fbpx

ତକିଆର ଥାଏ Expiry Date ! ଏତିକି ଦିନରେ ବଦଳାନ୍ତୁ ନଚେତ ହୋଇପାରେ ଗମ୍ଭୀର ସମସ୍ୟା

Advertisement

ଓଡ଼ିଶା ଭାସ୍କର: ଅଧିକାଂଶ ଲୋକମାନେ ରାତିରେ ଶୋଇବା ସମୟରେ ତକିଆ ବ୍ୟବହାର କରିଥାନ୍ତି । କିଛି ଲୋକଙ୍କୁ ତକିଆ ନ ମିଳିଲେ ରାତିରେ ନିଦ ହୋଇନଥାଏ । ତକିଆ ଆମ ତ୍ୱଚା ସଂସ୍ପର୍ଶରେ ଆସିଥାଏ ତେଣୁ ଏହାକୁ ସଫା ସୁତୁରା ରଖିବା ଜରୁରୀ ଅଟେ ଇନଫେକସନ ହେବାର ଆଶଙ୍କା ରହିଛି । ଏହା ଅନେକ ସ୍ୱାସ୍ଥ୍ୟ ସମସ୍ୟାର କାରଣ ହୋଇପାରେ । ସାଧାରଣତଃ ଲୋକମାନେ ନିୟମିତ ଭାବେ ତକିଆ ଖୋଳ ପରିବର୍ତ୍ତନ କରିଥାନ୍ତି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଗୋଟିଏ ସମୟ ପରେ ତକିଆର ମଧ୍ୟ ଏକ୍ସପାଇରୀ ଡେଟ୍ ଆସିଥାଏ । ତେଣୁ ଏହାକୁ ପରିବର୍ତ୍ତନ କରିବା ଆବଶ୍ୟକ ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ନିମ୍ନଲିଖିତ ସଂକେତ ଦେଖାଗଲେ ତକିଆ ପରିବର୍ତ୍ତନ କରିବାର ସମୟ ଆସିଯାଇଛି ବୋଲି ସୂଚାଇଥାଏ ।

– ତକିଆର ଆକାରରେ ପରିବର୍ତ୍ତନ ହେବା ଏକ ସଂକେତ । ତକିଆର ଆକାରରେ ପରିବର୍ତ୍ତନ ହେଲେ ବେକ ଓ ପିଠିରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ଫଳରେ କେତେ କ୍ଷେତ୍ରରେ ମୁଣ୍ଡ ବିନ୍ଧା ହୋଇଥାଏ ।

– ତକିଆର ତୁଳା ବିଣ୍ଡା ବାନ୍ଧିଲା ପରି ମନେ ହେଲେ ଏହାକୁ ପରିବର୍ତ୍ତନ କରନ୍ତୁ । ଏହା ଦ୍ୱାରା ଶୋଇବାରେ ଅସୁବିଧା ଅନୁଭବ ହୋଇଥାଏ ।

– ତକିଆକୁ ଗୋଟିଏ ପଟେ ଫୋଲ୍ଡ କରନ୍ତୁ ଯଦି ଏହା ପୂର୍ବାବସ୍ଥାକୁ ଫେରି ଆସେ ତେବେ ଠିକ୍ ଅଛି । ନଚେତ୍ ସେମିତି ଫୋଲ୍ଡ୍ ହୋଇ ରହିଗଲେ ତକିଆ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି ।

ଠିକ୍ ସମୟରେ ତକିଆ ପରିବର୍ତ୍ତନ ନ କଲେ ଏହି ସବୁ ସମସ୍ୟା ବୃଦ୍ଧି ପାଇଥାଏ ।

– ବାରମ୍ବାର ଜ୍ୱର, ଫ୍ଲୁ, କାଶ ଭଳି ସମସ୍ୟା ଦେଖାଯିବା ।

– ତ୍ୱଚା ସମସ୍ୟା ଯେପରି ଆଲର୍ଜୀ, କୁଣ୍ଡିଆ ଇତ୍ୟାଦି ।

– ଦୀର୍ଘ ସମୟ ପର୍ଯ୍ୟନ୍ତ ଗୋଟିଏ ତକିଆ ବ୍ୟବହାର କରିବା ଦ୍ୱାରା ବେକ ଏବଂ ପିଠି ଯନ୍ତ୍ରଣା ଦେଖାଦେଇଥାଏ ।

 

 

 

Get real time updates directly on you device, subscribe now.