fbpx

ପଞ୍ଜାବ ରାଫେଲ ରେ ବସିବେ କି !

ଫ୍ରାନ୍ସର ରାଫେଲ ହୁଏତ ଆପଣଙ୍କୁ ଆକାଶ କୁ ନେଇ ଵହୁତ ଉପରେ ଉଡାଇପାରେ କିନ୍ତୁ  ଆପଣଙ୍କୁ ଵସିଵାର ସୁଯୋଗ ଵି ନମିଳିପାରେ  । କିନ୍ତୁ ପଞ୍ଜାବ ରାଫେଲ ଆପଣଙ୍କୁ ରାସ୍ତାରେ ଧରି  ଭରପୁର ମଜା ସହ ଏକ ନିଆରା ଆନନ୍ଦ ଦେଇପାରେ ।
୬୦ ବର୍ଷର ଜଣେ ଵୃଦ୍ଧ ବ୍ୟକ୍ତି ନିଜ ବୁଦ୍ଧି ବଳରେ ରାଫେଲ  ସଦୃଶ୍ୟ ଏକ ଜେଟ୍ ନିର୍ମାଣ କରିଛନ୍ତି  ଯାହାର ଗତି ରାସ୍ତା ଉପରେ  ଘଣ୍ଟା କୁ ୧୫ କିଲୋମିଟର ରହିଛି  । ଏହା ୧୮ ଫୁଟ ଲମ୍ବା ,୧୦ ଫୁଟ ଓସାର ଏବଂ ୮ ଫୁଟ ଉଚ୍ଚାତା ରହିଛି । ଓ ଏହା ଗୋଟିଏ ଲିଟର ପେଟ୍ରୋଲ ରେ ପାଖାପାଖି ୭ କିଲୋମିଟର ଯାଏ । ଏହାର ଓଜନ ୮୦୦ କିଲୋଗ୍ରାମ ହୋଇଥିବା ଵେଳେ ଏଥିରେ ମାରୁତି ୮୦୦ ଇଞ୍ଜିନକୁ ଲଗାଯାଇଛି ।


ପଞ୍ଜାବର ଵଟିନ୍ଦା ସହରର ରାମ ମାଣ୍ଡି ଅଞ୍ଚଳର ୬୦ ଵର୍ଷିୟ ରାମ ପାଲ୍ ଵେନିଓ୍ଵାଲ ଏହି ପଞ୍ଜାବ ରାଫେଲ କୁ ଡିଜାଇନ କରିଛନ୍ତି ।
ସେ କହିଵା ମୁତାବକ ଯେତେବେଳେ ଫ୍ରାନ୍ସରୁ ରାଫେଲ ଆସିବା ନେଇ ଲୋକମାନଙ୍କ ଭିତରେ ଉତ୍ସାହ ଦେଖିଵାକୁ ମିଳୁଥିଲା । ସେହି ସମୟରୁ ଏଭଳି କିଛି କରିବାର ଧାରଣା ମୁଣ୍ଡକୁ ଛୁଇଁଥିଲା ।


ଯାହା ଆଜି ସେ କରିଦେଖାଇଛନ୍ତି ।
ରାମପାଲ କହିଛନ୍ତି ଏହା କରିବା ପଛରେ ତାଙ୍କ ମାଁ ଙ୍କ ପ୍ରେରଣା ରହିଛି ।

Get real time updates directly on you device, subscribe now.