fbpx

ସକାଳୁ ଉଠିବା ପରେ କରନ୍ତୁ ନାହିଁ ଏହି କାମ, ହୃଦଘାତ ପାଇଁ ବଢ଼ିପାରେ ବିପଦ

Advertisement

ସାଧାରଣତଃ ଶୀତ ଦିନେ ହୃଦଘାତର ସମସ୍ୟା ବୃଦ୍ଧି ପାଇଥାଏ । ଶୀତ ଦିନେ ହୃଦଘାତକୁ ରୋକିବା ପାଇଁ କିଛି ବିଶେଷ କଥା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ । ପ୍ରତିଦିନ ଭୋଜନରେ କ’ଣ ଖାଇବା ଉଚିତ ଏବଂ କେଉଁ ଜିନିଷରୁ ଦୂରେଇ ରହିବା ଉଚିତ ତାହା ଜାଣିବା ଗୁରୁତ୍ୱପୂର୍ଣ୍ଣ । ବାସ୍ତବରେ ଥଣ୍ଡା କାରଣରୁ ଶରୀରରେ ଶୀର ସଙ୍କୁଚିତ ହୋଇଥାଏ ଯଦ୍ୱାରା ହାର୍ଟକୁ ରକ୍ତ ପମ୍ପ କରିବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିଥାଏ । ତେଣୁ ଶୀତ ଦିନେ ସକାଳୁ ଉଠିବା ପରେ କେଉଁ କାମ କରିବା ଉଚିତ ବା ଅନୁଚିତ, ହୃଦଘାତରୁ ବଞ୍ଚିବା ପାଇଁ କେଉଁ ବ୍ୟାୟାମ କେତେ ସମୟ ପର୍ଯ୍ୟନ୍ତ କରିବା ଉଚିତ ତାହା ଜାଣିବା ଆବଶ୍ୟକ ।

ହୃଦଘାତ ସମସ୍ୟାରୁ ବର୍ତ୍ତିବା ପାଇଁ ସକାଳୁ ଉଠିବା ପରେ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି ୩ଟି କାମ:

– ଅଧିକ ପାଣି ପିଇବା ଉଚିତ ନୁହେଁ : ଶୀତ ଦିନେ ହୃଦୟକୁ ସୁସ୍ଥ ରଖିବା ଅଧିକ ଜରୁରୀ ହୋଇଥାଏ । କିଛି ବ୍ୟକ୍ତି ସକାଳୁ ଉଠିବା କ୍ଷଣି ୧-୨ ବୋତଲ ପାଣି ପିଇଥାନ୍ତି ଯାହା ହାର୍ଟ ରୋଗୀମାନଙ୍କ ପାଇଁ ଠିକ୍ ନୁହେଁ । ସକାଳେ ଶରୀରର ତାପମାତ୍ରା ଥଣ୍ଡା ରହିବା କାରଣରୁ ବ୍ଲଡ଼୍ ପ୍ରେସର ଏବଂ ବ୍ଲଡ଼୍ ସୁଗାର କମ୍ ରହିଥାଏ । ଅତ୍ୟଧିକ ମାତ୍ରାରେ ପାଣି ପିଇବା କାରଣରୁ ହୃଦୟକୁ ରକ୍ତ ପମ୍ପ କରିବାରେ ଅଧିକ ପରିଶ୍ରମ କରିବାକୁ ପଡ଼ିଥାଏ । ସେଥିପାଇଁ ୧ ଗ୍ଲାସ ହାଲୁକା ଉଷୁମ ପାଣି ପିଇବା ଉଚିତ ।

– ସକାଳୁ ଶୀଘ୍ର ବ୍ୟାୟାମ କରିବା ଉଚିତ ନୁହେଁ: ସକାଳେ ବ୍ୟାୟାମ କରିବା ଉଭୟ ଶାରୀରିକ ଏବଂ ମାନସିକ ବିକାଶ ପାଇଁ ଲାଭଦାୟକ ହୋଇଥାଏ । କିନ୍ତୁ ଡ଼ାକ୍ତରଙ୍କ ପରାମର୍ଶ ଅନୁଯାୟୀ ଶୀତ ଦିନେ ହୃଦରୋଗୀମାନଙ୍କୁ ସକାଳୁ ଶୀଘ୍ର ଉଠି ବ୍ୟାୟାମ କରିବା ଉଚିତ ନୁହେଁ । ଏହା ହୃଦୟ ଉପରେ ପ୍ରଭାବ ପକାଇବା ସାଙ୍ଗକୁ ହୃଦଘାତର ଆଶଙ୍କାକୁ ବୃଦ୍ଧି କରିଥାଏ । ତେବେ ହୃଦରୋଗୀମାନଙ୍କୁ ସକାଳ ୭-୮ରେ ହାଲୁକା ବ୍ୟାୟାମ କରିବା ଉଚିତ । ଏହା ଦ୍ୱାରା ଶରୀରରେ ରକ୍ତ ଧିରେ ଧିରେ ଗରମ ହୋଇଥାଏ ।

– ସକାଳେ ଶୀଘ୍ର ଗାଧୋଇବା ଠାରୁ ଦୂରେଇ ରୁହନ୍ତୁ: କିଛି ଲୋକଙ୍କ ଅଭ୍ୟାସ, ସକାଳୁ ଶୀଘ୍ର ଉଠି ସ୍ନାନ କରିବା । ଯଦି ଆପଣ ଜଣେ ହୃଦରୋଗୀ ତେବେ ଏପରି କରନ୍ତୁ ନାହିଁ । ସକାଳୁ ଥଣ୍ଡା ପାଣିରେ ସ୍ନାନ କରିବା ହୃଦୟ ପାଇଁ କ୍ଷତିକାରକ ହୋଇଥାଏ । ସକାଳୁ ସ୍ନାନ କରିବାର ଅଭ୍ୟାସ ଥିଲେ ଆପଣ ଉଷୁମ ପାଣି ବ୍ୟବହାର କରିପାରନ୍ତି । ସକାଳେ ଉଠିବାର ଅଧରୁ ୧ ଘଣ୍ଟା ପରେ ସ୍ନାନ କରିବା ଉଚିତ ।

 

Get real time updates directly on you device, subscribe now.