fbpx

ଜଳଖିଆ ନଖାଇଲେ ହୋଇଥାଏ ଏହି ଅସୁବିଧା

ନୂଆଦିଲ୍ଲୀ: ସମୟ ଅଭାବ କିମ୍ବା ଅନ୍ୟ କାରଣ ଯୋଗୁଁ ଅନେକ ସମୟରେ ସକାଳ ଜଳଖିଆ ନଖାଇବା ଶରୀର ପାଇଁ ହାନିକାରକ ହୋଇଥାଏ । ଆସନ୍ତୁ ଜାଣିବା ଜଳଖିଆ ନଖାଇବା ଦ୍ୱାରା ଆମ ଶରୀରରେ କ’ଣ ନକରାତ୍ମକ ପ୍ରଭାବ ପଡ଼ିଥାଏ ।

ପୁରା ରାତି ଶୋଇବା ପରେ ସକାଳେ ଆମ ଶରୀରକୁ ଖାଦ୍ୟର ଆବଶ୍ୟକତା ରହିଥାଏ । ତେଣୁ ଜଳଖିଆ ନକରିବା ଦ୍ୱାରା ଶରୀରରେ ପୋଷକ ତତ୍ତ୍ୱ ଅଭାବ ହୋଇଥାଏ । ସକାଳେ ଜଳଖିଆ ନକରିବା ଦ୍ୱାରା ଆମର ବ୍ଲଡ ସୁଗାର ସ୍ତର ବଢ଼ିଯାଇଥାଏ, ତେଣୁ ପ୍ରତିଦିନ ସକାଳେ ଜଳଖିଆ କରିବା ଉଚିତ୍ ।

ରୋଗପ୍ରତିରୋଧକ କ୍ଷମତା: ଜଳଖିଆ ନଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ କମ ହୋଇଯାଏ । ଏହା ସହ କୋଷଗୁଡ଼ିକୁ ନଷ୍ଟ ହେବା ଆରମ୍ଭ ହୋଇଥାଏ ।

ମୋଟାପଣ ଯୋଗୁଁ ଜଳଖିଆ କରୁନଥିବା ବ୍ୟକ୍ତିଙ୍କୁ ଦ୍ୱିପ୍ରହରରେ ଅଧିକ ଭୋକ ଲାଗିଥାଏ । ଏକ ସହ ଅଧିକ ଖାଇବା ଯୋଗୁଁ ମୋଟାପଣ ବଢ଼ିଥାଏ । ଜଳଖିଆ ନଖାଇବା ଦ୍ୱାରା ଶରୀରରେ ଶକ୍ତି କମ ହୋଇଥାଏ ଏବଂ ଏହାଯୋଗୁଁ ମୁଣ୍ଡ ବୁଲାଇଥାଏ ।

Get real time updates directly on you device, subscribe now.