fbpx

ଥଣ୍ଡାରେ ଆପଣାନ୍ତୁ ଏହି ଟିପ୍ସ, ଡେଙ୍ଗୁ ଓ ଚିକନଗୁନିଆ ଛୁଇଁପାରିବ ନାହିଁ

Advertisement

ଶୀତଦିନେ ପ୍ରାୟତଃ ଆମେମାନେ ଥଣ୍ଡା, ସର୍ଦ୍ଦି ଆଦି ରୋଗରେ ଆକ୍ରାନ୍ତ ହୋଇଥାଉ । ଏହାଛଡ଼ା ଡେଙ୍ଗୁ, ଚିକନଗୁନିଆ ଆଦି ରୋଗ ଏହି ସମୟରେ ଅଧିକ ହେବାର ସମ୍ଭାବନା ଥାଏ । କାରଣ ମଶାର ପ୍ରାଦୃର୍ଭାବ ଭୟଙ୍କର ରୋଗକୁ ଡାକି ଆଣିଥାଏ । ମଶା ଜଣେ ସାଧାରଣ ଲୋକକୁ କାମୁଡ଼ିଲେ ତାକୁ ଡେଙ୍ଗୁ, ଚିକନଗୁନିଆ ଆଦି ରୋଗ ହୋଇଥାଏ ।

ମଶା ଯେପରି ଡେଙ୍ଗୁ ଓ ଚିକନଗୁନିଆ ବିସ୍ତାର କରେ, ସେହିପରି ଏଡ୍ସ ପରି ଭୟଙ୍କର ରୋଗକୁ ବି ବିସ୍ତାର କରିଥାଏ । ଯଦି ଏଡସ ସଂକ୍ରମିତ କୌଣସି ବ୍ୟକ୍ତିକୁ ମଛା କାମୁଡ଼ିବା ପରେ ଅନ୍ୟ ଜଣେ ସୁସ୍ଥ ବ୍ୟକ୍ତିକୁ କାମୁଡ଼େ, ତେବେ ଏ କ୍ଷେତ୍ରରେ ଏଡ୍ସ ହେବାର ଆଶଙ୍କା ଅଧିକ ।

ଆସନ୍ତୁ ଜାଣିବା କିପରି ଆପଣ ଶୀତଦିନେ ଡେଙ୍ଗୁ ଓ ଚିକନଗୁନିଆକୁ ସହଜରେ ଏଡ଼ାଇ ପାରିବେ:-

ମଶା ଦାଉରୁ ରକ୍ଷା ପାଇବା ପାଇଁ ନିଜକୁ ସର୍ବଦା ଆଚ୍ଛାଦିତ କରି ରଖିବା ଉଚିତ । ଡାକ୍ତରଙ୍କ କହିବା କଥା ଶୀତଦିନେ କପୁର ଜଳାଇଲେ ମଶାଙ୍କ ଠାରୁ ରକ୍ଷା ପାଇପାରିବେ । ଏହା ଏକ ପୂରାତନ ପ୍ରଣାଳୀ ହୋଇଥିଲେ ହେଁ ଏହା ଦ୍ୱାରା ଜୀବାଣୁକୁ ଦୂରେଇ ହେବ ।

ସାଧାରଣ ଲୋକେ ଘର ମଧ୍ୟକୁ ବାୟୁ ଓ ସୂର୍ଯ୍ୟକିରଣ ଆସିବାକୁ ଦେଇ ନଥାନ୍ତି । କିନ୍ତୁ ବାସ୍ତବ କଥା ହେଉଛି ବାୟୁ ଓ ସୂର୍ଯ୍ୟକିରଣ ଘରକୁ ପ୍ରବେଶ କରିବା ଫଳରେ ଜୀବାଣୁ ମରିଯାଇଥାନ୍ତି ।

ଶୀତଦିନେ ପିଲାମାନଙ୍କୁ ଚମନପ୍ରସ ଖାଇବାକୁ ଦେବା ଉଚିତ । ବିଶେଷ କରି ୧୦ ବର୍ଷରୁ ଅଧିକ ବର୍ଷର ପିଲାଙ୍କୁ ଏହା ଦେବା ଫଳରେ ସେମାନଙ୍କ ଶରୀରରେ ରୋଗପ୍ରତିରୋଧକ ଶକ୍ତି ଦୃଢ଼ ହୋଇଥାଏ ।

ତୁଳସୀ ଓ ଅଦାର କାଢ଼ା ବନାଇ ସେଥିରେ ଏକ ଚାମଚ ମହୁ ମିଶାଇ ପ୍ରତିଦିନ ପିଇବା ଉଚିତ । ଏହା ଶରୀର ପାଇଁ ବିଶେଷ ଫଳପ୍ରଦ ହୋଇଥାଏ ।

ଚିକନଗୁନିଆରୁ ରକ୍ଷା ପାଇବାପାଇଁ ବିଭିନ୍ନ ପ୍ରକାର ମୂଲ୍ୟବାନ କାଢ଼ା ବଜାରରେ ମିଳୁଛି, ତାକୁ ବ୍ୟବହାର କରିବା ଉଚିତ ।

ଡେଙ୍ଗୁରୁ ରକ୍ଷା ପାଇବା ପାଇଁ ପପିତା ପତ୍ରର ରସ ସେବନ କରିବା ଦରକାର ।

ଏହା ସହ ସୁସ୍ଥ ଜୀବନଶୈଳୀ ରଖନ୍ତୁ, ଉପଯୁକ୍ତ ଖାଦ୍ୟ ଖାଆନ୍ତୁ, ବ୍ୟାୟାମ କରନ୍ତୁ, ଜଙ୍କଫୁଡ, ଫ୍ରାଏଡ୍ ଫୁଡକୁ ଦୂରେଇ ରଖନ୍ତୁ । ଏହାର ସୁପ୍ରଭାବ ଆପଣଙ୍କ ଶରୀର ଉପରେ ନିଶ୍ଚିତ ପଡ଼ିବ ।

Get real time updates directly on you device, subscribe now.