fbpx

ଅଣ୍ଡା ସହିତ ଭୁଲରେ ବି ସେବନ କରନ୍ତୁ ନାହିଁ ଏହି ଜିନିଷ; ନଚେତ୍ ବିଗିଡିପାରେ ଆପଣଙ୍କ ସ୍ୱାସ୍ଥ୍ୟ, ଯାଇପାରନ୍ତି ହସ୍ପିଟାଲ୍

ଆଜିକାଲିର ବ୍ୟସ୍ତବହୁଳ ଜୀବନ ଶୈଳୀରେ ଆମେ ସୁସ୍ଥ ରହିବା ପାଇଁ ଏବଂ ଶରୀରକୁ ଫିଟ ରଖିବା ପାଇଁ ବିଭିନ୍ନ ପ୍ରକାର ଉପାୟ ଆପଣାଇଥାନ୍ତି । ଏଥିସହିତ ସୁଷମ ଏବଂ ପୁଷ୍ଟିକର ଖାଦ୍ୟ ମଧ୍ୟ ସେବନ କରିଥାନ୍ତି । ଯେଉଁଥିରେ ବିଭିନ୍ନ ସବୁଜ ପନିପରିବା ଠାରୁ ଆରମ୍ଭ କରି ମାଛ, ମାସଂ, ଅଣ୍ଡା ଆଦି ସାମିଲ ଥାଏ । ତେବେ ଆଜିକାଲି ପ୍ରୟ ଅଧିକାଂଶ ଲୋକେ ଅଣ୍ଡା ସେବନ କରିବାକୁ ପସନ୍ଦ କରିଥାନ୍ତି । କାରଣ ଏଥିରେ ପ୍ରଚୁର ପରିମାଣର ପ୍ରୋଟିନ, ଭିଟାମିନ୍ ଏବଂ ପୋଷକତତ୍ୱ ରହିବା ସହ ଏହା ସହଜ ଏବଂ ଶୀଘ୍ର ପ୍ରସ୍ତୁତ ହୋଇଥାଏ ।ଯାହାକି ଶରୀରକୁ ସୁସ୍ଥ ରଖିବା ସହ ବିଭିନ୍ନ ପ୍ରକାର ରୋଗରୁ ମଧ୍ୟ ରକ୍ଷା କରିବାରେ ସାହାଯ୍ୟ କରେ । କିନ୍ତୁ ଆପଣ ଯଦି ଅଣ୍ଡାକୁ ସଠିକ୍ ଉପାୟରେ ସେବନ ନ କରନ୍ତି , ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିପାରେ । ଯେଉଁ କାରଣରୁ ଆପଣଙ୍କୁ ହସ୍ପିଟାଲ ମଧ୍ୟ ଯିବାକୁ ପଡିପାରେ । ତେଣୁ ଏପରି କିଛି ଜିନିଷ ଅଛି ଯାହାକୁ ଅଣ୍ଡା ସହ ସେବାନ କରିବା ଉଚିତ୍ ନୁହେଁ । ବର୍ତ୍ତମାନ ଆସନ୍ତୁ ଜାଣିବା ସେହି ସମ୍ପର୍କରେ ।

ଅଣ୍ଡା ସହ ସେବନ କରନ୍ତୁ ନାହିଁ ଏହି ସବୁ ଖାଦ୍ୟ:

ସୋୟା ମିଲ୍କ: ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ ସୋୟା ମିଲ୍କ ଉଦ୍ଭିଦ ଭିତ୍ତିକ ପ୍ରୋଟିନର ସର୍ବୋତ୍ତମ ଉତ୍ସ । ଯାହା ଭୁଲରେ ମଧ୍ୟ ଅଣ୍ଡା ସହିତ ଖାଇବା ଉଚିତ୍ ନୁହେଁ । କାରଣ ଏହି ଦୁଇଟି ଜିନିଷ ଏକାଠି ଖାଇବା ଦ୍ୱାରା ଶରୀରରେ ଥିବା ପ୍ରୋଟିନ୍ ଶୀଘ୍ର ବଢିଥାଏ ଫଳରେ ଏହା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇ ପାରେ । ଯେଉଁଥିପାଇଁ ଆପଣଙ୍କୁ ହସ୍ପିଟାଲକୁ ମଧ୍ୟ ଯିବାକୁ ପଡିବ । ତେଣୁ ଆପଣ ଏହି ଦୁଇଟିକୁ ଏକାଠି ଖାଇବା ଠାରୁ ଦୂରେଇ ରହିବା ଉଚିତ ।

ଅଣ୍ଡା ଏବଂ ଲେମ୍ବୁ:ଅଧିକାଂଶ ଲୋକ ଖାଦ୍ୟର ସ୍ୱାଦ ବଢାଇବା ପାଇଁ ଲେମ୍ବୁର ବ୍ୟବହାର କରନ୍ତି । କିନ୍ତୁ ଅଣ୍ଡା ସହିତ ଲେମ୍ବୁ ଖାଇବା କ୍ଷତିକାରକ ହୋଇପାରେ । ଏହାକୁ ସେବନ କରିବା ଦ୍ୱାରା ଆପଣ ହୃଦୟ ସମ୍ବନ୍ଧୀୟ ରୋଗରେ ପଡିପାରନ୍ତି । ତେଣୁ ଆପଣ ଏହାକୁ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ ।

ଚା: ଅଣ୍ଡାକୁ ଚା ସହିତ କେବେବି ଖାଇବା ଉଚିତ୍ ନୁହେଁ । କାରଣ ଏହି ଖାଦ୍ୟ ମିଶ୍ରଣ ଦ୍ୱାରା କୋଷ୍ଠକାଠିନ୍ୟ, ଗ୍ୟାସ୍ ଏବଂ ଏସିଡିଟି ହୋଇପାରେ । ଏହାର କାରଣ ହେଉଛି ଚା ସହିତ ଅଣ୍ଡା ଖାଇବା ଦ୍ୱାରା ଶରୀରରେ ପ୍ରୋଟିନ୍ ପରିମାଣ ବୃଦ୍ଧି ପାଇଥାଏ । ତେଣୁ ଉଭୟଙ୍କୁ ଏକାଠି ସେବନ କରିବା ଦ୍ୱାରା ଏହା ଆପଣଙ୍କ ସ୍ୱାସ୍ଥ୍ୟପ୍ରତି ସଙ୍କଟ ଆଣିପାରେ । ତେଣୁ ଏପରି ଖାଦ୍ୟ ଠାରୁ ନିଜକୁ ଦୂରେଇ ରଖନ୍ତୁ

କଦଳୀ: ଅନେକ ସମୟରେ କିଛି ବ୍ୟକ୍ତି ନିଜ ଡାଇଟରେ କଦଳୀ,ଅଣ୍ଡା, ସାଲାଡ ଆଦି ସାମିଲ କରିଥାନ୍ତି । କିନ୍ତୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ ଅଣ୍ଡା ସହିତ କେବେ ବି ଭୁଲରେ କଦଳୀ ସେବନ କରନ୍ତୁ ନାହିଁ । କାରଣ ଏହି ଦୁଇଟି ଖାଦ୍ୟକୁ ଏକା ସହିତ ସେବନ କରିବା ଦ୍ୱାରା ଏହା ହଜମ ହେବା ପାଇଁ ଅନେକ ସମୟ ନେଇଥାଏ । ଫଳରେ ଆପଣଙ୍କ ପେଟ ଜନିତ ସମସ୍ୟା ଦେଖାଦେଇପାରେ । ଯେଉଁଥିପାଇଁ ଆପଣ ମେଡିକାଲ ମଧ୍ୟ ଯାଇପାରନ୍ତି । ତେଣୁ ଏପରି ଖାଦ୍ୟ ସେବନ ଠାରୁ ଦୂରେଇ ରହିବା ନିତ୍ୟାନ୍ତ ଜରୁରୀ ।

Get real time updates directly on you device, subscribe now.