fbpx

ଗଣେଶ ଚତୁର୍ଥୀରେ ଚନ୍ଦ୍ର ଦେଖିଲେ କାହିଁକି ଲାଗିଥାଏ ଦୋଷ ? ଜାଣନ୍ତୁ କାରଣ ଓ ଏଥିରୁ ରକ୍ଷା ପାଇବାର ଉପାୟ

ଆଉ ୨ ଦିନ ପରେ ଆସୁଛି ଗଣେଶ ଚତୁର୍ଥୀ । ଚଳିତବର୍ଷ ସେପ୍ଟେମ୍ବର ୧୦ରୁ ଗଣେଶୋତ୍ସବ ଆରମ୍ଭ ହେବ । ଉତ୍ସବ ଦିନ ଅର୍ଥାତ୍ ଗଣେଷ ଚତୁର୍ଥୀରେ ଚନ୍ଦ୍ରକୁ ଦେଖନ୍ତୁ ନାହିଁ । ଧର୍ମ ଓ ପୁରାଣରେ ଗଣେଶ ଚତୁର୍ଥୀ ଦିନ ଚନ୍ଦ୍ର ଦର୍ଶନକୁ ବାରଣ କରାଯାଇଛି । ଏପରି କରିବା ଦ୍ୱାରା ଦୋଷ ଲାଗିଥାଏ । ଯଦି ଭୁଲରେ ବି ଚନ୍ଦ୍ର ଦର୍ଶନ କରିଛନ୍ତି, ତେବେ ସେଥିରୁ ରକ୍ଷାପାଇବା ପାଇଁ ବ୍ୟକ୍ତିକୁ ଏକ ଉପାୟ ଅବଲମ୍ବନ କରିବାକୁ ପଡିବ ।

ତେବେ ଗଣେଶ ଚତୁର୍ଥୀ ଦିନ ଚନ୍ଦ୍ର ଦର୍ଶନ ନକରିବାର କାରଣ ଏକ କାହାଣୀରେ କୁହାଯାଇଛି । କାହାଣୀ ମୁତାବକ, ଚତୁର୍ଥୀ ଦିନ ଭଗବାନ ଗଣେଶଙ୍କୁ ହାତୀମୁଣ୍ଡ ଲଗାଯାଇଥିଲା । ଏହା ପରେ ପୃଥିବୀ ପରିକ୍ରମା କରିବା ପରେ ତାଙ୍କୁ ପ୍ରଥମ ପୂଜ୍ୟ କୁହାଯାଇଥିଲା ଓ ସମସ୍ତ ଦେବୀ ଦେବତାମାନେ ତାଙ୍କର ପୂଜା କରିଥିଲେ । କିନ୍ତୁ ଚନ୍ଦ୍ର ଦେବ ଏପରି କରିନଥିଲେ । ଚନ୍ଦ୍ର ଦେବ ନିଜ ରୂପକୁ ନେଇ ଗର୍ବିତ ଥିଲେ । ଏଥିରେ ରାଗିଯାଇ ଗଣପତି ତାଙ୍କୁ କଳା ହୋଇଯିବାର ଅଭିଶାପ ଦେଇଥିଲେ । ଏଥିରେ ଚନ୍ଦ୍ର ଦେବ ଡରିଯାଇଥିଲେ ଓ ଗଣେଶ ଜୀଙ୍କୁ କ୍ଷମା ମାଗିଥିଲେ । ଭଗବାନ ଗଣେଶ ତାଙ୍କ ପ୍ରତି ଦୟା କରି କହିଥିଲେ ଯେ, ଯେବେ ଯେବେ ସୂର୍ଯ୍ୟ କିରଣ ଚନ୍ଦ୍ର ଉପରେ ପଡିବ, ସେବେ ତାଙ୍କ ରୂପ ଫେରିଆସିବ । ସେହିଦିନଠାରୁ ଗଣେଶ ଚତୁର୍ଥୀ ଦିନ ଚନ୍ଦ୍ର ଦର୍ଶନ ନିଷେଧ ହୋଇଛି । ଗଣେଶ ଚତୁର୍ଥୀ ଦିନ ଚନ୍ଦ୍ର ଦର୍ଶନ କଲେ ପାପ ଲାଗିଥାଏ ବୋଲି କୁହାଯାଇଛି ।

ଯଦି ଭୁଲରେ ବି ଚନ୍ଦ୍ରର ଦର୍ଶନ କରିବେ, ତେବେ ମାଟିରୁ ଏକ ପଥର ଉଠାଇ ପଛପଟକୁ ଫିଙ୍ଗିଦେବେ । ଏହା ବ୍ୟତୀତ ଏହାର ଦୋଷ ଏଡାଇବାକୁ ସମ୍ପୂର୍ଣ୍ଣ ଭକ୍ତିରେ ‘ସିଂହ: ପ୍ରସେନ୍ନ ମନଭଧିତସିଂହୋ ଜାମ୍ବବତା ହତଃ । ସୁକୁମାର ମା ରୋଦିସ୍ତଭ ହୟେଷଃ ସ୍ୱମନ୍ତକଃ… ମନ୍ତ୍ର ଜପ କରନ୍ତୁ ।ଏପରି କରିବା ଦ୍ୱାରା ଚନ୍ଦ୍ର ଦୋଷର ଖରାପ ପ୍ରଭାବ ବ୍ୟକ୍ତି ଉପରେ ପଡିନଥାଏ । ଏହି ମନ୍ତ୍ରର ଜପ କରିବା ଦ୍ୱାରା ଲୋକଙ୍କ ପାଇଁ ବେଶ ଲାୟଦାୟକ ସାବ୍ୟସ୍ତ ହୋଇଥାଏ ।

Get real time updates directly on you device, subscribe now.