fbpx
BJD SKY
BJD SKY

କ’ଣ ଆପଣ ଶୋଇଲାବେଳେ ଇୟର ଫୋନ ଲଗାଉଛନ୍ତି କି? ତେବେ ସାବଧାନ

BJD

ଆଜିକାଲି ଯୁବପିଢ଼ି ଗୀତ ଶୁଣି ଶୁଣି ଶୋଇବାକୁ ପସନ୍ଦ କରୁଛନ୍ତି । ଏହାଛଡ଼ା ମ୍ୟୁଜିକ ଦ୍ୱାରା ମଧ୍ୟ ରୋଗୀଙ୍କୁ ଚିକିତ୍ସା କରାଯାଇ ପାରୁଛି । କିଛି ଲୋକ ଶୋଇବା ପୂର୍ବରୁ ହାଲକା ସଂଗୀତ ଶୁଣିବାକୁ ପସନ୍ଦ କରନ୍ତି । କେହିକେହି ଗୀତ ଶୁଣି ଶୁଣି ମଧ୍ୟ ଶୋଇଥାନ୍ତି । ଅନେକ ଗବେଷଣାରେ ଜଣାପଡିଛି ଯେ ଇୟର ଫୋନ୍ ଲଗାଇ ଗୀତ ଶୁଣିବା ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଏହା କାନ ଓ ସ୍ଲିପ ସାଇକିଲକୁ ନଷ୍ଟ କରିଥାଏ ।

ଆମ ଶରୀରରେ ଏକ ଘଣ୍ଟା ଥାଏ ଯାହାକୁ ସକେଡିୟନ ରିଦିମ କୁହାଯାଏ । ଏହାକୁ ୨୪ ଘଣ୍ଟା ଚାଲୁଥିବା ଘଣ୍ଟା କୁହାଯାଏ । ଯାହା ଆମର ଶୋଇବା ଓ ଉଠିବା ସମୟର ଧ୍ୟାନ ରଖିଥାଏ । ଯେତେବେଳେ ଆମ ଶରୀର ଏହି ରିଦମ ବଦଳରେ ଅନ୍ୟ କିଛି ଶବ୍ଦ ଉପରେ ନିର୍ଭର କରିଥାଏ, ଏହା ଆମର କ୍ଷତି କରିଥାଏ ।

ସବୁଦିନ ଇୟର ଫୋନ ବ୍ୟବହାର କଲେ କିମ୍ବା ଉଚ୍ଚ ସ୍ବରରେ ଗୀତ ଶୁଣିବା ଦ୍ବାରା ଆପଣଙ୍କ ଇୟରକର୍ଡକୁ କ୍ଷତି ପହଁଚାଇଥାଏ। ୯୦ ଡେସିବାଲରୁ ଅଧିକା ଶବ୍ଦରେ ଶୁଣିବା କାନ ପାଇଁ କ୍ଷତିକାରକ ବୋଲି କୁହାଯାଏ। ଅନୁସନ୍ଧାନ ଅନୁଯାୟୀ ଇୟରଫୋନ କାରଣରୁ ଶୁଣିବାରେ ଅସୁବିଧା ହେଉଛି।

ଗୀତ ଶୁଣିବା ବେଳେ ଆମ ମୋବାଇଲ ମଧ୍ୟ ଆଖପାଖରେ ଥାଏ । ଏଥିପାଇଁ ଆମ ଶରୀର ସର୍ବଦା ଆକ୍ଟିଭ ମୋଡରେ ଥାଏ । ତେଣୁ ନିଦ ଭଲ ଭାବେ ହୋଇନଥାଏ । ନିଦ ଭଲ ଭାବେ ହୋଇ ନଥିବା ଯୋଗୁ ଶରୀର କ୍ଷତି ହୋଇଥାଏ । ଏହାଦ୍ୱାର ବିଭିନ୍ନ ସମସ୍ୟା ହୋଇଥାଏ । ତେବେ ଯଦି ଆପଣଙ୍କୁ ଗୀତ ଶୁଣିବା ନିହାତି ଦରକାର । ତେବେ ମୋବାଇଲ ଦୂରରେ ରଖନ୍ତୁ ଓ ଅତି କମ ସାଉଣ୍ଡରେ ଗୀତ ଶୁଣନ୍ତୁ ।

Get real time updates directly on you device, subscribe now.