fbpx

ପଞ୍ଚାୟତ ନିର୍ବାଚନ : ୧୫ରେ ଜିଲ୍ଲାପାଳ ଏବଂ ଏସ୍‌ପିମାନଙ୍କ ସହ ଆଲୋଚନା କରିବେ ରାଜ୍ୟ ନିର୍ବାଚନ କମିଶନର

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକରେ ହେବାକୁ ଥିବା ସାଧାରଣ ନିର୍ବାଚନ- ୨୨ ସଂପର୍କରେ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ଆସନ୍ତା ୧୫ ତାରିଖ ଦିନ ସାଢେ ୧୦ଟା ସମୟରେ ସମସ୍ତ ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ/ପୋଲିସ୍‌ ଡେପୁଟି କମିଶନର, ରାଜସ୍ୱ କମିଶନର, ରେଞ୍ଜ ଆଇଜି/ ଡିଆଇଜିମାନଙ୍କ ସହ ଭର୍ଚୁଆଲ୍‌ ମାଧ୍ୟମରେ ଆଲୋଚନା କରିବେ ।

ନିର୍ବାଚନ କମିଶନରଙ୍କ ଓସ୍‌ୱାନ୍‌ ସମ୍ମିଳନୀ କକ୍ଷରେ ନିର୍ବାଚନ କମିଶନରଙ୍କ ସହ ମୁଖ୍ୟ ଶାସନ ସଚିବ, ପୋଲିସ୍‌ ଡିଜି, ଉନ୍ନୟନ କମିଶନର ତଥା ସ୍ୱତନ୍ତ୍ର ରିଲିଫ୍‌ କମିଶନର ଗୃହ ସଚିବ, ସ୍ୱାସ୍ଥ୍ୟ ସଚିବ ଓ ପଞ୍ଚାୟତିରାଜ ବିଭାଗର ସଚିବ ପ୍ରମୁଖ ଉପସ୍ଥିତ ରହିବେ ଓ ସେହିପରି ଜିଲ୍ଲା ଓସ୍‌ୱାନ୍‌ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ,ଡିସିି ରାଜସ୍ୱ କମିଶନର, ରେଞ୍ଜ ଆଇଜି/ଡିଆଇଜି ପ୍ରମୁଖ ଉପସ୍ଥିତ ରହିବେ । ଆଗାମୀ ଦିନରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନକୁ ଅବାଧ, ସ୍ୱଚ୍ଛ ଓ ନିରାପଦ କରିବା ସହ ସୁରୁଖୁରୁରେ ନିର୍ବାଚନ ପରିଚାଳନା, ନିର୍ବାଚନବେଳେ ଆଇନଶୃଙ୍ଖଳା ରକ୍ଷା, ନିର୍ବାଚନ ସମୟରେ ରାଜ୍ୟରେ କୋଭିଡ୍‌-୧୯ ମଧ୍ୟରେ କିପରି ଭାବରେ ନିରାପଦ ନିର୍ବାଚନ ହୋଇପାରିବ ସେ ସଂପର୍କରେ ବିସ୍ତୃତ ଆଲୋଚନା ହେବ ବୋଲି ରାଜ୍ୟ ନିର୍ବାଚନ ଆୟୋଗଙ୍କ ସୂତ୍ରରୁ ପ୍ରକାଶ ।

ଏଠାରେ ସୂଚନାଯୋଗ୍ୟ, ଚଳିତ ନିର୍ବାଚନକୁ ଶାନ୍ତି ଶୃଙ୍ଗଳାର ସହ ପରିଚାଳନା କରିବାକୁ ରାଜ୍ୟ ନିର୍ବାଚନ କମିଶନ ସବୁ ଦିଗ ପ୍ରତି ଦୃଷ୍ଟି ଦେଇଛନ୍ତି । କୌଣସି ଅପ୍ରିତିକର ପରିସ୍ଥିତି ନଉପୁଜିବା ଉପରେ ମଧ୍ୟ ନଜର ରଖାଯାଇଛି । ଆଉ ଦିନ କେଇଟା ପରେ ନିର୍ବାଚନ ହେବାକୁ ଥିବାବେଳେ ଏଥିୂର୍ବରୁ ସବୁ ଦିଗ ପ୍ରତି ଅନୁଧ୍ୟାନ କରାଯାଇ ଦାୟିତ୍ୱରେ ଥିବା ଅଧିକାରୀକୁ ସମସ୍ତ କାର୍ଯ୍ୟ ସୂଚାରୁ ରୂପେ ପାଳନ ପାଇଁ ନିର୍ଦ୍ଦେଶ ରହିବ । ଭୋଟରମାନେ କିରି ନିଜ ଅଧିକାରକୁ ସାବ୍ୟସ୍ତ କରିବ ଏଥ୍ରିତି ମଧ୍ୟ ସମସ୍ତ ବ୍ୟବସ୍ଥା କରାଯିବ । କରୋନା କଟକଣାକୁ ସମସ୍ତେ ନିଷ୍ଠାର ସହ ପାଳନ କରିବାକୁ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.