fbpx

ରୋଗୀଙ୍କ ମନୋବଳ ବଢ଼ାଇବା ପାଇଁ ପିପିଇ କିଟ୍ ପିନ୍ଧି ନାଚିଲେ କରୋନା ଯୋଦ୍ଧା

ଗୁଜୁରାଟ, ୧୮ା୪ (ଓଡିଶା ଭାସ୍କର) : ସାରା ବିଶ୍ୱରେ କରୋନା ମହାମାରି ପୁଣି ଥରେ କାୟା ମେଲାଇବାରେ ଲାଗିଛି । ଏହା ଫଳରେ ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହେବା ସହ ଅନେକଙ୍କର ମୃତ୍ୟୁ ହେଉଛି । ଦେଶରେ କୋଣ ଅନୁ କୋଣରୁ ଲୋକ ମାନେ ସଚେତନ ହେବାକୁ ଯାଇ ଘରୁ ବାହାରକୁ ବାହାରୁ ନାହାନ୍ତି । ହେଲେ କରୋନା ଯୋଦ୍ଧା ସାଜିଥିବା ଡାକ୍ତର ଏବଂ ନର୍ସ ମାନେ ଦିନ ରାତି ପରିଶ୍ରମ କରି କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା କରୁଛନ୍ତ ଏବଂ ସେମାନଙ୍କୁ ଭଲ କରୁଛନ୍ତି । ହେଲେ ଏହା ଭିତରେ ଅନେକ ଡାକ୍ତର ମଧ୍ୟ କରୋନା ମହାମାରିର ଶିକାର ହୋଇ ପ୍ରାଣ ମଧ୍ୟ ହରାଇସାରିଲେଣି । ହେଲେ ନିଜ କଥା ଭୁଲି ଯାଇ ରୋଗୀଙ୍କୁ କିପରି ଟିକେ ଖୁସି ଦେଇପାରିବେ ସେଇ ପ୍ରଚେଷ୍ଟା କରୁଛନ୍ତି । ତେବେ ଏହି ପରିପ୍ରେକ୍ଷୀରେ ଏକ ଭିଡିଓ ଭାଇରାଲ୍ ହେଉଛି । ସେଥିରେ ସଂକ୍ରମିତ ରୋଗୀଙ୍କୁ ପ୍ରୋତ୍ସାହିତ କରିବାକୁ ଯାଇ ନାଚ କରି ଗୀତ ଗାଇ ମନୋରଞ୍ଜନ କରୁଛନ୍ତି ଡାକ୍ତର ମାନେ । ଏବେ ଏହାର ଏକ ଭିଡିଓ ଭାଇରାଲ୍ ହେଉଛି ।

 

View this post on Instagram

 

A post shared by Viral Bhayani (@viralbhayani)

ଭିଡିଓରେ ଦେଖିବାକୁ ମିଳିଛି ଯେ, ଡାକ୍ତର ଏବଂ ନର୍ସ ମାନେ ପିପିଇ କିଟ୍ ପିନ୍ଧି ରୋଗୀ ମାନଙ୍କୁ ବଲିଉଡ୍ ଗୀତରେ ନାଚ କରି ସେମାନଙ୍କ ମନୋବଳ ବଢ଼ାଉଛନ୍ତି । ତେବେ ଏହି ଭାଇରାଲ୍ ଭିଡିଓ ଟି ହେଉଛି ପାରୁଲ ସେବାଶ୍ରମ ହସ୍ପିଟାଲର । ଏହାକୁ ସେୟାର କରିଛନ୍ତି ଜଣେ ଫଟୋଗ୍ରାଫର୍ ଭାଇରାଲ୍ ଭୟାନୀ । ଏହିଭଳି ଏକ ଘଡିସନ୍ଧି ମୁହୁର୍ତ୍ତରେ ଲୋକଙ୍କ ସାହସ ସାଜିଛନ୍ତି କରୋନାଯୋଦ୍ଧା ମାନେ । ଏଥିରେ ଆହୁରି ମଧ୍ୟ ଦେଖିବାକୁ ମିଳିଛି ଯେ, ଡାକ୍ତର ମାନେ ନାଚିବା ସହ ରୋଗୀ ମାନେ ମଧ୍ୟ ତାଳି ମାରି ଖୁସି ହେଉଛନ୍ତି ଏବଂ ନିଜ ନିଜ ମୋବାଇଲ୍ ଫୋନ୍ ରେ ଭିଡିଓ ମଧ୍ୟ କରୁଛନ୍ତି ।

Get real time updates directly on you device, subscribe now.