୍ରଥମ ଦିନରେ ଆପଣଙ୍କ ପର୍ସ ଖାଲି କରନ୍ତୁ ନାହିଁ ଏବଂ ସେଥିରେ କିଛି ଟଙ୍କା ନିହାତି ରଖନ୍ତୁ । ଏପରି କିରବା ଦ୍ୱାରା ବର୍ଷସାରା ।ପଣଙ୍କ ଧନର ଅଭାବ ହେବ ନାହିଁ । କିମ୍ବା ।ପଣ କୌଣସି ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବେ ନାହିଁ ।

Get real time updates directly on you device, subscribe now.