fbpx

ଅମୃତ ପାଲ ପୋଲିସକୁ କଲା ନାକେଦମ୍, ‘ୱାରିସ ପଞ୍ଜାବ ଦେ’ ସଂଗଠନର ୭୮ ଜଣ ଗିରଫ, ପଞ୍ଜାବରେ ଇଣ୍ଟରନେଟ ସେବା ବନ୍ଦ

ଚଣ୍ଡିଗଡ: କିଛିଦିନ ହେଲାଣି ୱାରିସ ପଞ୍ଜାବ ଦେ ସଂଗଠନର ମୁଖିଆ ଅମୃତପାଲ ସିଂହଙ୍କୁ ପୋଲିସ ଖୋଜିବାରେ ଲାଗିଛି ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳୁନି । ଏନେଇ ପୋଲିସ ଅମୃତପାଲଙ୍କୁ ପଳାତକ ବୋଲି ଘୋଷଣା କରିଛନ୍ତି । ଏହାସହ ତାଙ୍କ ଦାଦା ହରଜିତ ସିଂ, ଡ୍ରାଇଭର ହରପ୍ରୀତ, ଗୁରୁ ୱାଜଲା, ତୁଫାନ ସିଂହ ଏବଂ ପପଲପ୍ରୀତ ସିଂହ ବର୍ତ୍ତମାନ ଫେରାର ଅଛନ୍ତି । ପୋଲିସ ଦାବି କରିଛି ଯେ, ଅମୃତପାଲଙ୍କୁ ଶେଷଥର ମୋଟରସାଇକେଲରେ ପଳାୟନ କରୁଥିବାର ଦେଖିଥିଲେ ।

ତେବେ ପୋଲିସ ପଞ୍ଜାବ ରାଜ୍ୟରେ ଅମୃତଙ୍କ ବିରୋଧରେ ଏକ ବଡ ଅପରେସନ ଜାରି ରଖିଛନ୍ତି । ଏପର୍ଯ୍ୟନ୍ତ ତାଙ୍କ ସଂଗଠନର ୭୮ ଜଣଙ୍କୁ ଗିରଫ କରାଯାଇଛି । ଏହାସହ ଅନ୍ୟାନ୍ୟ କେତେ ଜଣଙ୍କୁ ପଚରାଉଚରା କରିବା ପାଇଁ ନିଆଯାଇଛି । ଏହି ଅପରେସନ ଦ୍ୱାରା ୩୧୫ ବୋର ରାଇଫଲ, ୧୨ ବୋରର ରାଇଫଲ, ୩୭୩ କାର୍ଟ୍ରିଜ ବ୍ୟତୀତ ସମୁଦାୟ ୯ଟି ଅସ୍ତ୍ର ଯୋଗାଡ କରାଯାଇଛି । ସେଠାରେ ସୁରକ୍ଷା କରାଣରୁ ଏବଂ ଗୁଜବ ପ୍ରଚାର ନହେବା ପାଇଁ ରାଜ୍ୟରେ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇ, ୧୪୪ ଧାରା ଲାଗୁ କରାଯାଇଛି ।

ପୋଲିସ ପ୍ରବକ୍ତା କହିଛନ୍ତି ଯେ, ଏହି ସଂଗଠନ ସହ ଯୋଡି ହୋଇଥିବା ଲୋକଙ୍କ ଉପରେ ଚାରୋଟି ଅପରାଧ ମାମଲା ପଞ୍ଜିକୃତ ହୋଇଛି । ଏଥିରେ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରସାର କରିବା, ହତ୍ୟା ଉଦ୍ୟମ, ପୋଲିସ କର୍ମୀଙ୍କ ଉପରେ ଆକ୍ରମଣ ଏବଂ ସରକାରୀ କାମରେ ବାଧା ପହଁଚେଇବା ଅଭିଯୋଗ କରାଯାଇଛି । ଏହି କ୍ରମରେ ଅଜନାଲା ପୋଲିସ ଷ୍ଟେସନରେ ଆକ୍ରମଣ ପାଇଁ ସଂଗଠନର ଲୋକମାନଙ୍କ ବିରୋଧରେ ୨୪ ଫେବୁଆରୀ ଦିନ ମାମଲା ପଞ୍ଜିକରଣ କରାଯାଇଥିଲା । ଏଥିରେ ଅମୃତ ସିଂହ ମଧ୍ୟ ଅପରାଧୀ ଅଟନ୍ତି ।

Get real time updates directly on you device, subscribe now.