fbpx
BSKY
BJD SHG SKY
BJD YOUTH SKY

ଆମ ଦେଶର ଏହି ଭୟାନକ ଦୁର୍ଗ ବିଷୟରେ ଜାଣିଛନ୍ତି କି? ସୂର୍ଯ୍ୟ ବୁଡ଼ିବା ପୂର୍ବରୁ ଫେରିବାକୁ ପଡିବ

ଓଡିଶା ଭାସ୍କର: ଭାରତର ଇତିହାସ ବହୁତ ପୁରୁଣା, ଯାହାର ହିସାବ କାହାରି ପାଖରେ ବି ନାହିଁ। ପ୍ରାଚୀନ କାଳରୁ ଆମର କିଛି ଏଭଳି ସ୍ଥାନ ରହିଛି, ଯେଉଁଥିରେ ଅନେକ କିଛି ଗୁପ୍ତ ରହସ୍ୟ ଲୁଚି ରହିଛି। ଉଦାହରଣରେ ଯେମିତି ହଜାର ହଜାର ବର୍ଷର ପୁରୁଣା ଦୁର୍ଗ। ତାହା ଯେମିତି ଥିଲା ସେମିତି ଅଛି କିନ୍ତୁ ଏହା ବିଷୟରେ କେହି କିଛି ସଠିକ୍ ଦେଇ ପାରିବେନି। ସେଥିମଧ୍ୟରୁ କେତେକ ଖୁବ୍‌ ସୁନ୍ଦର ହୋଇଥିବାବେଳେ ଆଉ କିଛି ଭୟାନକ। ତେବେ ଏଭଳି ଏକ ଦୁର୍ଗ ଆମ ଦେଶରେ ରହିଛି ଯାହା ସବୁଠାରୁ ଭୟାନକ। ଯଦିଓ ଏଠାକୁ ଦିନରେ କେହି ବୁଲିବାକୁ ଆସିଥାନ୍ତି, କିନ୍ତୁ ସନ୍ଧ୍ୟା ପରେ ଏଠାକୁ ଯିବାକୁ ସମସ୍ତେ ଭୟ କରନ୍ତି।

Book tickets to A Thrilling Night Trek to Kalavantin Durg

ଏହି ଦୁର୍ଗ ହେଉଛି ପ୍ରବଳଗଢ଼। ଯାହା ମହାରାଷ୍ଟ୍ରର ମାଥରନ୍‌ ଏବଂ ପାନ୍‌ଭେଲ ମଝିରେ ରହିଛି। ଯାହା କଳାବତୀ ଦୁର୍ଗ ନାମରେ ଜଣାଶୁଣା। ଏହି ଦୁର୍ଗର ଉଚ୍ଚତା ୨୩୦୦ ଫୁଟ। ଏଠାକୁ ବହୁ କମ୍‌ ଲୋକ ଆସିଥାନ୍ତି। ତେବେ ସୋସିଆଲ ମିଡ଼ିଆରେ ଏହି ସ୍ଥାନ ପ୍ରଚାର ପ୍ରସାର ପାଇବା ପରେ କିଛି କିଛି ପର୍ୟ୍ୟଟକ ଏଠାକୁ ଆସିବା ଆରମ୍ଭ କଲେଣି। କିନ୍ତୁ ଯେଉଁମାନେ ଆସିଥାନ୍ତି ସୂର୍ଯ୍ୟ ବୁଡ଼ିବା ପୂର୍ବରୁ ଚାଲିଯାଇଥାନ୍ତି। କାରଣ ଏଠାରେ ପାଣି ନାହିଁ କି ବିଜୁଳି ନାହିଁ। ସୂର୍ୟ୍ୟ ବୁଡ଼ିବା କ୍ଷଣି ବହୁଦୂର ପର୍ୟ୍ୟନ୍ତ ଅନ୍ଧାର ଦେଖାଯାଏ।

Kalavantin Durg - The Most Dangerous Fortress of India – Earth is Mysterious

ଏହି ଦୁର୍ଗକୁ ଯିବା ପାଇଁ ପାହାଡ଼ କଟାଯାଇ ଶିଡ଼ି ମଧ୍ୟ ତିଆରି କରାଯାଇଛି। ହେଲେ ଏହି ଶିଡ଼ିରେ ଚଢ଼ିବାକୁ ହେଲେ ଛାତିରେ ଛାତିଏ ସାହସର ଆବଶ୍ୟକତା ରହିଛି। କାରଣ ଦୁର୍ଭାଗ୍ୟବଶତଃ ଯଦି କାହା ଗୋଡ଼ ଏଠାରୁ ଖସିଯାଉଛି ତାହେଲେ ଆପଣଙ୍କ ମୃତ୍ୟୁ ସୁନିଶ୍ଚିନ୍ତ। ତେବେ ଉପରୁ ଥରେ ଖସିଲେ, ୨୩୦୦ ଫୁଟ ତଳେ ଯାଇ ପଡ଼ିବେ। ଏଠାରୁ ଖସିପଡ଼ି କିଛି ଲୋକଙ୍କ ମୃତ୍ୟୁ ମଧ୍ୟ ଘଟିଛି ବୋଲି ଚର୍ଚ୍ଚା ହୁଏ। ପୂର୍ବରୁ ଏହି ଦୁର୍ଗର ନାମ ମୁରଞ୍ଜନ ଥିଲା କିନ୍ତୁ ପରବର୍ତ୍ତୀ ସମୟରେ ଏହା କଳାବତୀ ଦୁର୍ଗ ଭାବରେ ପରିଚିତ ହୋଇଥିଲା।

 

Get real time updates directly on you device, subscribe now.