fbpx

କ୍ୱାରେଣ୍ଟାଇନରେ ଡାକ୍ତର ଓ ନର୍ସ

ଯାଜପୁର, ୨୧ା୪(ଓଡ଼ିଶା ଭାସ୍କର): ଯାଜପୁରରେ ୩ଡାକ୍ତରଙ୍କ ସହ ୧୯ଜଣ ନର୍ସଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । ଗତକାଲି ଯାଜପୁରରେ ଚିହ୍ନଟ ହୋଇଥିବା କିଛି ଆକ୍ରାନ୍ତ ଯାଜପୁର ଜିଲ୍ଳା ମୁଖ୍ୟ ଚିକତ୍ସାଳୟରେ ଚିକିତ୍ସିତ ହେଉଥିଲେ । ମାର୍ଚ୍ଚ ୨୯ତାରିଖରେ ପହଞ୍ଚିବା ପରେ ସେମାନେ ଡାକ୍ତରଖାନା ଯାଇଥିଲେ । ମେଡ଼ିକାଲ ଯାଇଥିବା ସମୟରେ ସେମାନଙ୍କର କୌଣସି ଲକ୍ଷଣ ନଥିଲା । କିଛି ଆକ୍ରାନ୍ତ ହସ୍ପିଟାଲ ଯାଇଥିବାରୁ ଡାକ୍ତର ଓ ନର୍ସକୁ କ୍ୱାରେଣ୍ଟାଇନରେ ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ଯାଜପୁର ଜିଲ୍ଲାପାଳ ।

Get real time updates directly on you device, subscribe now.