fbpx
BJD
BJD SKY
BJD SKY

(Video) ସମୁଦ୍ର କୂଳରେ ଖାଲି ପାଦରେ ବୁଲିବା କେତେ ସୁରକ୍ଷିତ: ଏହି ଦୃଶ୍ୟରୁ ମିଳିଯିବ ସବୁ ଉତ୍ତର

ନୂଆଦିଲ୍ଲୀ: ସମୁଦ୍ରରେ ଗାଧୋଇବା ଯେତିକି ମଜା ଲାଗେ, ବେଳାଭୂମିରେ ଚାଲିବା ତା’ଠାରୁ ଅଧିକ ଆନନ୍ଦ ମିଳିଥାଏ । ସେଥିପାଇଁ ଅନେକ ଛୋଟ ପିଲା ସମୁଦ୍ରର ଲହରୀ ଚାଲିଯିବା ପରେ ବେଳାଭୂମିରେ ଖାଲିପାଦରେ ଦୌଡ଼ିଥାନ୍ତି । ତେବେ ଆପଣମାନେ ଯଦି ଏପରି କରୁଛନ୍ତି ତେବେ ସାବଧାନ । ଏହି ସମୟରେ ଆପଣଙ୍କ ପାଦ ଦେଇ ଶରୀର ମଧ୍ୟକୁ କିଛି ହାନିକାରକ ପୋକ ପଶିବାର ସମ୍ଭାବନା ରହିଛି ।

ଏନେଇ ଏକ ଭିଡିଓ ସାମ୍ନାକୁ ଆସିଛି । ମଉଜମସ୍ତି ଆପଣଙ୍କ ପାଇଁ ବିପଦ ଡାକିଆଣିପାରେ ବୋଲି ଉକ୍ତ ଦୃଶ୍ୟ ସତର୍କ କରିଦେଇଛି । ଏହି ଭିଡିଓ ଦେଖିବା ପରେ ଜଣେ ସମୁଦ୍ର କୂଳରେ ଖାଲି ପାଦରେ ବୁଲିବା ଆଗରୁ ଶହେ ଥର ଭାବିବ । ସମୁଦ୍ରର ବାଲି ତଳେ ଅନେକ ଭୟଙ୍କର ପୋକ ଲୁଚି ରହିଥାନ୍ତି । ଯଦି ଏହି ପୋକ ଶରୀର ମଧ୍ୟକୁ ପ୍ରବେଶ କରେ କିମ୍ବା କୌଣସି ଅଙ୍ଗକୁ ଆଘାତ କରେ ତେବେ ତାହା ବିପଜ୍ଜନକ ହୋଇପାରେ ।

ଭିଡିଓରେ ଜଣେ ବ୍ୟକ୍ତି ସମୁଦ୍ର କୂଳରୁ ଗୋଟିଏ ପୋକକୁ ଧରୁଛନ୍ତି । ସାଧାରଣ ଭାବେ ଉକ୍ତ ପୋକଟି ବାଲିରେ ଲୁଚି ରହିଥିଲା । ତେବେ ବ୍ୟକ୍ତି ଜଣଙ୍କର ଉକ୍ତ ପୋକଟିକୁ ଟାଣି ବାହାର କରିବା ପରେ ଆଖିକୁ ବିଶ୍ୱାସ କରି ହୋଇନଥିଲା । ଅତି ସାମାନ୍ୟ ବୋଲି ମନେହେଉଥିବା ଉକ୍ତ ପୋକଟି ବାଲିର ବହୁ ଗଭୀରକୁ ସାପ ଭଳି ଲମ୍ବି ରହିଥିଲା । ତେଣୁ ତାହା କେତେ ଭୟଙ୍କର ହୋଇପାରେ ଏଥିରୁ ଆପଣମାନେ ଅନୁମାନ କରନ୍ତୁ ।

 

View this post on Instagram

 

A post shared by Kelvin J. (@iamkelvinj)

Get real time updates directly on you device, subscribe now.