fbpx

କମ୍ ବୟସରେ ହୋଇପାରେ ହାର୍ଟ ଆଟାକ୍: ଏପରି ନିଅନ୍ତୁ ହୃଦୟର ଯତ୍ନ

ବୟସ ବଢ଼ିବା ସହିତ ହାର୍ଟ ସହିତ ଜଡ଼ିତ ରୋଗର ବିପଦ ବଢ଼ିଯାଏ । ଯୁବା ଅବସ୍ଥାରେ ଏକ ସୁସ୍ଥ ଜୀବନଶୈଳୀକୁ ଆପଣାଇ ଏହି ରୋଗରୁ ଆପଣ ବର୍ତ୍ତିପାରିବେ, ଯାହାକି ବିଶ୍ୱର ଉଭୟ ପୁରୁଷ ଓ ମହିଳାଙ୍କ ମୃତ୍ୟୁର ନମ୍ବର ୱାନ୍ କାରଣ ସାଜିଛି । ପ୍ରଥମେ ମିଡିଲ୍ ଓ ବୟସ୍କ ଲୋକମାନେ କରୋନାରି ରୋଗର ଶିକାର ହେଉଥିଲେ, କିନ୍ତୁ ସମୟ ବଦଳିବା ସହିତ ଯୁବକମାନଙ୍କଠାରେ ମଧ୍ୟ ଏହି ରୋଗର ଆଶଙ୍କା ଦେଖାଯାଉଛି, ଯେଉଁଥିରୁ ବର୍ତ୍ତିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ୪୫% ଅଣ ସଂକ୍ରାମକ ରୋଗ ଜନିତ ମୃତ୍ୟୁ ପାଇଁ କରୋନାରୀ ଆର୍ଟରୀ ରୋଗ, ହାର୍ଟ ଆଟାକ୍ ଓ ହାଇ ବ୍ଲଡ ପ୍ରେସର ଦାୟୀ । ଏଥି ସହିତ ନିଶ୍ୱାସ ସହ ଜଡ଼ିତ ରୋଗରୁ ୨୨ ପ୍ରତିଶତ, କ୍ୟାନ୍ସରରୁ ୧୨ ପ୍ରତିଶତ ଓ ଡାଇବେଟିସ୍ ରୋଗ ପାଇଁ ୩ ପ୍ରତିଶତ ଲୋକଙ୍କର ମୃତ୍ୟୁ ହେଉଛି ।

ଯଦି ଶୀଘ୍ର ପଦକ୍ଷେପ ନିଆଯାଏ, ତେବେ ଅଳ୍ପ ବୟସରେ ଘଟୁଥିବା ପ୍ରାୟ ୮୦ ପ୍ରତିଶତ ହାର୍ଟଆଟାକକୁ ରୋକାଯାଇପାରିବ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ – ଧୂମ୍ରପାନରୁ ଦୂରେଇ ରହିବା, ସୁସ୍ଥ ଖାଦ୍ୟ ଗ୍ରହଣ କରିବା, ନିୟମିତ ବ୍ୟାୟାମ କରିବା, ସଠିକ୍ ଓଜନ, ବ୍ଲଡ ପ୍ରେସର, ଚିନି, କୋଲେଷ୍ଟ୍ରୋଲର ସଠିକ୍ ସ୍ତର ରଖିବା କମ୍ ବୟସରେ ଆରମ୍ଭ କରିଦେବା ଉଚିତ୍ ।

ହାର୍ଟ ଆଟାକ୍ କାହିଁକି ହୁଏ?
ହାର୍ଟ ରୋଗ ମୁଖ୍ୟତଃ ଧମନୀରେ ଚର୍ବି, କୋଲେଷ୍ଟ୍ରଲ ଏବଂ ଅନ୍ୟାନ୍ୟ ପଦାର୍ଥର ନିର୍ମାଣ ଦ୍ୱାରା ହୋଇଥାଏ, ଯାହା ଆଥେରୋସ୍କେ୍ଲରୋସିସ୍ ଭାବରେ ଜଣାଶୁଣା । ଏହା ଅଳ୍ପ ବୟସରେ ବଢ଼ିଥାଏ ଏବଂ ସେହି ସ୍ଥାନକୁ ଅବରୋଧ କରିଥାଏ ଯେଉଁଠାରେ ହୃଦୟ ଶରୀରର ଟିସୁରେ ପର୍ଯ୍ୟାପ୍ତ ପରିମାଣର ରକ୍ତ ପମ୍ପ କରିବାରେ ଅସମର୍ଥ ହୋଇଥାଏ । ଏହାଦ୍ୱାରା ବିଭିନ୍ନ ହୃଦୟ ଏବଂ ରକ୍ତଭଣ୍ଡାର ସମ୍ବନ୍ଧୀୟ ରୋଗ ହୋଇଥାଏ ।

Get real time updates directly on you device, subscribe now.