fbpx

ରହିଛି କି ପାଇଲ୍ସ ସମସ୍ୟା? ଭୁଲରେ ବି ଖାଆନ୍ତୁ ନାହିଁ ଏହିସବୁ ଜିନିଷ, ଆହୁରି ଖରାପ ହୋଇଯିବ ସ୍ଥିତି

ଓଡ଼ିଶା ଭାସ୍କର ବ୍ୟୁରୋ: ପାଇଲସ୍ ଏପରି ଏକ ସମସ୍ୟା ଯାହା ବିଷୟରେ ଖୋଲାଖୋଲି ଭାବରେ କଥା ହେବାବେଳେ ଲୋକଙ୍କୁ ଲଜ୍ଜାର ସମ୍ମୁଖୀନ ହେବାକୁ ପଡେ । ଏହି ରୋଗ ହେବାଦ୍ୱାରା ଅନେକ ଲୋକ ଏପରି ରହିଛନ୍ତି ସେମାନେ ଏ ବିଷୟରେ କାହା ଆଗରେ କୁହନ୍ତି ଏବଂ ଡାକ୍ତରଙ୍କ ପାଖକୁ ବି ଯାଆନ୍ତି ନାହିଁ । ପାଇଲସ୍ ହେବା ଦ୍ୱାରା ରୋଗୀର ମଳଦ୍ୱାରର ବାହାରେ ଏବଂ ଭିତର ଅଂଶରେ ସୁଜନ୍ ହୋଇଯାଇଥାଏ । ଏହାଦ୍ୱାରା ମଳତ୍ୟାଗ ସମୟରେ ରକ୍ତ ବାହାରିବା ସହିତ ଯନ୍ତ୍ରଣା ବି ହୋଇଥାଏ । ଏହାଛଡ଼ା ମଳତ୍ୟାଗ ସମୟରେ ବି ଅନେକ ସମସ୍ୟା ଉଠାଇବାକୁ ପଡ଼ିଥାଏ ।

ତେବେ ପାଇଲ୍ସ ରୋଗ ସବୁ ପ୍ରକାର ବୟସ ବର୍ଗଙ୍କୁ ହୋଇପାରେ । ଏହାର ସେପରି କିଛି ବୟସ ସୀମା ନଥାଏ । ପାଇଲ୍ସ ର ମୁଖ୍ୟ କାରଣ ଗ୍ୟାସ୍ ସମସ୍ୟା ଓ ପାଚନ ସମ୍ବନ୍ଧୀୟ ସମସ୍ୟା ହୋଇଥାଏ । ଏହା ବ୍ୟତୀତ ଯଦି ଆପଣଙ୍କ ପରିବାରର କାହାକୁ ଏହି ରୋଗ ହୋଇଥିବ ତାହେଲେ ଏହାର ହେବାର ସମ୍ଭାବନା ଅଧିକ ରହିଥାଏ । ପାଇଲ୍ସ ହୋଇଥିଲେ କେଉଁ କେଉଁ ଖାଦ୍ୟ ଜିନିଷ ଖାଇବା ଉଚିତ୍ ନୁହେଁ ସମ୍ପର୍କରେ ଜାଣିବା ।

ଏହି ରୋଗରେ ଯଦି ଆପଣ ପୀଡ଼ିତ ଅଛନ୍ତି ତାହେଲେ ଡିପ୍ ଫ୍ରାଇଡ୍ କିମ୍ବା ପ୍ରୋସ୍ଡେ ଫୁଡ୍, ମସଲାଯୁକ୍ତ ଖାଦ୍ୟ, ଆଲକୋହଲ୍, କଞ୍ଚା ଫଳ, ଡାୟରୀ ପ୍ରଡକ୍ଟସ୍, ଅଧିକ ଲୁଣଯୁକ୍ତ ଖାଦ୍ୟ(ଚିପ୍ସ), ଅଧିକ ଫାଇବର୍ ଓ ରିଫାଇନ୍ଡ ଖାଦ୍ୟଶସ୍ୟ(ବ୍ରାଉନ୍ ରାଇସ୍, ହ୍ୱାଇଟ୍ ବ୍ରେଡ୍, କୁକିଜ୍ ଓ କେକ୍) ଆଦି ଖାଦ୍ୟ ଖାଇବା ଉଚିତ୍ ନୁହେଁ ।

 

Get real time updates directly on you device, subscribe now.