fbpx

ଫେବୃଆରୀ ୧ ରୁ ଡାକ୍ତରଙ୍କ ଆନ୍ଦୋଳନ !

Advertisement

ଭୁବନେଶ୍ୱର: ଗତ କିଛି ଦିନ ହେବ ଶିକ୍ଷକଙ୍କ ଠାରୁ ଆରମ୍ବ କରି ଅଙ୍ଗନବାଡି କର୍ମୀ ପର୍ଯ୍ୟନ୍ତ ସମସ୍ତେ ନିଜ ନିଜର ଦାବି ନେଇ ରାଜ ରାସ୍ତାକୁ ଓହ୍ରାଉଛନ୍ତି । କେତେବେଳେ ଶିକ୍ଷକମାନେ ଶିକ୍ଷାମନ୍ତ୍ରୀଙ୍ରକ ବାସଭବନ ଘେରାଉ କଲେଣି ତ ଆଉ କେତେବେଳଏ ଅଙ୍ଗନବାଡି କର୍ମୀ ନବୀନ ନିବାସ ସମ୍ମୁଖରେ ଧାରଣା ଦେଲେଣି । ପୁଣି ଅଉ କେତେବେଳେ ଦୋକାନୀମାନେ ମଧ୍ୟ ରାଜରାସ୍ତାକୁ ଓହ୍ଳାଇଲେଣି । ତେବେ ବର୍ତ୍ତମାନ ପୁଣି ରାଜତାସ୍ତାକୁ ଓହ୍ଲାଇବାକୁ ଡାକ୍ତମାନେ ଚେତାବନୀ ଦେଇଛନ୍ତି ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ମାସ ଅର୍ଥାତ୍ ଚଳିତ ବର୍ଷ ଫେବୃଆରୀ ୧ ତାରିଖରୁ ଡାକ୍ତମାନେ ରାଜ ରାସ୍ତାକୁ ଓହ୍ଲାଇବେ । ସେମାନଙ୍କ ଦାବି ପୁରଣ ନହେଲେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଡାକ୍ତରମାନେ ଚେତାବନୀ ଦେଇଛନ୍ତି । ଏନେଇ ଆଜି ପ୍ରେସମିଟ୍ ଜରୀଆରେ ସୂଚନା ଦେଲେ ଓମସା । ତେବେ କେନ୍ଦ୍ରିୟ ହାରରେ ଦରମା, ଅବସର ବୟସ ବୃଦ୍ଧି ଆଡହକ୍ ଡାକ୍ତରଙ୍କୁ ସ୍ଥାୟୀ ଆଦି ଅନେକ ଦାବି କରିଛି ଓମସା । ତେହେ ଏହି ଦାବି ପୁରଣ ନହେଲେ ରାଜ ରାସ୍ତାକୁ ଓହ୍ଲାଇବେ ଶତାଧିକ ଡାକ୍ତର ।

ତେବେ ଓଡିଶା ମେଡିକାଲ ଆସୋସିଏସନ ( ଓମସା)୪ଟି ଦାବି ନେଇ ରାଜ୍ୟସରକାରଙ୍କ ସହ ଅନେକଥର ଆଲୋଚନା କିଥିବା ବେଳେ ତାହା ବିଫଳ ହୋଇଛି । ଫଳରେ ସେମାନେ ଚଳିତ ମାସ ୧୬ ତାରିଖରୁ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ବର୍ତ୍ତମାନ ରାଜ୍ୟରେ ବିଶ୍ୱକପ୍ ହକି ହେବାକୁ ଯାଉଛି ତେଣୁ ଏହି ସମୟରେ ଆନ୍ଦୋଳନକୁ ନ ଯିବାପାଇଁ ଓମସା ପକ୍ଷରୁ ସ୍ଥିର କରାଯାଇଛି । ଫଳରେ ଏହାକୁ ଆନ୍ଦୋଳନକୁ ସେମାନେ ଫେବୃଆରୀ ୧ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି । ତେବେ ଏହାରୀ ମଧ୍ୟରେ ରାଜ୍ୟ ସରକାର ଯଦି ସେମାନଙ୍କ ଦାବି ପୂରଣ ନ କରି ପାରନ୍ତି ତେବେ ସେମାନେ ରାଜରାସ୍ତାକୁ ଓହ୍ଲାଇବା ସହ ଆନ୍ଦୋଳନ କରିବାକୁ ଚେତାବନି ଦେଇଛନ୍ତି ।

Get real time updates directly on you device, subscribe now.