fbpx

ପିଲାର ନାମକରଣ କରିବା ପୂର୍ବରୁ କରନ୍ତୁ ଏହି କାମ, ନହେଲେ ଭବିଷ୍ୟତରେ ଆସିପାରେ ଏପରି ସମସ୍ୟା

AAKASH

ଓଡିଶା ଭାସ୍କର: ହିନ୍ଦୁ ଧର୍ମରେ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ କିଛି ନା କିଛି ରୀତିନୀତି ପାଳନ କରଯାଇଥାଏ । ଶିଶୁଟିଏ ଜନ୍ମ ନେଲେ ପ୍ରଥମେ ତାହାର ନାମକରଣ ହୋଇଥାଏ, ଏହା ତାର ପ୍ରଥମ ସଂସ୍କାର କୁହାଯାଏ । ସେହିପରି ବିବାହ, ବ୍ରତ ଓ ଅନାନ୍ୟ କର୍ମରେ ବିଭିନ୍ନ ସଂସ୍କାର କରାଯାଇଥାଏ ଓ ଶେଷରେ ମୃତ୍ୟୁ ପରେ ଅନ୍ତିମ ଅନ୍ତିମ ସଂସ୍କାର କରାଯାଇଥାଏ । ସନ୍ତାନ ଜନ୍ମ ହେବା ପରେ ପ୍ରଥମେ ପିତାମାତା କ’ଣ କରବା ଉଚିତ । ତେବେ ଶିଶୁର ନାମକରଣ ବେଳେ ତରବରିଆ ହେବା ଉଚିତ ନୁହେଁ । ନାମକରଣ ବିଧିରେ ହିଁ ଶିଶୁର ନାମ ରଖିବା ଉଚିତ୍ । ଏପରି କରିବା ଦ୍ୱାରା ପିଲାକୁ ଆଗାମୀ ଜୀବନରେ ଦୁର୍ଭାଗ୍ୟର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ ।
ଶିଶୁର ନାମକରଣ କରିବା ସମୟରେ ଧ୍ୟାନ ରଖନ୍ତୁ ଯେ ଅଷ୍ଟମୀ, ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ପୂର୍ଣ୍ଣିମା ଦିନ ତାଙ୍କର ନାମ ରଖିବା ଉଚିତ ନୁହେଁ । ସେହିପରି ଚତୁର୍ଥୀ ତିଥି, ନବମୀ ତିଥି, ଚତୁର୍ଦ୍ଦଶୀ ତିଥି ଓ ଚତୁର୍ଥୀ ତିଥିରେ ଶିଶୁର ନାମକରଣ କରିବା ମଧ୍ୟ ଅଶୁଭ ବୋଲି ବିବେଚନା କରାଯାଏ ।
ଯଦି ଆପଣ ଶିଶୁର ନାମ ରଖିବା ପାଇଁ ତାରିଖ ବାଛିବାକୁ ଚାହୁଁଛନ୍ତି ତେବେ ୧, ୨, ୩, ୫, ୬, ୭, ୧୦, ୧୧, ୧୨, ୧୩ ତାରିଖରେ ନାମକରଣ ହୋଇପାରିବ । କୁଳଦେବୀ ବା ଦେବତାଙ୍କ ନାମରେ ଶିଶୁର ନାମକରଣ କରିବା ଶୁଭ ବୋଲି ବିବେଚନା କରାଯାଏ । ଗ୍ରହମାନଙ୍କର ନକ୍ଷତ୍ର, ଦିଗ, ତାରିଖ କୁ ଦେଖି ଶିଶୁର ନାମ ରଖାଯାଇଥାଏ । ଏହାକୁ ଆଧାର କରି ରାଶିଫଳ ମଧ୍ୟ ପ୍ରସ୍ତୁତ କରାଯାଇ ଥାଏ । ଏହାପରେ ହିଁ ଶିଶୁର ନାମ କରଣ କରାଯାଏ । ଶିଶୁର ନାମକରଣ ଦିନ ହୋମର ଆୟୋଜନ କରାଯିବା ଉଚିତ୍ । ଏହା ସହିତ ବ୍ରାହ୍ମଣମାନଙ୍କୁ ଖାଦ୍ୟ ଦେବା ଉଚିତ୍ ।

ନାମକରଣ ଦିନ ପିଲାଙ୍କୁ ସୂର୍ଯ୍ୟ ଦର୍ଶନ କରାଇଦିଅନ୍ତୁ । ଏହାପରେ ଶିଶୁର ଜେଜେବାପା ଓ ପିତା-ମାତା ତାଙ୍କ ଡାହାଣ କାନରେ ରଖାଯାଇଥିବା ନାମ ଉଚ୍ଚାରଣ କରନ୍ତି । ପୂଜା ପାଇଁ ବ୍ୟବହୃତ ଥାଳି ନୂଆ ହେବା ଉଚିତ୍ । ଘରେ ସାତ୍ତ୍ୱିକ ଖାଦ୍ୟ ପ୍ରସ୍ତୁତ କରନ୍ତୁ । ତେବେ ଶିଶୁର ନାମକରଣ ସମାରୋହ ଘରେ ହେବା ଉଚିତ୍ । ତେବେ ସୁବିଧା ଅନୁଯାୟୀ ମନ୍ଦିରରେ ହବନ ମଧ୍ୟ କରାଯାଇପାରିବ । ନାମକରଣ ସମାରୋହ ସମୟରେ ପୂଜା କଳସରେ ଓମ୍ ଓ ସ୍ୱସ୍ତିକଙ୍କ ପ୍ରତୀକ ତିଆରି କରନ୍ତୁ । ଶିଶୁକୁ ପୂଜା ସ୍ଥାନକୁ ଆଣିବା ପୂର୍ବରୁ ତା’ ଅଣ୍ଟାରେ ତୁଳା ବା ରେଶମର ସୂତା ବାନ୍ଧି ଦିଅନ୍ତୁ ।

Get real time updates directly on you device, subscribe now.