fbpx
BSKY SKY
BSKY SKY

ଭାରତରେ ବିଦେଶୀ ୟୁନିଭରସିଟି କ୍ୟାମ୍ପସ ଆରମ୍ଭ ନେଇ UGC ଘୋଷଣା କଲା ନିୟମ

BSKY

ନୂଆଦିଲ୍ଲୀ: ଭାରତରେ ବିଦେଶୀ ୟୁନିଭରସିଟିମାନେ ଏକରୁ ଅଧିକ କ୍ୟାମ୍ପସ ଆରମ୍ଭ କରିପାରିବେ । ମାତ୍ର ଏଥିପାଇଁ ବିଦେଶୀ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଅନୁମତି ନେବାକୁ ପଡ଼ିବ । ଅନ୍ୟପକ୍ଷରେ ଅନଲାଇନ କ୍ଲାନ ଓ ଡିଷ୍ଟାନସ ପ୍ରୋଗ୍ରାମକୁ ଅନୁମତି ଦିଆଯିବ ନାହିଁ । ଏନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ନିୟମ ଘୋଷଣା କରାଯାଇଛି ।

ସୂଚନା ମୁତାବକ, ଭାରତରେ ବିଦେଶୀ ୟୁନିଭରସିଟି କ୍ୟାମ୍ପସ ଆରମ୍ଭ କରିବା ଓ ତା’ର ସଞ୍ଚାଳନ କରିବା ନେଇ ୟୁଜିସି ପକ୍ଷରୁ ନିୟମ ଘୋଷଣା କରାଯାଇଛି । ନିୟମ ମୁତାବକ, ଭାରତରେ କ୍ୟାମ୍ପସ ଆରମ୍ଭ କରିବା ପାଇଁ ବିଦେଶୀ ବିଶ୍ୱବିଦ୍ୟାଳୟଗୁଡ଼ିକ ବିଶ୍ୱର ଟପ୍ ୫୦୦ ୟୁନିଭରସିଟି ଲିଷ୍ଟରେ ସାମିଲ ହୋଇଥିବା ଆବଶ୍ୟକ । ବିଦେଶୀ ବିଶ୍ୱବିଦ୍ୟାଳୟଗୁଡ଼ିକ ଚାହିଁଲେ ଭାରତରେ ଏକାଧିକ କ୍ୟାମ୍ପସ ଆରମ୍ଭ କରିପାରିବେ । ମାତ୍ର ଏଥିପାଇଁ ସେମାନଙ୍କୁ ଅଲଗା ଭାବେ ଆବେଦନ କରିବାକୁ ପଡ଼ିବ ।

ସେହିପରି ଭାରତରେ ବିଦେଶୀ ବିଶ୍ୱବିଦ୍ୟାଳୟର କ୍ୟାମ୍ପସରେ ଫ୍ୟାକଲ୍ଟି ଓ କର୍ମଚାରୀଙ୍କ ନିଯୁକ୍ତି ୟୁଜିସିର ନିଯୁକ୍ତି ମାନଦଣ୍ଡ ଆଧାରରେ କରାଯିବ । ଭାରତରେ କ୍ୟାମ୍ପସ ଆରମ୍ଭ କରିବା ପାଇଁ ହେଲେ ବିଶ୍ୱବିଦ୍ୟାଳୟଗୁଡ଼ିକୁ ସମସ୍ତ ଯୋଗ୍ୟତା ମାନଦଣ୍ଡ ପୂରଣ କରିବା ଆବଶ୍ୟକ । ଏହାବ୍ୟତୀତ ଅନଲାଇନ କୋର୍ସ, ଅନଲାଇନ୍ କ୍ଲାସ ଓ ଡିଷ୍ଟାନ୍ସ ଲର୍ଣ୍ଣିଂ ପରି ପ୍ରୋଗ୍ରାମ ଚଳାଇବା ପାଇଁ ବିଦେଶୀ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଅନୁମତି ଦିଆଯିବ ନାହିଁ ବୋଲି ୟୁଜିସି ପକ୍ଷରୁ କୁହାଯାଇଛି । ବିଦେଶୀ ବିଶ୍ୱବିଦ୍ୟାଳୟ କୌଣସି ନୂଆ କୋର୍ସ ଆରମ୍ଭ କରିପାରିବେ ନାହିଁ କି ଭାରତରେ ଲର୍ଣ୍ଣିଂ ସେଣ୍ଟର, ଷ୍ଟଡି ସେଣ୍ଟର, ଫ୍ରାଞ୍ଚାଇଜ୍ ଖୋଲି ପାରିବେ ନାହିଁ ।

Get real time updates directly on you device, subscribe now.