fbpx

‘ଟେଷ୍ଟରେ ଏହା ମୋର ଶେଷ ମ୍ୟାଚ…’ WTC Final ପରାଜୟ ପରେ ସନ୍ନ୍ୟାସ ନେଲେ ରୋହିତ! ଭାଇରାଲ ହେଉଛି ଟ୍ୱିଟ

ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲ ମ୍ୟାଚରେ ଚମ୍ପିଆନର ମୁକୁଟ ପିନ୍ଧିଛି ଅଷ୍ଟ୍ରେଲିଆ । ଏହି ମହା ମୁକାବିଲାକୁ ୨୦୯ ରନ ପଛରେ ପଡିଯାଇଛି ରୋହିତ ସେନା । ତେବେ ଏଭଳି ଏକ ଲଜ୍ଜାଜନକ ପରାଜୟ ପରେ ଭାରତୀୟ କ୍ରିକେଟପ୍ରେମୀଙ୍କ ସ୍ୱପ୍ନ ଭାଙ୍ଗିଯାଇଛି । ପୁଣିଥରେ ଫାଇନାଲରେ ପହଞ୍ଚି ମଧ୍ୟ ଆଇସିସି ଟ୍ରଫି ହାତେଇବାରେ ବିଫଳ ହୋଇଛି ଟିମ୍ ଇଣ୍ଡିଆ । ତେବେ ଏହି ପରାଜୟ ପରେ ଅଧିନାୟକ ରୋହିତ ଶର୍ମା ଟେଷ୍ଟ କ୍ରିକେଟରୁ ଅବସର ନେଉଛନ୍ତି ବୋଲି ଏକ ଟ୍ୱିଟ ଭାଇରାଲ ହେବାରେ ଲାଗିଛି ।

WTC Final LIVE: Rohit Sharma creates new record- check out

ଏସିଆ କପ୍ ଏବଂ ଟି-୨୦ ବିଶ୍ୱକପ ପରେ ପୁଣିଥରେ ଅଧିନାୟକ ରୋହିତ କୌଣସି ଆଇସିସି ଇଭେଣ୍ଟ ହାତଛଡା କରିଛନ୍ତି । ଏହି ମ୍ୟାଚ ପରାଜୟ ପରେ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା । ଏ ନେଇ ଟ୍ୱିଟରରେ ଏକ ପୋଷ୍ଟ ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଟ୍ୱିଟର ପୋଷ୍ଟରେ କୌଣସି ସତ୍ୟତା ନାହିଁ ବୋଲି ଜଣାଯାଇଛି । ରୋହିତ ଏପର୍ଯ୍ୟନ୍ତ ଟେଷ୍ଟ କ୍ରିକେଟରୁ ଅବସର ନେଇ କୌଣସି ଘୋଷଣା କରି ନାହାନ୍ତି । ତେବେ ଫାଇନାଲ ପର୍ଯ୍ୟନ୍ତ ଯାଇ ଟ୍ରଫି ହାତେଇ ନ ପାରିବାରୁ ଭାରତୀୟ ପ୍ରଶଂସକ ଦଳ ଉପରେ ଏବଂ ରୋହିତଙ୍କ ଉପରେ ନିଜ ଅସନ୍ତୋଷ ଜାହିର କରିବା ପାଇଁ ଏମିତି ପୋଷ୍ଟ କରିଛନ୍ତି । ଏହାବ୍ୟତୀତ ମହା ମୁକାବିଲାରେ ମଧ୍ୟ ରୋହିତଙ୍କ ବ୍ୟାଟ ଶାନ୍ତ ରହିଥିବାରୁ କ୍ରିକେଟ ଫ୍ୟାନ୍ସ ଏହ।।କୁ ସହଜରେ ଗ୍ରହଣ କରି ପାରି ନାହାନ୍ତି । ତେଣୁ ପ୍ରଶଂସକମାନେ ରୋହିତଙ୍କୁ ଟ୍ରୋଲ କରି ଏପରି ପୋଷ୍ଟ କରୁଥିବା ଦେଖା ଯାଇଛି ।

ମୁଫାଦଲ ବୋହରା ନାମକ ଜଣେ ୟୁଜର ରୋହିତ ଶର୍ମାଙ୍କ ଫଟୋ ପୋଷ୍ଟ କରି ଲେଖିଛନ୍ତି ଯେ, ଟିମ ଇଣ୍ଡିଆର ଫ୍ୟାନ୍ସମାନଙ୍କ ପାଇଁ ମୁ ଦୁଃଖିତ । ଅଧିନାୟକ ଭାବରେ ଏହା ଟେଷ୍ଟ କ୍ରିକେଟରେ ମୋର ଶେଷ ମ୍ୟାଚ । ଖୁବଶୀଘ୍ର ମୁଁ ଟେଷ୍ଟ କ୍ରିକେଟରୁ ବିଦାୟ ନେବାକୁ ଯାଉଛି । ଆପଣ ସମସ୍ତଙ୍କୁ ଧନ୍ୟବାଦ୍ ।

ସେହିପରି ଆଉ ଜଣେ ୟୁଜର ମଧ୍ୟ ଏକ ମେସେଜ ସହ ରୋହିତଙ୍କ ଟେଷ୍ଟ ଅବସରକୁ ନେଇ ଏକ ପୋଷ୍ଟ କରିଛନ୍ତି । ଏହି ପୋଷ୍ଟର କ୍ୟାପ୍ସନରେ ସେ ଭାରତର ପତାକା ଇମୋଜୀ ଦେଇ ଲେଖିଛନ୍ତି ଯେ, ଟେଷ୍ଟ କ୍ରିକେଟରୁ ବିଦାୟ । ଏହି ଦୁଇଟି ପୋଷ୍ଟ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ତେବେ ଅଧିନାୟକ ରୋହିତ କିମ୍ବା ବିସିସିଆଇ ତରଫରୁ ରୋହିତଙ୍କ ଅବସର ନେଇ କୌଣସି ଅଫିସିଆଲ ଘୋଷଣା କରାଯାଇ ନାହିଁ ।

Get real time updates directly on you device, subscribe now.