fbpx

ଚିକେନ ସହିତ ଏହି ଖାଦ୍ୟ ଭୁଲରେ ଖାଆନ୍ତୁ ନାହିଁ, ଶରୀର ପାଇଁ ଏହା କ୍ଷତି କାରକ

ଅଧିକାଂଶ ଲୋକଙ୍କୁ ଚିକେନ ବହୁତ ଭଲ ଲାଗିଥାଏ । ଚିକେନରେ ବହୁ ପ୍ରକାର ଆଇଟମ ତିଆରି କରିବା ଆପଣଙ୍କୁ ଭଲଭାବେ ଜଣା ଥିବ ହେଲେ ଚିକେନ ସହ କଣ ନ ଖାଇବା ଉଚିତ ତାହା ଜାଣିବା ନିହାତି ଆବଶ୍ୟକ । କାରଣ କିଛି ଖାଦ୍ୟ ରହିଛି ଯାହାକୁ ଚିକେନ ସହିତ ଖାଇବା ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଚିକେନ ସହ ଏହି ଜିନିଷ ଖାଇଲେ ଏହା ଶରୀର ପ୍ରତି ଖରାପ ପ୍ରଭାବ ପକାଇଥାଏ । ଏହାପାଇଁ ଶରୀରରେ ବିଭିନ୍ନ ଏଲାର୍ଜିକ୍ସ ହୋଇଥାଏ । ଏହାସହ ବିଭିନ୍ନ ରୋଗ ମଧ୍ୟ ହୋଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ ଖାଦ୍ୟ ଚିକେନ ସହ ଖାଇବା ମନା ।

-କ୍ଷୀର ସହ ଚିକେନ ଖାଇବା ବିଶ ଖାଇବା ସାଙ୍ଗେ ସମାନ ହୋଇଥାଏ । କ୍ଷୀର ସହ ଚିକେନ ମିଶି ଶରୀରକୁ ଖରାପ ପ୍ରଭାବ ପକାଇଥାନ୍ତି । ଏହି ପ୍ରଭାବରେ ଏଲାର୍ଜି ହେବା ସହ ବିଭିନ୍ନ ପ୍ରକାର ଚର୍ମ ଜନୀତ ରୋଗ ଦେଖା ଦେଇଥାଏ । କେତେକାଂଶରେ ଲୋକମାନେ କ୍ଷୀର ସହ ଚିକେନ ଖାଇଲେ ଚର୍ମରେ ଧଳାଦାଗ ଏବଂ କୁଣ୍ଡାଇ ହେବାର ସମସ୍ୟା ଦେଖାଦେଇଥାଏ ।

-କିଛି ଲୋକ ଥାଆନ୍ତି ଯିଏ କି ସବୁ ଜିନିଷ ସହ ଦହି ଖାଇବା ପାଇଁ ଭଲ ପାଆନ୍ତି । କାରଣ ଦହି ସବୁ ଜିନିଷକୁ ଅଧିକ ଟେଷ୍ଟି ବନାଇଥାଏ । କିଛି ଲୋକ ଚିକେନ ସହ ଦହି ଖାଇଥାନ୍ତି । ହେଲେ ଏହାକୁ ଖାଇବା କଥା ନୁହେଁ କାରଣ ଦହି ଥଣ୍ଡା ହୋଇଥିବା ବେଳେ, ଚିକେନ ଗରମ । ଯାହାକୁ ଖାଇଲେ ଆମର ପାଚନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥାଏ ।

-ଚିକେନ ସହ ମାଛ ଖାଇବା ସ୍ୱାସ୍ଥ୍ୟ ପାଇଁ ଉଚିତ ନୁହେଁ । ଚିକେନ ଏବଂ ମାଛରେ ପ୍ରଚୁର ପରିମାଣରେ ପ୍ରୋଟିନ ରହିଥାଏ । ହେଲେ ଦୁଇଟି ଖାଦ୍ୟରେ ଭିନ୍ନ ଭିନ୍ନ ପ୍ରୋଟିନ ରହିଥାଏ । ଏହା ଶରୀର ପ୍ରତି ରିଆକ୍ସନ୍ କରିଥାଏ । ଏହାକୁ ଖାଇଲେ ଶରୀର ଅସୁସ୍ଥ ହୋଇପଡେ । ସେଥିପାଇଁ ମାଛ ସହ ଚିକେନ ଖାଇବା ଉଚିତ ନୁହେଁ ।

Get real time updates directly on you device, subscribe now.