fbpx
BSKY SKY
BSKY SKY

ମଦ କ’ଣ Expire ହୋଇଥାଏ କି? ଖୋଲା ବୋତଲ ମଦ କେତେ ସମୟ ପର୍ଯ୍ୟନ୍ତ ରଖାଯାଇପାରିବ, ଜାଣନ୍ତୁ ସବୁକିଛି

BSKY

ଓଡ଼ିଶା ଭାସ୍କର: ଏପରି କୁହାଯାଏ କି ମଦ ଯେତେ ପୁରୁଣା ହୋଇଥାଏ ତାହାର ସ୍ୱାଦ ସେତେ ବଢିଥାଏ । କିନ୍ତୁ ସବୁ ମଦ ସହ ଏପରି ହୋଇ ନ ଥାଏ । କିଛି ଏପରି ମଦ ରହିଛି ଯାହାର ସମୟ ସହ ସ୍ୱାଦ ବଢି ନ ଥାଏ । ତେବେ ଆପଣଙ୍କ ବାର୍‌ରେ ରଖାଯାଇଥିବା ମଦ କେତେ ସମୟ ପର୍ଯ୍ୟନ୍ତ ପିଇବାଯୋଗ୍ୟ ରହିଥାଏ ଏହା ନିର୍ଭର କରିଥାଏ ସେଥିରେ ଅନ୍ୟ ସାମଗ୍ରୀ ସହିତ ଚିନି ଓ ଆଲକୋହଲ ମାତ୍ରା କେତେ ରହିଛି । ଯେପରିକି ହ୍ୱିସ୍କିର ସେଲ୍ଫ ଲାଇଫ୍ ଅନିଶ୍ଚିତ ହୋଇଥାଏ କିନ୍ତୁ ବୋତଲ ଖୋଲିବାର ୧ରୁ ୨ ବର୍ଷ ଭିତରେ ଏହାର ସ୍ୱାଦ ଖରାପ ହୋଇଯାଇଥାଏ । ଏହି କ୍ରମରେ ଆସନ୍ତୁ ଜାଣିବା କେଉଁ ମଦକୁ କେତେ ସମୟ ପର୍ଯ୍ୟନ୍ତ ରଖିପାରିବେ ।

ବିଅର: ଏହା ମଦ ତୁଳନାରେ ଶୀଘ୍ର ଖରାପ ହୋଇଯାଇଥାଏ । ବିଅର ୬ ମାସ ପରେ ଏକ୍ସପାୟାର ହୋଇଯାଇଥାଏ । ଥରେ ଖୋଲିବା ପରେ ଆପଣ ଏହାକୁ ଦିନେ କିମ୍ବା ୨ ଦିନ ଭିତରେ ଶେଷ କରିବା ଉଚିତ । ବିଅରର ସ୍ୱାଦ ବଜାୟ ରଖିବା ଲାଗି ଆପଣ ଏହାକୁ ଥଣ୍ଡା ଓ ଅନ୍ଧାର ସ୍ଥାନରେ ସାଇତି ରଖନ୍ତୁ ।
ହ୍ୱିସ୍କି:ଏହା ଏପରି ଏକ ହାର୍ଡ ଡ୍ରିଙ୍କ ଯାହା ସମୟ ସହ ପୁରୁଣା ହୋଇ ନ ଥାଏ । କିନ୍ତୁ ଥରେ ବୋତଲ ଖୋଲିଦେଲେ ଅକ୍ସିକରଣ ହୋଇଥାଏ ଯାହାଫଳରେ ଏହାର ସ୍ୱାଦ ଓ ଫ୍ଲେବର ବଦଳି ଯାଇଥାଏ । ଏହା ବ୍ୟତିତ ଘରର ତାପମାତ୍ରା ଓ ଆଲୋକ ଦ୍ୱାରା ମଧ୍ୟ ଏହା ପ୍ରଭାବିତ ହୋଇଥାଏ । ଏଣୁ ହ୍ୱିସ୍କିକୁ ଥଣ୍ଡା ଓ ଅନ୍ଧାର ସ୍ଥାନରେ ରଖାଯିବା ଉଚିତ ଯେଉଁଠିକୁ ବାୟୁ ଚଳାଚଳ ହେଉ ନ ଥିବା ଉଚିତ । ଏହା ସହିତ ହ୍ୱିସ୍କି ବୋତଲକୁ ସର୍ବଦା ସିଧା ରଖିବେ ।
ରମ୍‌: ଏହା ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ରଖାଯାଇପାରେ । କିନ୍ତୁ ଯେ ପର୍ଯ୍ୟନ୍ତ ବୋତଲ ଖୋଲାଯାଇନାହିଁ ସେ ପର୍ଯ୍ୟନ୍ତ ଏହା ସୁରକ୍ଷିତ ରହିଛି । କିନ୍ତୁ ଥରେ ରମ୍ ବୋତଲର ସିଲ୍ ଖୋଲିଗଲେ ଏହାର ପ୍ରଭାବ ଓ ସ୍ୱାଦ ଖରାପ ହୋଇଯାଏ । ଯଦି ରମ୍ ବୋତଲ ଖୋଲିଯାଇଛି ତେବେ ଆପଣ ଏହାକୁ ଏକ ଛୋଟ ବୋତଲରେ ଭରି ଭଲ ଭାବରେ ସିଲ୍ କରି ରଖିପାରିବେ । ଏହାକୁ ଅତିକମ୍‌ରେ ୬ ମାସ ପର୍ଯ୍ୟନ୍ତ ଏହିପରି ସୁରକ୍ଷିତ ରଖିପାରିବେ ।
ୱାଇନ୍‌: ଏହାର ଏକ ସେଲ୍ଫ ଲାଇଫ୍ ରହିଛି । ଅକ୍ସିକରଣ ଖୁବ୍ ସହଜରେ ଏହାର ସ୍ୱାଦକୁ ବଦଳାଇ ଦିଏ । ଏସିଟିକ୍ ଏସିଡ୍ ସ୍ତରକୁ ବଢାଇଦିଏ । ଥରେ ସିଲ୍ ଖୋଲିଗଲେ ଏହା ମାତ୍ର ୩ରୁ ୫ ଦିନ ପର୍ଯ୍ୟନ୍ତ ପିଇବା ଯୋଗ୍ୟ ରହିଯାଏ ।
ଟକିଲା: ଥରେ ବୋତଲ ଖୋଲିବା ପରେ ଏହା ବହୁତ ଶୀଘ୍ର ଖରାପ ହୋଇଯାଏ । ଯଦି ଏହି ବୋତଲ ସିଲ୍ ହୋଇ ଆପଣଙ୍କ ଘରେ ଏକ ବର୍ଷରୁ ଅଧିକ ସମୟ ରହିଛି ତେବେ ଏହା ହାନିକାରକ ନୁହେଁ । କିନ୍ତୁ ଏହା ପିଇବା ପୂର୍ବରୁ ଏହାର ବାସ୍ନା ଯଦି ଆପଣଙ୍କୁ ଠିକ୍ ନ ଲାଗୁଛି ତେବେ ଏହା ବ୍ୟବହାର ନ କରିବା ଉଚିତ ।

Get real time updates directly on you device, subscribe now.