fbpx
BSKY
BJD SHG SKY
BJD MC SKY

ଏଠାରେ ୧୧୭ ଦିନରେ ଥରେ ଉଦୟ ହୁଅନ୍ତି ସୂର୍ଯ୍ୟ: ଜାଣନ୍ତୁ କେଉଁଠି ରହିଛି ଏପରି ଆଶ୍ଚର୍ଯ୍ୟକର ସ୍ଥାନ

ବ୍ରହ୍ମାଣ୍ଡରେ ଏପରି ଅନେକ ଜିନିଷ ରହିଛି ଯାହା ବିଷୟରେ ଆମେ ଅଧିକ କିଛି ଜାଣିନଥାଉ । ଆମେ ପୃଥିବୀରେ ବାସ କରୁଥିବା କାରଣରୁ ଏହି ଗ୍ରହ ସହିତ ଜଡିତ ଅନେକ ଜିନିଷ ଆଚୁ ଜଣାଅଛି । ତେବେ ଆଜି ମଧ୍ୟ ବୈଜ୍ଞାନିକମାନେ ପୃଥିବୀକୁ ନେଇ ନୂତନ ତଥ୍ୟ ଆବିଷ୍କାର କରୁଛନ୍ତି । ତେବେ ଏପରି ଏପରି ଏକ ଆଶ୍ଚର୍ୟ୍ୟଜନକ ତଥ୍ୟ ଆମ ବ୍ରହ୍ମାଣ୍ଡ ବିଷୟରେ ରହିଛି ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ପୃଥିବୀରେ ୨୪ ଘଣ୍ଟା ମଧ୍ୟରେ ଥରେ ସୂର୍ୟ୍ୟ ଉଦୟ ହୁଏ । ଏହି ପ୍ରକ୍ରିୟା ଚାଲିଥାଏ ଏବଂ ଏହା ପୃଥିବୀବାସୀଙ୍କ ପାଇଁ କିଛି ନୂଆ କଥେ ନୁହେଁ । କିନ୍ତୁ ଆପଣ ଜାଣନ୍ତି କି ଏପରି ଏକ ସ୍ଥାନ ମଧ୍ୟ ଅଛି ଯେଉଁଠାରେ ବର୍ଷକୁ ଦୁଇଥର ସୂର୍ୟ୍ୟ ଉଦୟ ହୁଏ ଏବଂ ଏଠାରେ ଗୋଟିଏ ଦିନ ଏକ ବର୍ଷରୁ ମଧ୍ୟ ଅଧିକ ହୋଇଥାଏ? ଆପଣ ଆଶ୍ଚର୍ୟ୍ୟ କି?ତେବେ ଏହି ସ୍ଥାନ ସମ୍ବନ୍ଧରେ ଅନେକ ରୋଚକ ତଥ୍ୟ ରହିଛି ।

ତେବେ ଏହି ସ୍ଥାନଟି ଯଦିଓ ପୃଥିବୀରେ ନାହିଁ କିନ୍ତୁ ଏହି ବ୍ରହ୍ମାଣ୍ଡର ଏକ ଅଂଶ । ଏହା ହେଉଛି ଶୁକ୍ର ଅର୍ଥାତ୍ ପୃଥିବୀର ନିକଟତମ ଗ୍ରହ । ଶୁକ୍ର ଗ୍ରହରେ ସୂର୍ୟ୍ୟୋଦୟ ୧୧୭ ଦିନରେ ଥରେ ହୋଇଥାଏ । ଏହି ଗ୍ରହରେ ଗୋଟିଏ ବର୍ଷ ୨୨୫ ଦିନ ହୋଇଥିବାରୁ ଏଠାରେ ବର୍ଷକୁ ଦୁଇଥର ସୂର୍ୟ୍ୟ ଉଦୟ ହୁଅନ୍ତି । ତେବେ ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେହେତୁ ଶୁକ୍ର ପଛକୁ ଘୂର୍ଣ୍ଣନ କରନ୍ତି ଏଠାରେ ସୂର୍ୟ୍ୟ ପଶ୍ଚିମରେ ଉଦୟ ହୋଇ ପୂର୍ବରେ ଅସ୍ତ ହୁଅନ୍ତି ।

ଆହୁରି ଆଶ୍ଚର୍ଯ୍ୟକର ବିଷୟ ହେଉଛି ଏଠାରେ ଗୋଟିଏ ଦିନ ପୃଥିବୀ ପରି ୨୪ ଘଣ୍ଟା ନୁହେଁ । ଶୁକ୍ରର ଗତି ଏପରି ଯେ ପୃଥିବୀର ସମୟ ଅନୁଯାୟୀ ଏହାର ଅକ୍ଷରେ ଘୂର୍ଣ୍ଣନ କରିବାକୁ ୨୪୩ ଦିନ ଲାଗିଥାଏ । ଏହା ସହିତ ଶୁକ୍ର ଗ୍ରହକୁ ସୂର୍ୟ୍ୟ ଚାରିପଟେ ଘୂରିବା ପାଇଁ ୨୨୫ ଦିନ ସମୟ ଲାଗିଥାଏ । ଏପରି ପରିସ୍ଥିତିରେ, ଏହି ସ୍ଥାନରେ ଗୋଟିଏ ଦିନର ଲମ୍ବ ଏକ ବର୍ଷରୁ ଅଧିକ ହୋଇଥାଏ । ତେଣୁ ଏଠାରେ ଗୋଟିଏ ବର୍ଷରେ ସୂର୍ଯ୍ୟ ୨ ଥର ଉଦୟ ହୋଇ ୨ ଥର ଅସ୍ତ ହୋଇଥାନ୍ତି । ପୃଥିବୀ ପରି ଶୁକ୍ରର ନିଜର କୌଣସି ପ୍ରାକୃତିକ ମଧ୍ୟ ଉପଗ୍ରହ ନାହିଁ ।

Get real time updates directly on you device, subscribe now.