fbpx
BSKY
BJD SHG SKY
BJD YOUTH SKY

ଏୟାରପୋର୍ଟ ଛକରେ ଦୁଇ ଜଣ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିବା ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ବର: ଏୟାରପୋର୍ଟ ଛକରେ ଦୁଇ ଜଣ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିବା ଘଟଣାରେ ଉଭୟ ଗୋଷ୍ଠିର ଆଠ ଜଣଙ୍କୁ ଗିରଫ କଲା ଏୟାର ପୋର୍ଟ ଥାନା ପୋଲିସ । ଭାଇଗିରୀ ଓ ଜମି ପୋଜେସନ ଦେଇ କୋଟି କୋଟି ଟଙ୍କା ହାତେଇବା ଆଶାରେ ବୁଲିଥିଲା ଖଣ୍ଡା ଭୁଜାଲି। ରବିବାର ରାତି ପ୍ରାୟ ୮ ଟା। ଏୟାରପୋର୍ଟ ଟ୍ରାଫିକ ନିକଟ ରାଜେନ୍ଦ୍ର ବିହାର କଡରେ ଥିବା ଏହି ପ୍ଲଟ ନିକଟରେ ପହଞ୍ଚିଥିଲେ ମଦନ ମହାରଣା ଓରଫ ଶିବା ଓ ରାକା । ହାତରେ ଥିଲା ଖଣ୍ଡା । ଆଉ ଗୋଟିଏ ଗୋଷ୍ଠୀର ୩୦ ରୁ ଉର୍ଦ୍ଧ ଯୁବକ ଏହି ଗ୍ୟାରେଜ ନିକଟରେ ଚଳାଇଥିଲେ ଭୋଜି।କାହିଁକି ଏଠାରେ ଖଟି ଚାଲିଛି ବୋଲି ପଚାରିବା ସହ ଜମି ମାଲିକ ପ୍ରଦୀପ ସିଂ ଙ୍କୁ ଶିବା ପକାଇଥିଲା ଖଣ୍ଡା ଚୋଟ ।

ଏହାର ବିରୋଧ କରି ଭୋଜି କରୁଥିବା ଅନ୍ୟ ଯୁବକ ସେହି ଖଣ୍ଡାରେ ଶିବାକୁ ହାଣି ଲହୁଲୁହାଣ କରିଥିବା ବେଳେ ଖସିଯାଇଥିଲା ରାକା । ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଶିବାକୁ ଭର୍ତ୍ତି କରାଯାଇଥିବା ବେଳେ ପରେ ସଂକଟାପନ୍ନ ଅବସ୍ଥାରେ କଟକ ବଡ଼ ମେଡ଼ିକାଲ ରାତିରେ ନିଆଯାଇଛି । ଦୁଇ ପକ୍ଷର ଏତଲା ଆଧାରରେ ପୋଲିସ ୮ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଙ୍କ ମଧ୍ୟରେ 3ଜଣ କେବିଏନ ଗ୍ରୁପରେ ସାମିଲ ଥିବା କଥା ତଦନ୍ତ ରୁ ଜାଣିବାକୁ ପାଇଛି ପୋଲିସ ।ଘଟଣା ରେ ବ୍ୟବହୃତ ଖଣ୍ଡା ଏବଂ ଏକ କାର କୁ ଜବତ କରିଛି ପୋଲିସଘଟଣା ଘଟାଇ ଭୁବନେଶ୍ୱର ବାହାରକୁ ଫେରାର ହେଇଯାଇଥିବା ବେଳେ ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ । ଗିରଫ ସମସ୍ତ ଅଭିଯୁକ୍ତ ଙ୍କ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି।

ଆପଣ ଦେଖୁଥୁବ ଏହି ଜମିଟି ର ମୂଲ୍ୟ ପାଖାପାଖି ୧୦ କୋଟି ଟଙ୍କାରୁ ଉର୍ଦ୍ଧ ହେବ । ପ୍ରଦୀପ ସିଂ ଏବଂ ଅନ୍ୟ ଜଣଙ୍କ ମଧ୍ୟରେ ଏହି ଜମିର ମାଲିକାନା କୁ ନେଇ କେସ ହାଇକୋର୍ଟରେ ରହିଛି । ଏଣୁ ପୋଜେସନ କୁ କେନ୍ଦ୍ରକରି ଘଟଣା ଘଟିଥିବା କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ । ଯେଉଁ ୩୦ ଯୁବକ ଏହି ଗ୍ୟାରେଜରେ ବସି ଭୋଜି କରୁଥିଲେ, ସେମାନେ ପୂର୍ବରୁ ୨ ମାସ ହେଲା ସେଠାରେ ଡେରା ପକାଇଥିଲେ। ପୋଜେସନ ଦେଇଥିଲେ ନେଇଥାନ୍ତେ ୩୦ ଲକ୍ଷ । କିନ୍ତୁ ଶିବା ଓ ରାକା ଏଥିରେ ସାଜିଥିଲେ ପ୍ରତିବନ୍ଧକ । ସେମାନେ ଜମିଟିକୁ ନିଜ ଅକ୍ତିଆରକୁ ନେବାକୁ ଚେଷ୍ଟା କରିବାରୁ ଏଭଳି ସ୍ଥିତି ଉପୁଜୁଥିବା ପରୋକ୍ଷରେ କହିଛନ୍ତି ଜମି ମାଲିକ । କିଛିଦିନ ତଳେ ରାଘବ ଜେନା ଗ୍ୟାଙ୍ଗ ଠିକ ଏଭଳି ସିଆର୍ପି ଛକ ନିକଟରେ ଭାଇଗିରି ଦେଖାଇବାକୁ ଚେଷ୍ଟା କରିଥିଲା ବେଳେ ବାଉଁସରଙ୍କୁ ଗୋଡେଇ ଗୋଡେଇ ବାନ୍ଧିଥିଲା ପୋଲିସ।

Get real time updates directly on you device, subscribe now.