fbpx
BJD SKY
BJD SKY

ମେଡିକାଲରେ ନିଆରା ବାହାଘର: ଡାକ୍ତର ବରକୁ କନିଆ ନର୍ସ

BJD

ୟୁକେର ଲଣ୍ଡନରେ ଡାକ୍ତର ଓ ନର୍ସଙ୍କ ଏକ ନିଆରା ବାହାଘର ଦେଖିବାକୁ ମିଳିଛି । କରୋନା ସଙ୍କଟ ମଧ୍ୟରେ ଦୁହେଁ ମେଡିକାଲରେ ହିଁ ବିବାହ କରିଛନ୍ତି । ଦୁହିଁଙ୍କ ବାହାଘର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବିବିସି ରିପୋର୍ଟ ମୁତାବକ, ୩୪ ବର୍ଷର ଜୈନ ଟିପିଙ୍ଗ ଓ ୩୦ ବର୍ଷର ଅନାଲନ ପରସ୍ପରକୁ ଅଗଷ୍ଟରେ ବାହା ହେବାକୁ ଯୋଜନା କରିଥିଲେ । କିନ୍ତୁ କରୋନା ଯୋଗୁଁ ସେମାନେ ବାହାଘରର ତାରିଖ ବାତିଲ କରିଥିଲେ । ଦମ୍ପତ୍ତିଙ୍କୁ ଭୟ ଥିଲା କି, ସେମାନଙ୍କ ପରିବାର ଉତ୍ତରୀ ଆୟରଲ୍ୟାଣ୍ଡ ଓ ଶ୍ରୀଲଙ୍କାରୁ ଆସି ବାହାଘରରେ ସାମିଲ ହୋଇପାରିବେ ନାହିଁ ।

ଏହି କାରଣରୁ ଦୁହେଁ ଲଣ୍ଡନର ସେଣ୍ଟ ଥୋମାସ ମେଡିକାଲରେ ପରସ୍ପରକୁ ବିବାହ କରିଛନ୍ତି । ଏହି ସମୟରେ ତାଙ୍କ ପରିବାର ଓ ପିୟ ବନ୍ଧୁମାନେ ଉପସ୍ଥିତ ଥିଲେ । ,ପ୍ରିଲ ୨୪ରେ ସେମାନଙ୍କ ବିବାହ ସରିଥିବା ବେଳେ ଏବେ ସେମାନଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.