fbpx

ଅଟୋ ଡ୍ରାଇଭର ପ୍ରେମରେ ବିଦେଶିନୀ: ଭାରତ ଆସି ହିନ୍ଦୁ ରୀତି-ନୀତିରେ କଲେ ବିବାହ

ନୂଆଦିଲ୍ଲୀ: କର୍ଣ୍ଣାଟକର ଅନନ୍ତରାଜୁ ଓ ବେଲଜିୟମର କେମିଲିଙ୍କ କାହାଣୀ ଏବେ ଖୁବ ଚର୍ଚ୍ଚାରେ ରହିଛି । ସେ ଦୁହେଁ ୨୫ ନଭେମ୍ବରରେ ହମ୍ପିର ବିରୁପାକ୍ଷ ମନ୍ଦିରରେ ହିନ୍ଦୁ ରୀତିନୀତି ଅନୁସାରେ ବିବାହ କରିଛନ୍ତି । ୩୦ ବର୍ଷୀୟ ଅନନ୍ତରାଜୁ ଅଟୋ ଚଳାଇବା ସହ ଟ୍ୟୁରିଷ୍ଟ ଗାଇଡର କାମ ମଧ୍ୟ କରନ୍ତି । ସୋସିଆଲ ମିଡିଆ ମାଧ୍ୟମରେ ୨୭ ବର୍ଷୀୟ କେମିଲିଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା ।

ରିପୋର୍ଟ ଅନୁସାରେ, କେମିଲିଙ୍କ ସହ ଅନନ୍ତରାଜୁଙ୍କ ପ୍ରଥମ ସାକ୍ଷାତ ୨୦୧୯ରେ ହୋଇଥିଲା । ସେବେ କେମିଲି ନିଜ ପରିବାର ସହିତ ହମ୍ପି ବୁଲିବାକୁ ଆସିଥିଲେ । ସେହି ସମୟରେ ଅନନ୍ତରାଜ ତାଙ୍କୁ ଗାଇଡ୍ କରିଥିଲେ । ଏହା ସହ ତାଙ୍କର ରହିବାର ସମସ୍ତ ବ୍ୟବସ୍ଥା ମଧ୍ୟ କରିଥିଲେ । ନିଜର ଇଣ୍ଡିଆ ଟ୍ରିପ୍ ସମୟରେ ଅନନ୍ତରାଜୁଙ୍କ ସଚ୍ଚୋଟତା ଓ ଆତିଥ୍ୟରେ ଗଭୀର ପ୍ରଭାବିତ ହୋଇଥିଲେ କେମିଲି ।

ନିଜ ଦେଶକୁ ଫେରିଯିବା ପରେ କେମିଲି ସୋସିଆଲ ମିଡିଆ ମାଧ୍ୟମରେ ଅନନ୍ତରାଜୁଙ୍କ ସହ ସମ୍ପର୍କ ରଖିଥିଲେ ଓ କଥା ହେଉଥିଲେ । ଏହାରି ମଧ୍ୟରେ ଦୁହେଁ ପରସ୍ପରଙ୍କୁ ପସନ୍ଦ କରିବାକୁ ଲାଗିଲେ । କିନ୍ତୁ କରୋନା ମହାମାରୀ ପାଇଁ ଦୁହେଁ ଭେଟ ହୋଇପାରିନଥିଲେ । କିନ୍ତୁ କିଛି ମାସ ପୂର୍ବରୁ ସେମାନେ ନିଜ ‘ଲଙ୍ଗ ଡିଷ୍ଟାନ୍ସ ଲଭ୍’ ବିଷୟରେ ପରିବାର ଲୋକଙ୍କୁ କହିଥିଲେ । ଉଭୟଙ୍କ ପରିବାର ଲୋକ ଏଥିରେ ରାଜି ହୋଇ ଥିଲେ ଓ ବାହାହେବାକୁ ମଞ୍ଜୁରୀ ଦେଇଥିଲେ । ଶେଷରେ ଗତ ଶୁକ୍ରବାର ଦିନ ଏହି ପ୍ରେମୀଯୁଗଳ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

Get real time updates directly on you device, subscribe now.