fbpx

ଛାତ୍ରୀଙ୍କୁ Bad Touch କରିବା ଅଭିଯୋଗରେ ଶିକ୍ଷକ ଖାଇଲେ ନିସ୍ତୁକ ମାଡ଼

ଓଡିଶା ଭାସ୍କର: ରାୟଗଡ ସହର ଇନ୍ଦିରା ନଗର ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଛାତ୍ରୀଙ୍କୁ ବ୍ୟାଡ୍ ଟଚ୍ କରିବା ଅଭିଯୋଗରେ ଜଣେ ଶିକ୍ଷକଙ୍କୁ ମାଡ଼ ମାରିଛନ୍ତି ଅବିଭାବକ ମାନେ। ଏହା ପରେ ପୁଲିସ ଶିକ୍ଷକ ମନୋରଞ୍ଜନ ନାୟକଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖିଛି।

ସୂଚନା ଅନୁଯାୟୀ, ଇନ୍ଦିରା ନାଗର ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ପର୍ୟ୍ୟନ୍ତ ପିଲା ପଢନ୍ତି। ମନୋରଞ୍ଜନ ଜଣେ ଛାତ୍ରୀଙ୍କୁ ବ୍ୟାଡ ଟଚ୍ କରିଥିବା ଅଭିଯୋଗ ହୋଇଥିଲା। ତେବେ ଛାତ୍ରୀ ଜଣଙ୍କ ନିଜ ପରିବାର ଲୋକଙ୍କ ଆଗରେ ମନୋରଞ୍ଜନ ସାର୍ ବ୍ୟାଡ୍‌ ଟଚ୍ କରିଥିବା କହିଥିଲେ। ଆଜି ସକାଳେ ଅଭିଭାବକମାନେ ସ୍କୁଲରେ ପହଞ୍ଚି ଶିକ୍ଷକ ମନୋରଞ୍ଜନଙ୍କୁ ମାଡ ମାରିଥିଲେ। ଏହାର ଖବର ପାଇ ରାୟଗଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମନୋରଞ୍ଜନଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲା। ସେପଟେ ଛାତ୍ରୀ ଜଣଙ୍କ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ମିଥ୍ୟା ବୋଲି ମନୋରଞ୍ଚନ କହିଛନ୍ତି। ତେବେ ଏହି ଘଟଣାକୁ ନେଇ ପ୍ରଧାନ ଶିକ୍ଷୟିତ୍ରୀ ପ୍ରମିଳା ପଣ୍ଡା କହିଛନ୍ତି, ଅଭିଭାବକଙ୍କ ଅଭିଯୋଗ ଲିଖିତ ଜରିଆରେ ପାଇଛି। ଏନେଇ ଏକ କମିଟି ଗଠନ କରି ତଦନ୍ତ କରିବି। ଯଦି ବିଦ୍ୟାଳୟରେ ସମାଧାନ ନହୁଏ ତେବେ ଉଚ୍ଚକର୍ତ୍ତୃ ପକ୍ଷଙ୍କୁ ଅବଗତ କରାଇବି।

Get real time updates directly on you device, subscribe now.