fbpx

ଅଳତା ଲଗାଇବା ସମୟରେ କରନ୍ତୁ ନାହିଁ ଏହି ଭୁଲ୍ : ନଚେତ୍ ସ୍ୱାମୀଙ୍କ ଉପରେ ଆସିପାରେ ବିପଦ

ହିନ୍ଦୁ ଧର୍ମରେ ଅନେକ ପ୍ରଥା, ପରମ୍ପରା ଓ ସଂସ୍କୃତି ରହିଛି । ବିଭିନ୍ନ ପରମ୍ପରାର ଭିନ୍ନ ଭିନ୍ନ ମହତ୍ତ୍ୱ ମଧ୍ୟ ରହିଥାଏ । ତେବେ ସେଥିମଧ୍ୟରୁ ୧୬ ଶୃଙ୍ଗାରର ମହତ୍ତ୍ୱ ସମ୍ପୂର୍ଣ୍ଣ ଭିନ୍ନ । ଏହି ପରମ୍ପରା ସାଧାରଣତଃ ବିବାହିତ ନାରୀମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ୧୬ ଶୃଙ୍ଗାର ଦ୍ୱାରା ନାରୀମାନଙ୍କ ସୌନ୍ଦର୍ଯ୍ୟକୁ ବୃଦ୍ଧି ହେବା ସହ ସେମାନେ ସୌଭାଗ୍ୟବତୀ ମଧ୍ୟ ହୋଇଥାନ୍ତି । ଏଥିସହିତ ଏହି ୧୬ ଶୃଙ୍ଗାର ବିବାହିତ ନାରୀମାନଙ୍କ ସ୍ୱାମୀ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ତେବେ ଏହି ଶୃଙ୍ଗାରରେ ଅଳତାର ମହତ୍ତ୍ୱ ଖୁବ ବେଶୀ ରହିଥାଏ । ପ୍ରତ୍ୟେକ ବିବାହିତ ମହିଳାମାନେ ବିଭିନ୍ନ ପୂଜା ପାର୍ବଣରେ ଅଳତା ଲଗାଇଥାନ୍ତି । କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଅଳତା ଲଗାଇବା ସମୟରେ କିଛି କଥା ବା ନିୟମ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ । ନଚେତ୍ ଏହା ସ୍ୱାମୀଙ୍କ ପ୍ରତି ବିପଦ ଆଣିପାରେ । ବର୍ତ୍ତମାନ ଆସନ୍ତୁ ଜାଣିବା ଅଳତା ପିନ୍ଧିବା ସମୟରେ ମହିଳାମାନେ କେଉଁ ସବୁ ନିୟମ ମାନିବା ଉଚିତ୍ ।

ଦକ୍ଷିଣ ଦିଗକୁ ମୁହଁ କରନ୍ତୁ ନାହିଁ: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମହିଳାମାନେ ଅଳତା ଲଗାଇବା ସମୟରେ ଦକ୍ଷିଣ ଦିଗକୁ ମୁହଁ କରି ଅଳତା ପିନ୍ଧନ୍ତୁ ନାହିଁ । ଏପରି କରିବା ଦ୍ୱାରା ଏହା ସ୍ୱାମୀଙଅକ କ୍ୟାରିୟର ଉପରେ ପ୍ରଭାବ ପକାଇଥାଏ । ତେଣୁ ବିବାହିତା ମହିଳାମାନେ ଅଳତା ଲଗାଇବା ସମୟରେ ସର୍ବଦା ପୂର୍ବ କିମ୍ବା ଉତ୍ତର ଦିଗକୁ ମୁହଁ କରି ଅଳତା ପିନ୍ଧିବା ଉଚିତ୍ ।

ମଙ୍ଗଳବାର ଦିନ ଅଳତା ପିନ୍ଧନ୍ତୁ ନାହିଁ: ମଙ୍ଗଳବାର ଦିନ ଭୁଲରେ ମଧ୍ୟ ବିବାହିତା ମହିଳାମାନେ ଗୋଡରେ ଅଳତା ଲଗାନ୍ତୁ ନାହିଁ । କାରଣ କୁହାଯାଏ ଯେ ମଙ୍ଗଳବାର ଦିନ ଗୋଡରେ ଅଳତା ଲଗାଇବା ଦ୍ୱାରା ପ୍ରଭୁ ହନୁମାନ କ୍ରୋଧିତ ହୋଇଯାଆନ୍ତି ଏବଂ ଅଭିଶାପ ଗେଇଥାନ୍ତି । ଯାହାଫଳରେ ଏହା ଆପଣଙ୍କ ସ୍ୱାମୀଙ୍କ ସ୍ୱାସ୍ଥ୍ୟ ଉପରେ ଗଭିର ପ୍ରଭାବ ପକାଇଥାଏ ।

ଅଳତା ଲଗାଇ ସାରିବା ପରେ ଗୋଡ ଧୁଅନ୍ତୁ ନାହିଁ: ଜ୍ୟୋତିଷ ଶାସ୍ତ୍ର ଏବଂ ହିନ୍ଦୁ ଧର୍ମ ଅନୁସାରେ ବିବାହିତ ମହିଳାମାନେ ଅଳତା ଲଗାଇସାରିବା ପରେ ତୁରନ୍ତ ଗୋଡ ଧୁଅନ୍ତୁ ନାହିଁ । ଏପରି କରିବା ଦ୍ୱାରା ଶୃଙ୍ଗାରର ଅପମାନ ହୁଏ ବୋଲି କୁହାଯାଏ । ଯାହାଫଳରେ ଏହା ଆପଣଙ୍କ ସ୍ୱାମୀଙ୍କ ଜୀବନ ଉପରେ ଗଭିର ପ୍ରଭାବ ପକାଇବା ସହିତ ତାଙ୍କ ପାଇଁ ଦୁର୍ଭାଗ୍ୟ ଆସିଥାଏ । ତେଣୁ ଅଳତା ଲଗାଇବାର କିଛି ସମୟ ପରେ ଗୋଡ ଧୋଇ ପାରିବେ ।

ସମ୍ପୂର୍ଣ୍ଣ ରୂପେ ଅଳତା ଲଗାନ୍ତୁ: ଅନେକ ଲୋକ ଅଛନ୍ତି ଅଳତା ଲଗାଇବା ସମୟରେ ପଛ ଗୋଇଠିକୁ ଛାଡି ଦିଅନ୍ତି କିମ୍ବା ସଠିକ୍ ଭଆବରେ ଲଗାନ୍ତି ନାହିଁ । ତେବେ ଏପରି କରିବା ଅଶୁଭ ବୋଲି କୁହାଯାଇଥାଏ । ତେଣୁ ଅଳତା ଲଗାଇବା ସମୟରେ ସଠିକ୍ ଏବଂ ସମ୍ପୂଣ୍ଣ ଭାବରେ ଭାବରେ ଅଳତା ଲଗାନ୍ତୁ ।

Get real time updates directly on you device, subscribe now.