fbpx

ଟ୍ରେନରେ ଲଗେଜ୍ ହଜିଗଲେ ଆଦୌ କରନ୍ତୁନି ଚିନ୍ତା, ରେଳବାଇ ଆରମ୍ଭ କଲା ନୂଆ ଯୋଜନା; ଜାଣନ୍ତୁ କଣ

ନୂଆଦିଲ୍ଲୀ: ପଶ୍ଚିମ ରେଳବାଇ ଏବଂ ରେଳ ସୁରକ୍ଷା ବଳ (ଆରପିଏଫ) ର ମିଳିତ ସହଯୋଗରେ ‘ମିଶନ ଅମାନତ’ ଆରମ୍ଭ ହୋଇଛି । ଏହି ମିଶନ୍ ଅଧୀନରେ ଯାତ୍ରୀମାନେ ହଜିଯାଇଥିବା ଲଗେଜ୍ କୁ ସହଜରେ ଟ୍ରାକ୍ କରି ଏହାକୁ ଫେରିପାଇପାରେ ସକ୍ଷମ ହେବେ । ଏହି ନିୟମ ଅନୁଯାୟୀ ଯାତ୍ରୀଙ୍କ ସୁରକ୍ଷା ସମେତ ସେମାନଙ୍କ ଲଗେଜ୍ ବା ଜିନିଷ ପତ୍ରର ସୁରକ୍ଷାର ବ୍ୟବସ୍ଥା କରାଯାଇଛି । ପଶ୍ଚିମ ରେଳବାଇ ତରଫରୁ ଟୁଇଟ୍ କରି ଏହି ସୂଚନା ଦିଆଯାଇଛି ଯେ, ହଜିଯାଇଥିବା ଲଗେଜ ଫେରିପାଇବାକୁ ଆହୁରି ସହଜ କରିବା ପାଇଁ ପଶ୍ଚିମ ରେଳବାଇର ଆରପିଏଫ୍ ଏକ ନୂତନ ପଦକ୍ଷେପ ନେଇଛି ।

ମିଶନ୍ ଅମାନତ ଅଧୀନରେ ଫଟୋ ସହିତ ହଜିଯାଇଥିବା ଲଗେଜ୍ ର ବିବରଣୀ ପଶ୍ଚିମ ରେଳବାଇ ୱେବସାଇଟ୍ ରେ ପୋଷ୍ଟ କରାଯାଇଥାଏ । ଏହାଦ୍ୱାରା ଯାତ୍ରୀ ମାନେ ଆରପିଏଫ୍ ୱେବସାଇଟ୍ http://wr.indianrailways.gov.in ରେ ହଜିଯାଇଥିବା ସାମାନର ବିବରଣୀ ଓ ଫଟୋ ଦେଖିପାରିବେ ।

ପଶ୍ଚିମ ରେଳବାଇର ସୂଚନା ଅନୁସାରେ, ୨୦୨୧ ରେ ଜାନୁଆରୀ ରୁ ଡିସେମ୍ବର ମଧ୍ୟରେ ପଶ୍ଚିମ ରେଳବାଇର ଆରପିଏଫ୍ ୧ହଜାର ୩୧୭ ରେଳଯାତ୍ରୀଙ୍କର ୨.୫୮ କୋଟି ମୁଲ୍ୟର ଲଗେଜ୍ ଠାବ କରିଛି । ଭେରିଫାଇ କରିବା ପରେ ଉକ୍ତ ଯାତ୍ରୀଙ୍କୁ ସେମାନଙ୍କ ଜିନିଷ ଫେରାଇ ଦିଆଯାଇଛି । ତେବେ ଏହି ଅଭିଯାନ ୨୪ ଘଣ୍ଟା କାମ କରିଥାଏ ।

 

Get real time updates directly on you device, subscribe now.