fbpx

ଆଜି ହିଁ କରନ୍ତୁ ଏହି ବାସ୍ତୁ ଉପାୟ, ମା ଲକ୍ଷ୍ମୀ ଘରେ ଭରିଦେବେ ଅମାପ ଧନ

ମଣିଷ ଭଲରେ ରହିବା ପାଇଁ ଦୈନନ୍ଦିନ କଠିନ ପରିଶ୍ରମ କରୁଛି । କେତେବେଳେ ତାକୁ ପାରିଶ୍ରମିକ ଫଳ ମିଳୁଛି ତ କେତେବେଳେ ହାତରେ ପଇସାଟିଏ ମଧ୍ୟ ରହୁନାହିଁ । କଠିନ ପରିଶ୍ରମ କରିବା ପରେ ମଧ୍ୟ ମଣିଷର ମନବାଂଚ୍ଛା ପୂରଣ ହୋଇପାରୁନାହିଁ ଏହାସହ ନିଜ ରୋଜଗାର ଠାରୁ ଅଧିକ ଟଙ୍କା ମଧ୍ୟ ଖର୍ଚ୍ଚ ହେଇଯାଉଛି । ଏହାଦ୍ୱାରା ପାରିବାରିକ ଅଶାନ୍ତି  ବଢିବାରେ ଲାଗିଥାଏ । ଏହାପଛରେ କାରଣ ହେଉଛି ବାସ୍ତୁଦୋଷ । ହେଲେ ଜାଣିରଖନ୍ତୁ ଘରେ  କଣ କଣ କରିଲେ ଆପଣଙ୍କ ଜୀବନରେ ଅଶୁବିଧା ଦେଖିବାକୁ ମିଳିବ ନାହିଁ ।

ଲୋକେ ବାଥରୁମକୁ ଅଧିକ ବ୍ୟବହାର କରିଥାନ୍ତି ହେଲେ ବାଥରୁମକୁ ସଫା କରନ୍ତି ନାହିଁ । ସଫା ନ ରଖିବା ଦ୍ୱାରା ଆପଣଙ୍କ ଧନ,ସୁଖ ସମୃଦ୍ଧି କ୍ଷୟ ହୋଇଥାଏ । ଖାଲି ଏତିକି ନୁହେଁ ଆପଣଙ୍କ ସ୍ୱାମୀଙ୍କ କୁଣ୍ଡଳୀରେ ଚନ୍ଦ୍ରଗ୍ରହଣ ଆସିଥାଏ । ଏହା ଜରୁରୀ ଅଟେ କି ଆପଣ ନିଜ ବାଥରୁମକୁ ସର୍ବଦା ସଫା ରଖନ୍ତୁ ।

ଘରକୁ ସଫା ସୁତର ରଖିବା ବହୁତ ଜରୁରୀ ଅଟେ । ଯେଉଁ ଜାଗା ସଫାସୁତର ନହୋଇଥାଏ ସେଠାରେ ଲକ୍ଷ୍ମୀ ମା ବାସ କରନ୍ତି ନାହିଁ । ହେଲେ କେତେ ଲୋକ ଘର ଓଳେଇବା ସମୟ ଜଣି ନଥାନ୍ତି । ଏହି କାରଣରୁ ମଧ୍ୟ ବାସ୍ତୁ ଦୋଷ ଲାଗିଥାଏ । ରାତିରେ ଘର ଓଳେଇବା ବାସ୍ତୁଶାସ୍ତ୍ରରେ ନିଷେଧ ଅଛି । ଯଦି ଆପଣ ସୂର୍ଯ୍ୟାସ୍ତ ପରେ ଓଳାଉଛନ୍ତି ତେବେ ଏହା ଆପଣଙ୍କୁ ନେଗେଟିଭ ଏନର୍ଜି ଦେଇଥାଏ ଏବଂ ଘରେ ସବୁବେଳେ ପାରିବାରିକ କଳହ ଲାଗି ରହିଥାଏ ।

ମଣିଷ ରୋଜଗାର କରେ କାହିଁକି? ତାର ପ୍ରାଥମିକ କାରଣ ହେଉଛି ଖାଦ୍ୟ ଖାଇବା ପାଇଁ । ତେବେ ଖାଦ୍ୟ ଖାଇଲା ପରେ ଥାଳିରେ ଅନ୍ନ ନଷ୍ଟ କରନ୍ତୁ ନାହିଁ । ଏହାହେଲେ ମାଆ ଅନ୍ନପୂର୍ଣ୍ଣା ରାଗି ଯାଇଥାନ୍ତି । ଏହାଦ୍ୱାରା ଆପଣଙ୍କ ଜୀବନରେ ଦରିଦ୍ରତା ବୃଦ୍ଧି ପାଇଥାଏ ।

କହିବାକୁ ଗଲେ ମଣିଷ ନିଜ ଘର ସଫା ରଖିଥାଏ ହେଲେ ଘରର ଅଳିଆ ଆବର୍ଜନାକୁ ଏଣେତେଣେ ପକାଇବା ସହ ଏଣେତେଣେ ଛୋପ ପକାଇଥାଏ । ତେବେ କେଉଁ ସାର୍ବଜନୀନ ସ୍ଥାନ ଅଥବା ଲୋକେ ଯେଉଁ ସ୍ଥାନରେ ଥିବେ ସେଠାରେ ଛୋପ ପକାଇବା ଉଚିତ ନୁହେଁ । ଏହା ଯଦି ଆପଣ ମାନନ୍ତି ତେବେ ଲକ୍ଷ୍ମୀ ମାଆ ଆପଣଙ୍କ ଉପରେ ଖୁସି ହୋଇ ଜୀବନରେ ଅପାର କୃପା ଢାଳିଦିଅନ୍ତି, ଯାହାଦ୍ୱାରା ଆପଣଙ୍କ ଜୀବନରେ କେବେ ହେଲେ ଦାରିଦ୍ର୍ୟତା ଦେଖାଯିବ ନାହିଁ ।

Get real time updates directly on you device, subscribe now.