fbpx

(video)‘ହ୍ୟାଲୋ ମୁଁ କରୋନା ଭାଇରସ୍ କହୁଛି..’ ଏପରି କହି କରୋନାର ମିମିକ୍ରୀ କଲେ ଡାକ୍ତର, ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ:ଦେଶରେ ପୁଣି ଥରେ କରୋନା କେସ୍ ବଢିବାରେ ଲାଗିଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ନୂଆ ସବ ଭାରିଆଣ୍ଟ JN.1 କାରଣରୁ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଜଣେ ଡାକ୍ତରଙ୍କ ଭିଡିଓ ଦ୍ରୁତ ଗତିରେ ଭାଇରାଲ୍ ହେବାରେ ଲାଗିଛି । ଭିଡିଓରେ ଡାକ୍ତର କରୋନାର ମିମିକ୍ରୀ କରି ଲୋକଙ୍କୁ ସଚେତନ କରାଉଛନ୍ତି । ଏହାସହିତ ଏହି ନୂଆ ଭାରିଆଣ୍ଟ କିପରି ଚିହ୍ନଟ କରାଯାଇପାରିବ ତାହା ମଧ୍ୟ ସେ ଲୋକଙ୍କୁ ସୂଚାଉଛନ୍ତି ।

 

View this post on Instagram

 

A post shared by Jagdish Chaturvedi (@drjagdishchatur)

ଭିଡିଓରେ ଡାକ୍ତର କହୁଛନ୍ତି, ହ୍ୟାଲୋ ମୁଁ କରୋନା ଭାଇରସ୍ । ମୁଁ BA.2.86 ର ପୁତୁରା JN.1 । ଆମେ ଏଠାରୁ କେବେ ବି ଯାଇ ନ ଥିଲୁ । କେବଳ କିଛି ସମୟ ଉଦାସ ହୋଇଯାଇଥିଲୁ । ଆମେ କାହାକୁ ବି ଛାଡିବୁ ନାହିଁ । କିନ୍ତୁ ଏବେ ଏହା ପ୍ରେମ ଓ ଭଲପାଇବାର କଥା । ଆମେ ଆସିବୁ ଓ ଆପଣଙ୍କୁ ସାମାନ୍ୟ କାଶ, ଛିଙ୍କ ଓ ଗଳାରେ ଯନ୍ତ୍ରଣା ଅନୁଭବ ହେବ । ଏହାପରେ ଭଲ ହୋଇଯିବ । ଭିଡିଓରେ ସେ ଆଗକୁ କହୁଛନ୍ତି କି ଏହାକୁ ନେଇ ଡରିବାର କିଛି ନାହିଁ । ଆପଣ କେବଳ ସୁରକ୍ଷିତ ରୁହନ୍ତୁ, ମାସ୍କ ଲଗାନ୍ତୁ ଆଉ ଆନନ୍ଦ ଉଠାନ୍ତୁ ।

ଏହି ଭିଡିଓକୁ ଡାକ୍ତର ଚତୁର୍ବେଦୀ (ଯିଏ କି ENT ସର୍ଜନ) ନିଜ ଇନଷ୍ଟା ପେଜ୍ drjagdishchatur ରେ ସେୟାର କରିଛନ୍ତି । ଏହି ଭିଡିଓକୁ ଏ ପର୍ଯ୍ୟନ୍ତ ୪୦ ହଜାରରୁ ଅଧିକ ଲୋକ ଦେଖିସାରିଲେଣି । ସଚେତନତା ସୃଷ୍ଟି କରିବାର ଏହା ଏକ ବେଶ୍ ସୃଜନ ଉପାୟ ବୋଲି ୟୁଜର ମତ ରଖିଛନ୍ତି ।

Get real time updates directly on you device, subscribe now.