fbpx

(Video) ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୩: ପାଲେଷ୍ଟାଇନ ଓ ହମାସ ନାମରେ ଜନତାଙ୍କୁ ଭୋଟ ପାଇଁ ଅପିଲ କଲେ କଂଗ୍ରେସ ପ୍ରାର୍ଥୀ

Advertisement

ନୂଆଦିଲ୍ଲୀ: ଆସନ୍ତା ୧୭ ତାରିଖରେ ମଧ୍ୟପ୍ରଦେଶର ୨୩୦ଟି ବିଧାନସଭା ଆସନ ପାଇଁ ମତଦାନ ଗ୍ରହଣ କରାଯିବ । ଏନେଇ ଦୁଇ ପ୍ରମୁଖ ଦଳ ବିଜେପି ଓ କଂଗ୍ରେସ ଜୋରଦାର ଭାବେ ପ୍ରଚାର ଅଭିଯାନ ଜାରି ରଖିଛନ୍ତି । ତେବେ ଏହା ମଧ୍ୟରେ ଏକ ବିବାଦୀୟ ଦୃଶ୍ୟ ସାମ୍ନାକୁ ଆସିଛି । ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନର ଜଣେ କଂଗ୍ରେସ ପ୍ରାର୍ଥୀ ପାଲେଷ୍ଟାଇନ ଓ ହମାସ ନାମରେ ଭୋଟ ପାଇଁ ଅପିଲ କରୁଛନ୍ତି । ଏନେଇ ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି ।

ସୂଚନା ମୁତାବକ, ଖର୍ଗୋନ ନିର୍ବାଚନ ମଣ୍ଡଳୀରୁ ଆସିଛି ଏହି ଖବର । ଜଣେ କଂଗ୍ରେସ ପ୍ରାର୍ଥୀ ଏକ ସଭାରେ ରୁଣ୍ଡ ହୋଇଥିବା କିଛି ଲୋକଙ୍କୁ ସମ୍ବୋଧିତ କରିବା ଅବସରରେ ସେ ପାଲେଷ୍ଟାଇନର ଆତଙ୍କବାଦୀ ସଂଗଠନ ହମାସ ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ନାମରେ ଭୋଟ ଭିକ୍ଷା କରୁଥିବା ଜଣାପଡ଼ିଛି । ଖର୍ଗୋନ ଏକ ମୁସଲିମ ବହୁଳ ଅଞ୍ଚଳ ହୋଇଥିବା ବେଳେ ରାଜ୍ୟରେ କଂଗ୍ରେସ-ବିଜେପି ମଧ୍ୟରେ କଡ଼ା ମୁକାବିଲା ହେବ ।

ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’ରେ ପ୍ରମୋଦ କୁମାର ସିଂହ ନାମକ ଜଣେ ୟୁଜର ଏହ ଭିଡିଓ ପୋଷ୍ଟ କରିଥିଲେ । ଉକ୍ତ ଭିଡିଓରେ ଜଣେ ମହିଳା ଲୋକଙ୍କୁ କହୁଥିଲେ, “ମିଜୋରାମର ଭଉଣୀମାନଙ୍କ ସହିତ ଅତ୍ୟାଚାର ହେଉଛି । ପାଲେଷ୍ଟାଇନରେ ନିରୀହ ଶିଶୁଙ୍କ ଶବ ଦେଖିବାକୁ ମିଳୁଛି । ଆମେ କାହିଁକି ଅତ୍ୟାଚାର ସହିବା? ଖର୍ଗୋନରେ କ’ଣ ପରିବର୍ତ୍ତନ ଆସିବ? ଖର୍ଗୋନ କଂଗ୍ରେସ ସହିତ ଛିଡ଼ା ହେବ କି? ୧୭ ତାରିଖରେ ଆପଣମାନେ ନିଜର ଭୋଟ ଦିଅନ୍ତୁ । ପାଲେଷ୍ଟାଇନ ସହିଦଙ୍କ ପାଇଁ ଆମେ ଦୁଇ ମିନିଟ ପାଇଁ ନିରବ ପ୍ରାର୍ଥନା କରିବାକୁ ମୁଁ ଆପଣମାନଙ୍କୁ ନିବେଦନ କରୁଛି ।”

ସୂଚନାଯୋଗ୍ୟ ଯେ, ପାଲେଷ୍ଟାଇନ ଲୋକଙ୍କର ଜମି, ଗାରିମା ଓ ସମ୍ମାନର ସହିତ ବଞ୍ଚିବାର ଅଧିକାରକୁ ନେଇ ପାଖାପାଖି ଏକ ମାସ ତଳେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି ପକ୍ଷରୁ ବୟାନ ଜାରି କରାଯାଇଥିଲା । ତେଣୁ କଂଗ୍ରେସ ହମାସକୁ ସମର୍ଥନ କରୁଥିବା ନେଇ ବିଜେପି ଅଭିଯୋଗ ଆଣିଥିଲା । ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କଂଗ୍ରେସକୁ ପାଲଟା ପ୍ରଶ୍ନ ମଧ୍ୟ କରିଥିଲେ ।

Get real time updates directly on you device, subscribe now.