fbpx
BJD SKY
BJD SKY

ସପିଂ ପାଇଁ ୧ ଲକ୍ଷ ଟଙ୍କା ମାଗିଲା ପ୍ରେମିକା; ନଦେଇ ପାରି ଏଭଳି ଭୁଲ୍ ନିଷ୍ପତି ନେଲା ପ୍ରେମିକ…..

BJD

ମୁମ୍ବାଇ: ପ୍ରେମିକା ସପିଂ ପାଇଁ ୧ ଲକ୍ଷ ଟଙ୍କା ମାଗିବାରୁ ଜୀବନ ହାରିଲେ ଯୁବକ । ନଭେମ୍ବର ୧ ରେ ମୁମ୍ବାଇର ଜଣେ ୨୦ ବର୍ଷୀୟ ଯୁବକ ଫାଶୀ ଲଗାଇ ଜୀବନ ହାରିଥିଲେ । ଆଜି ତାଙ୍କ ଆତ୍ମହତ୍ୟା ପଛର କାରଣ ସାମ୍ନାକୁ ଆସିଛି। ପ୍ରେମିକା ପାଇଁ ସେ ଜୀବନ ହାରିିଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର ଲୋକ। ମୃତକର ଜଣେ ସାଙ୍ଗ ତାଙ୍କ ପରିବାରକୁ ପୂରା ଘଟଣା ଜଣାଇବା ପରେ ପୁଅ ଆତ୍ମହତ୍ୟା କରିବା ପଛର କାରଣ ଜାଣିଥିଲେ ପରିବାର ଲୋକ । ମୃତକଙ୍କ ନାମ ପ୍ରଥମ୍ ହୋବାଲ ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ, ଘଟଣାଟି ନଭେମ୍ବର ୧ ରେ ମୁମ୍ବାଇର ପବଇ ଅଞ୍ଚଳରେ ଘଟିଥିଲା ।

ସେହି ଦିନ ସୁମିତ ହୋବାଲଙ୍କ ପୁଅ ପ୍ରଥମ୍ ଜୀବନ ହାରିଥିଲେ। ପୁଅ କାହିଁକି ଜୀବନ ହାରିଲେ ଏହାର କାରଣ ପରିବାର ଲୋକେ ଜାଣିପାରୁନଥିବା ବେଳେ ପ୍ରଥମଙ୍କ ସାଙ୍ଗ ପ୍ରକୃତ କାରଣ କହିଥିଲେ । ‌ପ୍ରଥମ୍ ଙ୍କ ପ୍ରେମିକା ସପିଂ ପାଇଁ ୧ଲକ୍ଷ ଟଙ୍କା ମାଗୁଥିବା ସହ ତାଙ୍କୁ ମାନସିକ ନିର୍ଯ୍ୟାତନା ଦେଉଥିବାରୁ ସେ ଏଭଳି ପଦକ୍ଷେପ ନେଇଥିବା କହିଥିଲେ ପ୍ରଥମ୍ ଙ୍କ ସାଙ୍ଗ। ଏହା ପରେ ପ୍ରଥମ୍ ଙ୍କ ଫୋନରୁ ମେସେଜ ପ୍ରମାଣ ଆକାରରେ ମିଳିବାରୁ ଏବେ ନ୍ୟାୟ ପାଇଁ ପ୍ରେମିକା ବିରୋଧରେ ପୋଲିସରେ ଅଭିଯୋଗ କରିଛନ୍ତି ତାଙ୍କ ପରିବାର ଲୋକ । ତେବେ ଏହି ପ୍ରମାଣ ଆଧାରରେ ତାଙ୍କ ପୁଅ ନ୍ୟାୟ ପାଇବା ନେଇ ଆଶା ରଖିଛନ୍ତି ପରିବାର ଲୋକ।

Get real time updates directly on you device, subscribe now.