fbpx

ଶୀତ ଦିନେ ଚା’ ପିଅନ୍ତୁ କିଛି ଅସୁବିଧା ନାହିଁ ହେଲେ ଭୁଲରେ ଚା’ ସହ ଖାଆନ୍ତୁ ନାହିଁ ଏହି ସବୁ ଖାଦ୍ୟ…

AAKASH

ଓଡିଶା ଭାସ୍କର: ବର୍ତ୍ତମାନ ଶୀତ ଋତୁ ଜାରି ରହିଛି। ଏହା ଫଳରେ ଅତ୍ୟଧିକ ଥଣ୍ଡା ହେଉଛି। ଏଣୁ ଏଥିରୁ ବର୍ତ୍ତିବା ପାଇଁ ସମସ୍ତେ ଚା’ ପିଇବାକୁ ପସନ୍ଦ କରୁଛନ୍ତି। ତେବେ ଚା’ର ଅଭ୍ୟାସ ନଥିବା ଲୋକ ମଧ୍ୟ ଏହି ଥଣ୍ଡା ଋତୁରେ ଅତ୍ୟଧିକ ଚା’ ପିଉଛନ୍ତି। କାରଣ ଏହି ଶୀତର ସକାଳ ଓ ସନ୍ଧ୍ୟାରେ ଚା’ର ସ୍ପର୍ଶ ବେଶ ଖୁସି ଆଣିଦେଇଥାଏ। କେବଳ ଚା’ ନୁହେଁ ଏହା ସହିତ ବିସ୍କୁଟ ଖଣ୍ଡେ ଆହୁରି ମଜା ଆଣିଦେଇଥାଏ। କିନ୍ତୁ ଏଭଳି କିଛି ଖାଦ୍ୟ ରହିଛି ଯାହା ଚା’ ସହ ଖାଇବା ଆଦୌ ଭଲ ନୁହେଁ। ତାହା ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ଆଣିପାରେ । ତେଣୁ ଏଥିପ୍ରତି ଆପଣଙ୍କୁ ଧ୍ୟାନ ଦେବାକୁ ପଡିବ।

ଜାଣନ୍ତୁ, ଚା’ ସହ କ’ଣ ସବୁ ଖାଇବେ ନାହିଁ:-

ଚା’ ପିଇବା ପରେ ତୁରନ୍ତ କେବେ ହେଲେ ଥଣ୍ଡା ପାଣି କିମ୍ବା କୌଣସି ଥଣ୍ଡାଜାତୀୟ ପାନୀୟଦ୍ରବ୍ୟ ପିଅନ୍ତୁ ନାହିଁ । ସେହିପରି ଚା’ ସହିତ କେବେ ସାଲାଡ ଖାଆନ୍ତୁ ନାହିଁ। ପ୍ରାୟତଃ କିଛି ଲୋକେ ସକାଳର ଜଳଖିଆରେ ହାଲକା ସାଲାଡ ଖାଇବାକୁ ଭଲ ପାଆନ୍ତି । କିନ୍ତୁ ଏହାକୁ ଚା’ ସହ ଖାଇବା ଫଳରେ ତାହା ଆପଣଙ୍କ ଜୀବନ ପ୍ରତି ବିପଦ ଆଣିପାରେ। ସେହିପରି କିଛି ଲୋକଙ୍କୁ ଚା’ ପିଇବା ସମୟରେ ଖଟା ଖାଦ୍ୟ ଖାଇବା ପାଇଁ ଭଲ ଲାଗେ । କିନ୍ତୁ ମନେ ରଖନ୍ତୁ, ଏହା ମଧ୍ୟ ଆପଣଙ୍କ ପ୍ରତି ବିପଦ ଆଣିପାରେ । ଚା’ ସହ ଖଟା ଜାତୀୟ ଖାଦ୍ୟ ଖାଇଲେ ଆପଣଙ୍କୁ ଏସିଡିଟି, ପାଚନ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ହୋଇପାରେ। ଅନ୍ୟପଟେ ଅଧିକାଂଶ ଲୋକ ଜଳଖିଆରେ ସିଜା ଅଣ୍ଡା ଖାଇବାକୁ ପସନ୍ଦ କରନ୍ତି । ମାତ୍ର ସକାଳର ଚା’ ସହ ଅଣ୍ଡା ଖାଇବା ବି ଉଚିତ ନୁହେଁ । ସେହିପରି ଚା’ ସହିତ କଞ୍ଚା ପିଆଜ ଖାଇବା ଆଦୌ ଉଚିତ୍ ନୁହେଁ । ଚା’ ସହିତ କଞ୍ଚା ପିଆଜ ଖାଇବା ଦ୍ୱାରା ଅନେକ କ୍ଷତି ହୋଇପାରେ । ଡାକ୍ତରଙ୍କ ମତରେ, ଚା’ ଏବଂ ପିଆଜ ମିଶିଲେ ପେଟରେ ଗ୍ୟାସ୍ ଏବଂ କୋଷ୍ଠକାଠିନ୍ୟ ସମସ୍ୟା ଆଦି ବଢାଇ ଦେଇଥାଏ । ଏହାଦ୍ୱାରା ଖାଦ୍ୟର ହଜମ ପ୍ରକ୍ରିୟାରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇଥାଏ ।

Get real time updates directly on you device, subscribe now.