fbpx

ଦାମ୍ପତ୍ୟ ଜୀବନକୁ ଖୁସିରେ ଭରିଦେବାକୁ ଚାଁହୁଛନ୍ତି କି ? ତେବେ ଆପଣାନ୍ତୁ ଏହି ଉପାୟ

Advertisement

ସମସ୍ତେ ନିଜ ଦାମ୍ପତ୍ୟ ଜୀବନକୁ ହସଖୁସିରେ ଭରି ନେବାକୁ ଚାହାନ୍ତି । ଏଥିପାଇଁ ଆପଣଙ୍କୁ ବାସ୍ତୁର କିଛିଟା ନିୟମ ପାଳନ କରିବାକୁ ପଡିବ । ଯେକୌଣସି ପରିବାରର ଉନ୍ନତି ଓ ଖୁସି ନିମନ୍ତେ ଦମ୍ପତିଙ୍କ ମଧ୍ୟରେ ଭଲ ପାଇବା, ବିଚାରଶକ୍ତି ,ବିଶ୍ୱାସ ରହିବା ନିତ୍ୟାନ୍ତ ଆବଶ୍ୟକ ଅଟେ। ମାତ୍ର ଯଦି କୋଣସି କାରଣରୁ ପତି-ପତ୍ନୀଙ୍କ ମଧ୍ୟ କଳହ ହେଉଥାଏ ଅଥବା ସର୍ବଦା ଅଶାନ୍ତି ଲାଗି ରହିଥାଏ, ତେବେ ଏହାର ପ୍ରଧାନ କାରଣ ବାସ୍ତୁ ଦୋଷ ହୋଇଥାଏ। ଏହି ସମସ୍ୟାକୁ ନିଜ ଜୀବନରୁ ଦୂର କରିବା ନିମନ୍ତେ ଆସନ୍ତୁ ଜାଣିବା କିଛି ସହଜ ଉପାୟ ..

– ଜଳ ସମ୍ବନ୍ଧୀୟ ବସ୍ତୁ, ତେଲ ଟିଣ, ଭଙ୍ଗା ଆଇନା, ଝାଡ଼ୁ, ରୋଷେଇ ସାମଗ୍ରୀ ଯଥା କଡ଼େଇ, ତାଟିଆ ଆଦି ଶୟନ କକ୍ଷରେ ରଖନ୍ତୁ ନାହିଁ।

– ଯଦି ନାରୀଟିଏ ନିଜ ହାତରେ ସବୁଜ ରଙ୍ଗର ଚୁଡ଼ି ପିନ୍ଧନ୍ତି , ତେବେ ଦାମ୍ପତ୍ୟ ଜୀବନରେ ଭଲ ପାଇବା ବୃଦ୍ଧି ହୋଇଥାଏ। ନିଜ ଶୋଇବା ଘରର କାନ୍ଥ ଗୋଲାପି କିମ୍ବା ଫିକା ହଳଦିଆ ରଙ୍ଗର ହେଲେ ବହୁତ ଭଲ ହୋଇଥାଏ।

– ମହିଳା ମାନେ ଦାନ କରିବା ସମୟରେ ସେହି ଦାନ ସାମଗ୍ରୀରେ ଲାଲ ସିନ୍ଦୂର, ଅତର, ଚଣା ଡ଼ାଲି, କେଶର ରଖନ୍ତୁ। ନିୟମିତ ନିଜ ଠାରୁ ବୟସରେ ବଡ଼ ନାରୀଙ୍କୁ ପ୍ରଣାମ କରିବା ଉଚିତ। ଏହା ଦ୍ୱାରା ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ।

– ସଂପର୍କ ସୁଦୃଢ ପାଇଁ ପତ୍ନୀ, ପତିର ସର୍ବଦା ବାମ ପଟେ ଶୋଇବା ଉଚିତ। ଶୋଇବା ଘରେ ଠାକୁରଙ୍କ ଫଟୋ ରଖିବା ଉଚିତ ନୁହେଁ। ଏହା ଦ୍ୱାରା ଅଶାନ୍ତି ଲାଗି ରହିଥାଏ।

Get real time updates directly on you device, subscribe now.