କିଛି ଲୋକଙ୍କ ପାଖରେ ଯେତେ ଥିଲେ ବି ମନରେ ସନ୍ତୁଷ୍ଟିର ଭାବନା ନଥାଏ । ସେହି ଲୋକମାନେ ସର୍ବଦା ଅନ୍ୟର ଜିନିଷ ଦେଖିଲେ ପ୍ରଲୋଭିତ ହୁଅନ୍ତି ଓ ସେମାନଙ୍କର ଜିନିଷ ମାଗି ପିନ୍ଧିଥାନ୍ତି । ଅବଶ୍ୟ କିଛି ଖାସ୍ ପରିସ୍ଥିତିରେ ଏପରି କରିବା ଠିକ୍, କିନ୍ତୁ ସବୁବେଳେ ଅନ୍ୟର ଜିନିଷ ବ୍ୟବହାର କରିବା ଦ୍ୱାରା ଜୀବନରେ ଅନେକ ଅସୁବିଧା ସୃଷ୍ଟି ହୋଇଥାଏ । ଅନ୍ୟର ଜିନିଷ ବ୍ୟବହାର କରିବା ଦ୍ୱାରା ନକାରାତ୍ମକ ଶକ୍ତି ଆସିଥାଏ ଓ ଅନେକ ସମୟରେ କ୍ଷତି ଘଟିଥାଏ । ବାସ୍ତୁଶାସ୍ତ୍ରରେ ଅନ୍ୟମାନଙ୍କଠାରୁ କିଛି ଜିନିଷ ମାଗି ବ୍ୟବହାର କରିବାକୁ ମନା କରାଯାଇଛି ।
ପୋଷାକ:-
ବାସ୍ତୁଶାସ୍ତ୍ର ଅନୁସାରେ, କେବେ ବି ଅନ୍ୟ କାହାର ପୋଷାକ ପିନ୍ଧିବା ଉଚିତ୍ ନୁହେଁ । ଏପରି କରିବା ଦ୍ୱାରା ଅନ୍ୟର ନକାରାତ୍ମକ ଶକ୍ତି ଆପଣଙ୍କ ପାଖକୁ ଆସିଥାଏ, ଯାହାକି ଅନେକ କ୍ଷତି ପହଞ୍ଚାଇଥାଏ । ଏହା ବ୍ୟତୀତ ଶରୀର ପାଇଁ ଏପରି କରିବା ଉଚିତ୍ ନୁହେଁ । ଅନ୍ୟର ପୋଷାକ ପିନ୍ଧିବା ଦ୍ୱାରା କୁଣ୍ଡେଇ ହେବା ଭଳି ସମସ୍ୟା ଦେଖାଦେଇପାରେ ।
ଘଣ୍ଟା:-
ଘଣ୍ଟାର ସମ୍ପର୍କ କେବଳ ସମୟ ସହିତ ନଥାଏ, ବରଂ ଏହା ଆପଣଙ୍କ ଜୀବନରେ ଭଲ-ଖରାପ ସମୟ ସହ ଜଡ଼ିତ ଥାଏ । କେବେ ବି ଅନ୍ୟର ଘଣ୍ଟା ମାଗି ପିନ୍ଧିବା ଉଚିତ୍ ନୁହେଁ । ନଚେତ୍ ଆପଣଙ୍କ ଖରାପ ସମୟ ଆରମ୍ଭ ହୋଇଯିବ ।
ଜୋତା-ଚପଲ:-
ଜୋତା-ଚପଲର ସମ୍ପର୍କ ଶନିଙ୍କ ସହ ରହିଛି । ଅନ୍ୟର ଜୋତା-ଚପଲ ପିନ୍ଧିବା ଦ୍ୱାରା ତାଙ୍କ ଶନି ଦୋଷର ପ୍ରଭାବ ଆପଣଙ୍କ ଜୀବନରେ ପଡିବ । ଏଥିପାଇଁ କେବେ ବି ଅନ୍ୟର ଜୋତା ବା ଚପଲ ବ୍ୟବହାର କରନ୍ତୁ ନାହିଁ ।
ଗହଣା:-
ଗହଣା ସୌଭାଗ୍ୟର ଚିହ୍ନ ବୋଲି କୁହାଯାଏ । ନିଜ ଗହଣା ନା କାହାକୁ ଦେବା ଉଚିତ୍, ନା କାହାର ଗହଣା ପିନ୍ଧିବା ଉଚିତ୍ । ନଚେତ୍ ତାଙ୍କର ନକାରାତ୍ମକ ପ୍ରଭାବ ଆପଣଙ୍କ ଶରୀର, ଆର୍ଥିକ ସ୍ଥିତି ଉପରେ ପଡିବ ।
ପେନ୍:-
ବାସ୍ତୁଶାସ୍ତ୍ରରେ କାହାଠାରୁ ପେନ୍ ନେବାକୁ ମନା କରାଯାଇଛି । ଏପରି କରିବା ଦ୍ୱାରା କ୍ୟାରୟର, ବ୍ୟବସାୟ ଓ ଆର୍ଥିକ ସ୍ଥିତିରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ ।