fbpx

ଦେଶରେ ସଫଳ ହେଲା ପ୍ଲାଜମା ଥେରାପି, ସୁସ୍ଥ ହେଲେ କରୋନା ରୋଗୀ

ଭାରତ ସମେତ ବିଶ୍ୱର ଅନେକ ଦେଶରେ ମାଡିଚାଲିଥିବା କରୋନା ଭାଇରସର ବର୍ତ୍ତମାନ ସୁଦ୍ଧା କୌଣସି ଚିକିତ୍ସା ବା ଟୀକା ପ୍ରସ୍ତୁତ ହୋଇନାହିଁ । ଏହାରି ମଧ୍ୟରେ କରୋନାକୁ ହରାଇବାରେ ପ୍ଲାଜମା ଥେରାପି ସଫଳ ହୋଇଛି । ଦେଶରେ ପ୍ଲାଜମା ଥେରାପି ଦ୍ୱାରା କରୋନାର ପ୍ରଥମ ଚିକତ୍ସା ସଫଳ ହୋଇଛି । ଦିଲ୍ଲୀର ଏକ ପ୍ରାଇଭେଟ ମେଡିକାଲରେ ଗୁରୁତର ଅବସ୍ଥାରେ ସଂକ୍ରମିତ ହୋଇଥିବା ୪୬ ବର୍ଷର ବ୍ୟକ୍ତିଙ୍କର ସଫଳ ଚିକିତ୍ସା କରାଯାଇଛି । ଏହି ଥେରାପି ପରେ ରୋଗୀର ଅବସ୍ଥାରେ ସୁଧାର ଆସିଛି । ମାତ୍ର ୪ ଦିନରେ ରୋଗୀକୁ ଭଲ କରିଥିବାରୁ ଡାକ୍ତରମାନେ ବି ବେଶ ଉତ୍ସାହିତ ଅଛନ୍ତି ।

ତେବେ ମିଡିଆ ରିପୋର୍ଟ ଅନୁସାରେ, ମୈକ୍ସ ମେଡିକାଲରେ ଗୋଟିଏ ପରିବାରର ଆକ୍ରାନ୍ତ ହୋଇଥିବା ବହୁ ଲୋକଙ୍କୁ ଭର୍ତ୍ତି କରାଯାଇଥିଲା । ସେମାନଙ୍କୁ ମଧ୍ୟରୁ ୨ ଜଣଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଭେଣ୍ଟିଲେଟରରେ ଜଣଙ୍କର ମୃତ୍ୟୁ ହେବାରୁ ଅନ୍ୟଜଣଙ୍କର ଭେଣ୍ଟିଲେଟର ହଟାଯାଇଥିଲା । କେବଳ ପ୍ଲାଜମା ଥେରାପି ଦ୍ୱାରା ରୋଗୀଜଣଙ୍କର ସଫଳ ଚିକିତ୍ସା ହୋଇଥିଲା ।

Get real time updates directly on you device, subscribe now.