fbpx

କାମ କଲାବେଳେ ଅଳସ ଲାଗୁଛି କି ? ତେବେ ଆପଣାନ୍ତୁ ଏହି ଉପାୟ

ବ୍ୟସ୍ତବହୁଳ ଜୀବନରେ ଲୋକମାନେ ଅଧିକ କାମ ପ୍ରେସରରେ ରହୁଛନ୍ତି, ଫଳରେ ଖୁବଶୀଘ୍ର ହାଲିଆ ହେଉଛନ୍ତି । ଶରୀରରେ ଅଳସୁଆ ପଣ ଆରମ୍ଭ ହେଉଛି ଓ କାମ କରିବାକୁ ଇଛା ହେଉନି । ଯଦି ଆପଣ ବି ଯଦି କାମ କରି କରି ହାଲିଆ ହୋଇଯାଉଛନ୍ତି ତେବେ ଏହାକୁ ଦୂର କରିବାକୁ ଆପଣାନ୍ତୁ ଏହି ଉପାୟ..

-ଦହିରେ କାର୍ବୋହାଇଡ୍ରେଟ ଓ ପ୍ରୋଟିନର ମାତ୍ରା ଅଧିକ ରହିଥିବାରୁ ଏହା ଶରୀରକୁ ଶକ୍ତି ଯୋଗାଇଥାଏ। ଦହି ସେବନ କରିବା ଦ୍ୱାରା ଶରୀରରୁ ଥକାପଣ ଓ ଆଳସ୍ୟ ଦୂର ହୋଇଥାଏ।

– ଶରୀରରୁ ଥକାପଣ ଦୂର କରିବାରେ ସହାୟକ ହୋଇଥାଏ ପାନ ମଧୁରୀ । ଏଥିରେ ଆଇରନ, କ୍ୟାଲସିୟମ, ସୋଡିୟମ ଏବଂ ପୋଟାସିୟମର ମାତ୍ରା ଅଧିକ ଥାଏ ।

– କୋକୋ ପାଉଡରରୁ ଚକୋଲେଟ ତିଆରି ହୋଇଥାଏ। ଏଣୁ ଏଥିରେ ପ୍ରୋଟିନର ପରିମାଣ ଅଧିକ ରହିଥାଏ। ଚକୋଲେଟ ଖାଇବା ଦ୍ୱାରା ଶରୀରର ଥକାପଣ ଦୂର ହେବା ସହ ମସଲ୍ସ ରିଲାକ୍ସ ହୋଇଥାଏ। ମୁଡକୁ ରିଫ୍ରେସ କରିବାରେ ମଧ୍ୟ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ।

– ଗ୍ରୀନଟି ଶରୀରକୁ ଏନର୍ଜି ଯୋଗାଇଥାଏ। ଏହାକୁ ପିଇବା ଦ୍ୱାରା ଏକାଗ୍ରତା ବୃଦ୍ଧି ହେବ ସହ ଚିନ୍ତା ଦୂର ହୋଇଥାଏ ।

– ଦଲିଆରେ କାର୍ବୋହାଇଡ୍ରେଟ ଓ ଗ୍ଲାଇକୋଜନ ପ୍ରଚୁର ପରିମାଣରେ ରହିଥାଏ, ଯାହା ଶରୀରକୁ ବଳ ଓ ପ୍ରୋଟିନ ଯୋଗାଇ ଥାଏ । ଦଲିଆ ଖାଇବା ଦ୍ୱାରା ଓଜନ ମଧ୍ୟ ନିୟନ୍ତ୍ରଣରେ ରହିଥାଏ।

– ପ୍ରଚୁର ମାତ୍ରାରେ ପାଣି ପିଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ । ଶରୀରରେ ପାଣିର ଅଭାବ ଦ୍ୱାରା ମଧ୍ୟ ହାଲିଆ ଅନୁଭବ ହୋଇଥାଏ । ଦିନକୁ ୭ ରୁ ୮ ଗ୍ଲାସ ପାଣି ପିଇବା ସହିତ ଫଳ ଜୁସ କିମ୍ବା ପଇଡ ପାଣିର ସେବନ କରିବା ଶରୀର ପାଇଁ ଭଲ।

Get real time updates directly on you device, subscribe now.