fbpx

Video: ‘ନ ପିନ୍ଧିଲେ ମଧ୍ୟ ସୁନ୍ଦର ଦେଖାଯାଆନ୍ତି’; ମହିଳାଙ୍କ ଉପରେ ବାବା ରାମଦେବ୍‌ଙ୍କ ମନ୍ତବ୍ୟ ଭାଇରାଲ, ବଢ଼ିଲା ବିବାଦ

ନୁଆଦିଲ୍ଲୀ: ଯୋଗଗୁରୁ ବାବା ରାମଦେବ୍ ମହିଳାଙ୍କୁ ନେଇ ଦେଇଥିବା ବୟାନକୁ ସବୁଠି ବିରୋଧ କରାଯାଉଛି। ମହାରାଷ୍ଟ୍ରର ପୁନେଠାରେ ଆୟୋଜିତ ଏକ ଯୋଗ କାର୍ଯ୍ୟକ୍ରମରେ ରାମଦେବ୍ କହିଥିଲେ କି, ‘ମହିଳାମାନେ ଶାଢ଼ୀ, ସାଲବାର ଏବଂ ସୁଟ୍‌ରେ ସୁନ୍ଦର ଦେଖାଯାଆନ୍ତି, ମୋ ଭଳି କିଛି ନ ପିନ୍ଧିଲେ ମଧ୍ୟ ସୁନ୍ଦର ଦେଖାଯାଆନ୍ତି।’ ରାମ୍‌ଦେବ୍ ଯେତେବେଳେ ଏହି କଥା କହିଥିଲେ, ସେ ସମୟରେ ମଞ୍ଚରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ଙ୍କ ସ୍ତ୍ରୀ ଅମୃତା ମଧ୍ୟ ଉପସ୍ଥିତ ଥିଲେ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ପୁଅ ତଥା ସାଂସଦ ଶ୍ରୀକାନ୍ତ ସିନ୍ଦେଙ୍କ ପରି ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ଯୋଗ ଅଧିବେଶନ ପରେ ଏକ ସମ୍ମିଳନୀ ଆୟୋଜିତ ହୋଇଥିଲା ତେଣୁ ଇଭେଣ୍ଟରେ ମହିଳାମାନେ ସେମାନଙ୍କର ପୋଷାକ ବଦଳାଇ ପାରି ନଥିଲେ। ଏହାକୁ ଲକ୍ଷ୍ୟ କରି ରାମଦେବ୍ କହିଥିଲେ କି, ଏଥିରେ କୌଣସି ଅସୁବିଧା ନୁହେଁ, ବର୍ତ୍ତମାନ ଆପଣ ଘରକୁ ଯାଇ ଶାଢ଼ୀ ପିନ୍ଧି ପାରିବେ।” ସେ ଆହୁରି ମଧ୍ୟ କହିଥଲେ, ‘ମହିଳାମାନେ ଶାଢ଼ୀ, ସାଲବାର ଏବଂ ସୁଟ୍‌ରେ ସୁନ୍ଦର ଦେଖାଯାଆନ୍ତି, ମୋ ଭଳି କିଛି ନ ପିନ୍ଧିଲେ ମଧ୍ୟ ସୁନ୍ଦର ଦେଖାଯାଆନ୍ତି।’

ବାବା ରାମଦେବ୍‌ଙ୍କର ଏହି ବୟାନ୍ ଭାଇରାଲ ହେବା ପରେ ଏହାକୁ ନେଇ ବିବାଦ ବଢିବାରେ ଲାଗିଲାଣି । ଏହାକୁ ନେଇ ମହିଳା ମାନଙ୍କ ମଧ୍ୟରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏପ୍ରକାର କତା କହି ରାମଦେବ୍ ମହିଳାମାନଙ୍କର ଅପମାନ କରିଥିବା ଅନେକ କହିଛନ୍ତି ।

 

 

Get real time updates directly on you device, subscribe now.