fbpx

କ’ଣ ଆପଣ ଗାଧୋଇବା ସମୟରେ ଏପରି ଭୁଲ କରୁଛନ୍ତି କି ? ତେବେ ଭୋଗିପାରନ୍ତି ଏହି ସମସ୍ୟା

AAKASH

ଆଜିକାଲି ବ୍ୟସ୍ତବହୁଳ ଜୀବନରେ ଆମେ ଅନେକ କିଛି କାମ ଏକା ସହିତ କରିଥାଉ । ଯାହାଫଳରେ ଆମ ଅଜାଣତରେ ବହୁତ କିଛି ଭୁଲ ହୋଇଯାଇଥାଏ । ଯାହାର ପରିଣାମ ସ୍ୱରୁପ ଆମକୁ ଅନେକ କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ତେବେ ସେହିପରି କିଛି ଭୁଲ ଆମ ଦୌନନ୍ଦିନ ଜୀବନରେ ମଧ୍ୟ ହୋଇଥାଏ । ଫଳରେ ଏହା ଆମକୁ ପରବର୍ତ୍ତି ସମୟରେ ଭୋଗିବାକୁ ପଡେ । ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ ଅନେକ ଲୋକ ଗାଧୋଇବା ସମୟରେ କିଛି ଛୋଟ ଛୋଟ ଭୁଲ କରିଥାନ୍ତି । ଯେଉଁଥିପାଇଁ ତାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଏପରି ଏହି ଭୁଲ ୟୁରିନାରୀ ବ୍ଲାଡରକୁ ମଧ୍ୟ ପ୍ରଭାବିତ କରିଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ଗାଧୋଇବା ସମୟରେ କେଉଁ ସବୁ କଥା ପ୍ରତି ଧ୍ୟାନ ଦେବା ଆବଶ୍ୟକ ।

ସ୍ନାନ ସମୟରେ କରନ୍ତୁ ନାହିଁ ଏହିକାମ:

ଗାଧୋଇବା ସମୟରେ ଏକା ସହିତ ଦୁଇଟି ଜିନିଷ କରନ୍ତୁ ନାହିଁ : ସ୍ନାନ କରିବା ସମୟରେ ଅଧିକାଂଶ ଲୋକଙ୍କର ପରିସ୍ରା କରିବାର ଅଭ୍ୟାସ ଥାଏ । ଯାହାକି ଏକ ସାଧାରଣ କଥା । କିନ୍ତୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ ଗାଧୋଇବା ସମୟରେ ପରିସ୍ରା କରିବା ଏକ ଅପରିଷ୍କାର ଅଭ୍ୟାସ ହୋଇଥାଏ । ଯାହାକି ଶରୀର ପାଇଁ ବହୁତ କ୍ଷତିକାରକ ହେବା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅତ୍ୟନ୍ତ ବିପଜ୍ଜନକ ହୋଇଥାଏ । ତେଣୁ ଗାଧୋଇବା ସମୟରେ ପରିସ୍ରା କରିବା ଉଚିତ୍ ନୁହେଁ ।

ବ୍ଲାଡର ପ୍ରଭାବିତ ହୋଇପାରେ: ଯଦି ଆପଣ ସାୱାର ତଳେ ଛିଢା ହୋଇ ଗାଦୋଉଛନ୍ତି ଏବଂ ସେହି ସମୟରେ ପ୍ରରିସ୍ରା କରୁଛନ୍ତି ତେବେ ଏହା ଆପଣଙ୍କ ବ୍ଲାଡରକୁ ବହୁ ମାତ୍ରାରେ ପ୍ରଭାବିତ କରିଥାଏ । କାରଣ ସ୍ୱାୱାରର ସେହି ପାଣି ଶବ୍ଦରେ ବ୍ଲାଡର ସମ୍ପୂର୍ଣ୍ଣ ରୂପେ ଖାଲି ହୋଇପାରେ ନାହିଁ । ଏଥିସହିତ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ ମହିଳାମାନେ ଯେତେବେଳେ ଛିଡା ହୋଇ ପରିସ୍ରା କରିଥାନ୍ତି ,ସେତେବେଳେ ସେମାନେ ପ୍ଲେବିକ୍ ମସଲକୁ ମଧ୍ୟ ସମ୍ପୂର୍ଣ୍ଣ ରୂପରେ ଆରାମ ଦେଇ ପାରନ୍ତି ନାହିଁ । ଫଳରେ ଏହା ବ୍ଲାଡର ଉପରେ ପ୍ରଭାବ ପକାଇଥାଏ । ତେଣୁ ଗାଧୋଇବା ସମୟରେ ମହିଳାମାନେ ଛିଡା ହୋଇ ପରିସ୍ରା କରିବା ଉଚିତ୍ ନୁହେଁ । ଏପରି କରୁଥିଲେ ଏହାକୁ ତୁରନ୍ତ ପରିବର୍ତ୍ତନ କରନ୍ତୁ । ନଚେତ୍ ଏହା ୟୁରିନାରୀ ବ୍ଲାଡରକୁ ଖରାପ କରିପାରେ ।

Get real time updates directly on you device, subscribe now.