fbpx

ଦରକାର ନାହିଁ ୫-୧୦ ହଜାର ବାଲାନ୍ସ ରଖିବା: ଖାଲି ଥିଲେ କଟିବନି Bank Account କି ଲାଗିବନି ପେନାଲ୍ଟି

ନୂଆଦିଲ୍ଲୀ: ସେଭିଙ୍ଗସ ବ୍ୟାଙ୍କ ଆକାଉଣ୍ଟରେ ଅତି କମରେ ୫ ହଜାରରୁ ୧୦ ହଜାର ଟଙ୍କା ରଖିବାକୁ ପଡ଼ିଥାଏ । ତେବେ କିଛି ବ୍ୟାଙ୍କରେ ଏହି ଲିମିଟ ୨୫ ହଜାର ପର୍ଯ୍ୟନ୍ତ ମଧ୍ୟ ରହିଥାଏ । କିନ୍ତୁ ବର୍ତ୍ତମାନ ବ୍ୟାଙ୍କ ଅଫ ବରୋଦା ଏକ ବଡ଼ ଘୋଷଣା କରିଛି । ନୂଆବର୍ଷ ପୂର୍ବରୁ ଗ୍ରାହକଙ୍କ ପାଇଁ ଏହା ଏକ ବଡ଼ ଉପହାର ହୋଇପାରେ । ଏହି ଆକାଉଣ୍ଟରେ କୌଣସି ବାଲାନ୍ସ ନ ରଖିଲେ ମଧ୍ୟ ପେନାଲ୍ଟି ଲାଗିପାରିବ ନାହିଁ । ଏହାବ୍ୟତୀତ ଆକାଉଣ୍ଟରେ ଅନ୍ୟାନ୍ୟ ଫିଚର ମଧ୍ୟ ଦେଉଛି ବ୍ୟାଙ୍କ ଅଫ ବରୋଦା ।

ସୂଚନା ଅନୁସାରେ, ବ୍ୟାଙ୍କ୍ ଅଫ୍ ବରୋଦା ଏକ ଜିରୋ ବାଲାନ୍ସ ଆକାଉଣ୍ଟ “BOB Bro Savings Account” ଆରମ୍ଭ କରିଛି । ଏହା ଏକ ଜିରୋ ବାଲାନ୍ସ ଆକାଉଣ୍ଟ ହୋଇଥିବା ବେଳେ ଏଥିରେ ଆଜୀବନ ଡେବିଟ କାର୍ଡ ସହିତ ବିଭିନ୍ନ ପ୍ରକାରର ସୁବିଧା ମଧ୍ୟ ପ୍ରଦାନ କରାଯାଉଛି । ତେବେ ଏହି ବ୍ୟାଙ୍କ ଆକାଉଣ୍ଟ ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରାଯାଉଛି ଏବଂ ୧୬-୨୫ ବର୍ଷର ଲୋକମାନେ ଏହି ଆକାଉଣ୍ଟ ଖୋଲିପାରିବେ । ବ୍ୟାଙ୍କର ମୁଖ୍ୟ ଜେନେରାଲ ମ୍ୟାନେଜର ରବିନ୍ଦ୍ର ସିଂହ ନେଗୀ କହିଛନ୍ତି ଯେ, ଏହି ପ୍ରଡକ୍ଟ ବ୍ୟାଙ୍କ କେବଳ ଯୁବବର୍ଗଙ୍କ ପାଇଁ ପ୍ରଦାନ କରିଛି । ଏହା ମାଧ୍ୟମରେ ସେମାନେ ବ୍ୟାଙ୍କିଙ୍ଗ୍ ଜଗତ ସହିତ ପରିଚିତ ହୁଅନ୍ତି ଏବଂ ସେମାନଙ୍କର ବିଶେଷ ଆବଶ୍ୟକତା ଯତ୍ନ ନିଆଯାଏ । ଏହା ମାଧ୍ୟମରେ ଛାତ୍ରମାନଙ୍କୁ କିଛି ସୁବିଧା ମଧ୍ୟ ପ୍ରଦାନ କରାଯିବ, ଯାହା ସେମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ ।

ଯୁବକମାନଙ୍କୁ ଏହି ଉତ୍ପାଦ ପ୍ରତି ଆକର୍ଷିତ କରିବା ପାଇଁ BOB ମଧ୍ୟ ଆଇଆଇଟି ବମ୍ବେର ବାର୍ଷିକ ଉତ୍ସବ ମୁଡ୍ ଇଣ୍ଡିଗୋ ସହିତ ଏକ ସ୍ୱତନ୍ତ୍ର ବ୍ୟାଙ୍କିଙ୍ଗ୍ ଭାଗିଦାରୀ ଆରମ୍ଭ କରିଛି । ବ୍ୟାଙ୍କର ମାର୍କେଟିଂ ଏବଂ ବ୍ରାଣ୍ଡିଂର ମୁଖ୍ୟ ଭି.ଜି ସେଣ୍ଟିଲ କୁମାର କହିଛନ୍ତି ଯେ, ମୁଡିଙ୍କ ସହ ଆସୋସିଏସନ ନୂଆ ପିଢୀ ସହିତ ଯୋଡ଼ି ହେବା ଭଳି ମନେ ହେଉଛି । ଯୁବବର୍ଗଙ୍କ ପାଇଁ ବ୍ୟାଙ୍କିଙ୍ଗକୁ ଅଧିକ ଅର୍ଥପୂର୍ଣ୍ଣ କରିବା ଉଦ୍ଦେଶ୍ୟରେ କାର୍ୟ୍ୟ କରୁଛୁ ଏବଂ ଭବିଷ୍ୟତରେ ବ୍ୟାଙ୍କିଂକୁ ଆହୁରି ଉନ୍ନତ କରିବାକୁ ପ୍ରତିଶ୍ରୁତିବଦ୍ଧ ଥିବା ଭି.ଜି ସେଣ୍ଟିଲ କୁମାର ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.