fbpx

ଓଜନ କମ କରିବାକୁ ଖାଉଛନ୍ତି କି ଡାଏଟ ପିଲ? ହୋଇପାରେ ଏପରି ସମସ୍ୟା

Advertisement

ଆଜିର ଯୁଗରେ ଗତିହୀନ ଜୀବନଚର୍ଯ୍ୟା ଓ ଖାଦ୍ୟପେୟରେ ଖରାପ ଅଭ୍ୟାସ କାରଣରୁ ଅନେକ ଲୋକ ମୋଟାପଣର ଶିକାର ହେଉଛନ୍ତି । ଏହା ପରେ ଓଜନ କମାଇବା ପାଇଁ ବିଭିନ୍ନ ପ୍ରକାର ଉପାୟ ଆପଣାଇ ଥାଆନ୍ତି । ତେବେ କିଛି ଲୋକ ଶୀଘ୍ର ଓଜନ ହ୍ରାସ କରିବା ପାଇଁ ସପ୍ଲିମେଣ୍ଟସ୍ ବା ଡାଏଟ ପିଲ ଗ୍ରହଣ କରିଥାଆନ୍ତି । କେତେକ ସପ୍ଲିମେଣ୍ଟ ତୁରନ୍ତ ପ୍ରଭାବ ଦେଖାନ୍ତି ସତ, କିନ୍ତୁ ଶରୀର ଉପରେ ତାହାର ଖରାପ ପ୍ରଭାବ ମଧ୍ୟ ରହିଛି ।

ଏହି ସପ୍ଲିମେଣ୍ଟ ଗୁଡ଼ିକର ହାର୍ଟ ଉପରେ ଖରାପ ପ୍ରଭାବ ରହିଛି । କିଛି ସପ୍ଲିମେଣ୍ଟରେ ଉତ୍ତେଜକ ପଦାର୍ଥ ରହିଥାଏ ଯାହା ଉଚ୍ଚ ରକ୍ତଚାପର ଏବଂ ହାର୍ଟ ଜନିତ ସମସ୍ୟାର ମଧ୍ୟ କାରଣ ହୋଇଥାଏ । ତେବେ ଶରୀରର ମେଟାବୋଲିଜିମକୁ ମଧ୍ୟ ଏହା ବ୍ୟାହତ କରିଥାଏ । ଏହା ସହିତ ଏହି ସପ୍ଲିମେଣ୍ଟ ଶରୀରରେ ହରମୋନ ଅସନ୍ତୁଳନ ସୃଷ୍ଟି କରେ ଯାହା ଦ୍ୱାରା ମହିଳାମାନଙ୍କ କ୍ଷେତ୍ରରେ ଋତୁସ୍ରାବରେ ଅନିୟମିତତା ଏବଂ ପ୍ରଜନନରେ ସମସ୍ୟା ଦେଖାଦେବାର ଅନେକ ସମ୍ଭାବନା ରହିଛି । କିଡ଼ନି, ଲିଭର ଏବଂ ମାନସିକ ସ୍ୱାସ୍ଥ୍ୟ ଉପରେ ଏହାର ନକାରାତ୍ମକ ପ୍ରଭାବ ରହିଥିବା ପ୍ରକାଶ ।

ତେବେ ଏପରି ସମସ୍ୟାରୁ ମୁକ୍ତି ପାଇବା ପାଇଁ ହେଲେ ଏହି କଥା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ ।

– ସପ୍ଲିମେଣ୍ଟ ସେବନ ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଶ୍ଚୟ ନିଅନ୍ତୁ ।

-ସପ୍ଲିମେଣ୍ଟ ବ୍ୟବହାର କରିବା ପୂର୍ବରୁ ନିଜର ଶାରିରୀକ ଅବସ୍ଥା ମଧ୍ୟ ଜାଣି ନିଅନ୍ତୁ । ଯଦି ଆପଣ ଆଗରୁ କୌଣସି ରୋଗରେ ପୀଡ଼ିତ କିମ୍ବା ଆଗରୁ ଆପଣଙ୍କର କୌଣସି ଶାରିରୀକ ଅସୁସ୍ଥତା ରହିଛି ତେବେ ସପ୍ଲିମେଣ୍ଟ ସେବନ ନେଇ ଡାକ୍ତରଙ୍କ ସହପ୍ରାମର୍ଶ କରିନିଅନ୍ତୁ ।

– ସପ୍ଲିମେଣ୍ଟରୁ ହେଉଥିବା ଅସୁବିଧା ବାବଦରେ ମଧ୍ୟ ସଚେତନ ରୁହନ୍ତୁ । ଏଥିରୁ ହେଉଥିବା ପାର୍ଶ୍ୱପ୍ରତିକ୍ରିିୟା ବିଷୟରେ ଜାଣିବା ପାଇଁ ଆପଣ ପ୍ରଡକ୍ଟ ଲେବଲ ପଢ଼ି ମଧ୍ୟ ଜାଣିପାରିବେ ।

Get real time updates directly on you device, subscribe now.